ଗର୍ଭବତୀ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ
ବଲାଙ୍ଗୀର, ୨୦ ସେପ୍ଟେମ୍ବର(ହି.ସ.) – ସଦର ଥାନା ଅନ୍ତର୍ଗତ କର୍ଲାପିଟା ଗାଁରେ ରବିବାର ବୀଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି। ସ୍ୱାମୀଙ୍କ ଟାଙ୍ଗିଆ ଚୋଟରେ ୪ ମାସର ଗର୍ଭବତୀ ସ୍ତ୍ରୀ ରିଙ୍କି ସେଠଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ପାରିବାରିକ କଳହକୁ ନେଇ ମଦନିଶାରେ ସ୍ୱାମୀ ଦିବାକର ସେଠ(୩୫) ସ୍ତ୍ର
ଗର୍ଭବତୀ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା      କଲା ସ୍ବାମୀ


ବଲାଙ୍ଗୀର, ୨୦ ସେପ୍ଟେମ୍ବର(ହି.ସ.) – ସଦର ଥାନା ଅନ୍ତର୍ଗତ କର୍ଲାପିଟା ଗାଁରେ ରବିବାର ବୀଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି। ସ୍ୱାମୀଙ୍କ ଟାଙ୍ଗିଆ ଚୋଟରେ ୪ ମାସର ଗର୍ଭବତୀ ସ୍ତ୍ରୀ ରିଙ୍କି ସେଠଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।

ପାରିବାରିକ କଳହକୁ ନେଇ ମଦନିଶାରେ ସ୍ୱାମୀ ଦିବାକର ସେଠ(୩୫) ସ୍ତ୍ରୀ ରିଙ୍କି(୩୦)ଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗୁରୁତର ରିଙ୍କିଙ୍କୁ ପରିବାର ଲୋକେ ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ଆମ୍ବୁଲାନ୍ସ ଯୋଗେ ଆଣିଥିଲେ। ମେଡ଼ିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ରିଙ୍କି ୪ ମାସର ଗର୍ଭବତୀ ଥିବା ତାଙ୍କ ଦିଅର ଅଭିଯୋଗ କରି କହିଛନ୍ତି। ସ୍ତ୍ରୀଙ୍କୁ ମାରି ଘଟଣାସ୍ଥଳରୁ ଅଭିଯୁକ୍ତ ସ୍ୱାମୀ ଦେବାକର ଫେରାର ମାରୁଥିବା ବେଳେ ବଲାଙ୍ଗୀର ସଦର ପୋଲିସ ପହଂଚି ଦେବାକରଙ୍କୁ ଗିରଫ କରିଛି। ଘଟଣାର ଅଧିକ ତଦନ୍ତ ପାଇଁ ଦେବାକରଙ୍କୁ ଥାନାରେ ରଖି ପୋଲିସ ପଚରାଉଚରା କରୁଥିବା ଜଣାପଡ଼ିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ଦେବାକର ହତ୍ୟା କରିଥିବା କହିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande