
ବଲାଙ୍ଗୀର, ୨୦ ସେପ୍ଟେମ୍ବର(ହି.ସ.) – ଗତକାଲି ସ୍ଥାନୀୟ ଜିଲା ମୁଖ୍ୟ ଚିକିତ୍ସାଳୟ ପାଖରେ ଥିବା ସର୍ବ ପୁରାତନ ରାଧାକୃଷ୍ଣ ମନ୍ଦିରରେ ରାଧାଷ୍ଟମୀ ଉତ୍ସବ ପାଳନ ହୋଇଯାଇଛି। ମନ୍ଦିର ପୂଜକ ଗୋକୁଳାନନ୍ଦ ମିଶ୍ରା ବଡ଼ି ଭୋର୍ରୁ ମନ୍ଦିର ନୀତିକାନ୍ତି ସମପାନ କରିଥିଲେ। ଅଷ୍ଟମୀ ବ୍ରତାଧରି ତଥା ମନ୍ଦିର ଶ୍ରଦ୍ଧାଳୁମାନେ ଶ୍ରୀ ରାଧାଙ୍କ ଜନ୍ମଦିନକୁ ଆଡ଼ମ୍ବର ସହକାରେ ପାଳନ କରିଥିଲେ। ଭାଦ୍ରବମାସ ଶୁକ୍ଳପକ୍ଷ ଅଷ୍ଟମୀ ‘ରାଧାଷ୍ଟମୀ’ ଭାବରେ ପାଳିତ ହୁଏ। ଏହା ବୈଷ୍ଣବ ସଂପ୍ରଦାୟର ବଡ଼ ବ୍ରତ। ଏହା ଶ୍ରୀରାଧାଙ୍କର ଶୁଭ ଆବିର୍ଭାବ ଦିବସ। ‘ଭବିଷ୍ୟ ପୁରାଣ’ରେ ଶ୍ରୀରାଧାଙ୍କର ଆବିର୍ଭାବ ବିଷୟରେ ବର୍ଣ୍ଣନା ଅଛି। ସେଥିରେ ଉଲ୍ଲେଖ ଅଛି, ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀର ଦିନାର୍ଦ୍ଧ ସମୟରେ, ଅଭିଜିତ୍ ନକ୍ଷତ୍ରରେ ରାଜଲକ୍ଷଣ ସଂପନ୍ନା ଶ୍ରୀରାଧାଙ୍କର ଜନ୍ମ ହୋଇଥିଲା। ସେ ଥିଲେ ରାଣୀ କୀର୍ତିଦା ଓ ରାଜା ବୃଷଭାନୁଙ୍କର କନ୍ୟା।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ