
ଭୁବନେଶ୍ୱର, ୨୦ ସେପ୍ଟେମ୍ବର (ହି.ସ.)। ଓଡ଼ିଶା ପ୍ରଦେଶ କଂଗ୍ରେସର ଅନୁସୂଚିତ ଜାତି ବିଭାଗ ପକ୍ଷରୁ ‘ନେତୃତ୍ୱ ବିକାଶ ମିଶନ’ ଅନ୍ତର୍ଗତ ଏକ ଆଲୋଚନାଚକ୍ର ଓ ସାମ୍ବାଦିକ ସମ୍ମିଳନୀ ରବିବାର ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନରେ ଅନୁଷ୍ଠିତ ହୋଇଛି।
ବିଭାଗର ଅଧ୍ୟକ୍ଷ ଆଇନଜୀବୀ ମାନସ କୁମାର ମଲ୍ଲିକଙ୍କ ଆବାହକତ୍ୱରେ ଆୟୋଜିତ ଏହି ଆଲୋଚନାଚକ୍ରରେ ଅଖିଳ ଭାରତୀୟ କଂଗ୍ରେସ କମିଟିର ରାଷ୍ଟ୍ରୀୟ ସଂଯୋଜକ ତଥା କର୍ଣ୍ଣାଟକର ପୂର୍ବତନ ଏମଏଲସି ଆର. ଧର୍ମସେନା ଯୋଗଦେଇଥିଲେ।
ଏହି ଅବସରରେ ଧର୍ମସେନା କହିଥିଲେ ଯେ, ଆଗାମୀ ଦିନରେ ଓଡ଼ିଶାରେ କଂଗ୍ରେସ ସରକାର ଗଠନ କରିବ। ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷିତ ବିଧାନସଭା ଓ ଲୋକସଭା ଆସନଗୁଡ଼ିକରେ କଂଗ୍ରେସ ପ୍ରାର୍ଥୀମାନେ ବିଜୟୀ ହେବେ ବୋଲି ସେ ଦୃଢ଼ ଆଶା ପ୍ରକାଶ କରିଥିଲେ। ଏଥିସହ ଜନନାୟକ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଦେଶରେ କଂଗ୍ରେସ ସରକାର ଗଠିତ ହେବ ବୋଲି ସେ ଦାବି କରିଥିଲେ।
ବୈଠକରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପୂର୍ବତନ ସାଂସଦ ମୂରଲୀଧର ଜେନା, ରାଜ୍ୟ ଆଦିବାସୀ କଂଗ୍ରେସ ସଭାପତି ତଥା ପୂର୍ବତନ ସାଂସଦ ଯଶୋବନ୍ତ ସିଂହ ଲାଗୁରି, ବିଭାଗର ପୂର୍ବତନ ଅଧ୍ୟକ୍ଷ ବାଙ୍କନିଧି ବେହେରା, କର୍ଣ୍ଣାଟକର ଯୁବନେତା ମଲେଶ ବୋମାନେଲୁ, କର୍ଣ୍ଣାଟକ ପିସିସି ପ୍ରବକ୍ତା ଯଜାତି କେଶରୀ ନାୟକ ଏବଂ ଆଦିବାସୀ ବିଭାଗର ସାଧାରଣ ସମ୍ପାଦକ ମୋଟରାଜ ଡୁଙ୍ଗଡୁଙ୍ଗ ପ୍ରମୁଖ ଯୋଗଦେଇ ନିଜ ନିଜର ମତ ରଖିଥିଲେ।
ଏଥିରେ ଯାଜପୁର ଜିଲ୍ଲା କଂଗ୍ରେସ ସଭାପତି ମାଗୁଣି ଜେନା, ପ୍ରତିମା ମଲ୍ଲିକ, ଜାନକୀ ମଲ୍ଲିକ, କ୍ଷୀରୋଦ ଚନ୍ଦ୍ର ପାତ୍ର, ଆଶିଷ ମଲ୍ଲିକ, ସୁରେନ୍ଦ୍ର କୁମାର ଦାସ, କାମଦେବ ବେହେରା, ଶ୍ରୀବତ୍ସ ମଲ୍ଲିକ, ରାଜେନ୍ଦ୍ର ଜେନା, ପ୍ରକାଶ ଜେନା, ପ୍ରମୋଦ ମଲ୍ଲିକ, ସଚ୍ଚିଦାନନ୍ଦ ନାୟକ ଓ ନିମାଇଁ ଜେନାଙ୍କ ସମେତ ବିଭିନ୍ନ ଜିଲ୍ଲାର ନେତା ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ବିଦ୍ୟାଧର ଜେନା, ବାଲେଶ୍ୱର ଜିଲ୍ଲା ସଭାପତି ବିଧାନ ଜେନା, କଟକ ଜିଲ୍ଲା ସଭାପତି ପ୍ରତାପ ମଲ୍ଲିକ, ପୁରୀ ଜିଲ୍ଲା ସଭାପତି ଗୋବିନ୍ଦ ମଲ୍ଲିକ, କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି କାର୍ତ୍ତିକ ମଲ୍ଲିକ, ପୁରୀ ସହର ସଭାପତି କୁଶ ସେଠୀ ଏବଂ ବିଭାଗର ସାମାଜିକ ଗଣମାଧ୍ୟମ କର୍ମକର୍ତ୍ତା ଇମ୍ରାନ ଅଲ୍ଲୀ ଖାନ ପ୍ରମୁଖ ମଧ୍ୟ ବୈଠକରେ ଯୋଗଦେଇଥିଲେ।
------------
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ