ୟୁକ୍ରେନ ସଙ୍କଟର ଶାନ୍ତିପୂର୍ଣ୍ଣ ସମାଧାନ କଥାବାର୍ତା ଓ କୂଟନୀତି ମାଧ୍ୟମରେ ସମ୍ଭବ: ଭାରତ
ନୂଆଦିଲ୍ଲୀ, ୨୨ ସେପ୍ଟେମ୍ବର (ହି.ସ.)। ୟୁକ୍ରେନ ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ କେବଳ କଥାବାର୍ତା ଓ କୂଟନୀତି ମାଧ୍ୟମରେ ହିଁ ସମ୍ଭବ ବୋଲି ଭାରତ ମଙ୍ଗଳବାର କହିଛି। ଏହି ଦିଗରେ ଭାରତ ନିଜର ଯଥାସମ୍ଭବ ଅବଦାନ ଦେବାକୁ ପ୍ରସ୍ତୁତ ଥିବା ବିଦେଶ ମନ୍ତ୍ରଣାଳୟ କହିଛି। ମନ୍ତ୍ରଣାଳୟ ଅନୁଯାୟୀ, ଭାରତ ସ
विदेश मंत्रालय के प्रवक्ता रणधीर जायसवाल मंगलवार को मीडिया ब्रीफिंग में


ନୂଆଦିଲ୍ଲୀ, ୨୨ ସେପ୍ଟେମ୍ବର (ହି.ସ.)। ୟୁକ୍ରେନ ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ କେବଳ କଥାବାର୍ତା ଓ କୂଟନୀତି ମାଧ୍ୟମରେ ହିଁ ସମ୍ଭବ ବୋଲି ଭାରତ ମଙ୍ଗଳବାର କହିଛି। ଏହି ଦିଗରେ ଭାରତ ନିଜର ଯଥାସମ୍ଭବ ଅବଦାନ ଦେବାକୁ ପ୍ରସ୍ତୁତ ଥିବା ବିଦେଶ ମନ୍ତ୍ରଣାଳୟ କହିଛି। ମନ୍ତ୍ରଣାଳୟ ଅନୁଯାୟୀ, ଭାରତ ସଂଘର୍ଷର ଉଭୟ ପକ୍ଷ ୟୁକ୍ରେନ ଓ ରୁଷିଆ ସହ ଯୋଗାଯୋଗରେ ରହିଛି।

ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ରଣଧୀର ଜୟସୱାଲ ମଙ୍ଗଳବାର ଆୟୋଜିତ ମିଡିଆ ବ୍ରିଫିଂରେ ବିଦେଶମନ୍ତ୍ରୀ ଏସ୍. ଜୟଶଙ୍କର ଓ ୟୁକ୍ରେନର ବିଦେଶମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ନେଇ ସୂଚନା ଦେଇଥିଲେ। ସେ କହିଥିଲେ ଯେ, ଉଭୟ ନେତା ୟୁକ୍ରେନ ସଂଘର୍ଷ ସହ ଜଡ଼ିତ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆଲୋଚନା କରିଥିଲେ।

ଜୟସୱାଲ କହିଥିଲେ ଯେ, ବିଦେଶମନ୍ତ୍ରୀ ପୁଣିଥରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ଯେ, ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ କଥାବାର୍ତା ଓ କୂଟନୀତି ହିଁ ଆଗକୁ ବଢ଼ିବାର ଏକମାତ୍ର ପଥ। ଭାରତ ରୁଷିଆ ଓ ୟୁକ୍ରେନ ଉଭୟଙ୍କ ସହ ଯୋଗାଯୋଗରେ ରହିଛି ଏବଂ ଯଦି ଭାରତ କୌଣସି ପ୍ରକାରର ଅବଦାନ ଦେଇପାରିବ, ତେବେ ଏଥିପାଇଁ ଭାରତ ପ୍ରସ୍ତୁତ ବୋଲି ଉଭୟ ପକ୍ଷଙ୍କୁ ଜଣାଇ ଦିଆଯାଇଛି।

ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ମଧ୍ୟରେ ବିଶ୍କେକରେ ହୋଇଥିବା ସାକ୍ଷାତର ମଧ୍ୟ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ, ସେହି ସାକ୍ଷାତ ସମୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅନନ୍ତକାଳୀନ ଯୁଦ୍ଧର ଅବସାନ ଦିଗରେ ଏବେ ଆଗକୁ ବଢ଼ିବା ଆବଶ୍ୟକ।

ଜୟସୱାଲ କହିଥିଲେ ଯେ, ଭାରତ ଆଶା କରୁଛି ୟୁକ୍ରେନ ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ ଖୁବଶୀଘ୍ର ସଂଳାପ ଓ କୂଟନୀତି ମାଧ୍ୟମରେ ବାହାରିବ।

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande