
ଭୁବନେଶ୍ୱର, 20 ସେପ୍ଟେମ୍ବର (ହି.ସ.)- ଆଜି
କୋରାପୁଟସ୍ଥିତ ଦକ୍ଷତା ବିକାଶ କେନ୍ଦ୍ର ପରିସରରେ ଆୟୋଜିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ
ଯୋଗ ଦେଇଛନ୍ତି ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ଏହି ଅବସରରେ କୋରାପୁଟ ବିଧାୟକ ଶ୍ରୀ
ରଘୁରାମ ମାଛ ଏବଂ ଜିଲ୍ଲାର ବରିଷ୍ଠ ନେତୃବୃନ୍ଦ ତଥା ନିଷ୍ଠାପର କର୍ମକର୍ତ୍ତାମାନଙ୍କ ଗହଣରେ
ସଂଗଠନକୁ ତୃଣମୂଳ ସ୍ତରରେ ଅଧିକ ସୁଦୃଢ଼ କରିବା ଏବଂ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ପ୍ରତ୍ୟେକ
ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଦିଗରେ ବିସ୍ତୃତ ଆଲୋଚନା ହୋଇଛି। ଦଳୀୟ ସଂଗଠନକୁ
ଶକ୍ତିଶାଳୀ କରିବା ସହିତ କୋରାପୁଟ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବା
ନେଇ ସମସ୍ତେ ସଂକଳ୍ପବଦ୍ଧ ହୋଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା