ଦେଶରୁ ମାଦକ ପଦାର୍ଥର କାରବାରକୁ ମୂଳୋତ୍ପାଟନ କରିବାର ଲକ୍ଷ୍ୟ : ଅମିତ ଶାହ
ନୂଆଦିଲ୍ଲୀ, ୨୨ ସେପ୍େଟମ୍ବର (ହି.ସ.)- କେନ୍ଦ୍ରୀୟ ଗୃହ ଓ ସହକାରିତା ମନ୍ତ୍ରୀ ଅମିତ ଶାହ ମଙ୍ଗଳବାର କହିଛନ୍ତି ଯେ ଭାରତ ୩୧ ଡିସେମ୍ବର ୨୦୨୯ ସୁଦ୍ଧା ସାମୂହିକ ପ୍ରୟାସରେ ଦେଶରୁ ମାଦକ ପଦାର୍ଥର କାରବାରକୁ ମୂଳୋତ୍ପାଟନ କରିବାର ଲକ୍ଷ୍ୟ ଧାର୍ଯ୍ୟ କରିଛି ଏବଂ ଏଥିପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ
ଦେଶରୁ ମାଦକ ପଦାର୍ଥର କାରବାରକୁ ମୂଳୋତ୍ପାଟନ କରିବାର ଲକ୍ଷ୍ୟ : ଅମିତ ଶାହ


ନୂଆଦିଲ୍ଲୀ, ୨୨ ସେପ୍େଟମ୍ବର (ହି.ସ.)- କେନ୍ଦ୍ରୀୟ ଗୃହ ଓ ସହକାରିତା ମନ୍ତ୍ରୀ ଅମିତ ଶାହ ମଙ୍ଗଳବାର କହିଛନ୍ତି ଯେ ଭାରତ ୩୧ ଡିସେମ୍ବର ୨୦୨୯ ସୁଦ୍ଧା ସାମୂହିକ ପ୍ରୟାସରେ ଦେଶରୁ ମାଦକ ପଦାର୍ଥର କାରବାରକୁ ମୂଳୋତ୍ପାଟନ କରିବାର ଲକ୍ଷ୍ୟ ଧାର୍ଯ୍ୟ କରିଛି ଏବଂ ଏଥିପାଇଁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ଏକଜୁଟ ହୋଇ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ନେବାକୁ ପଡ଼ିବ।

ଶାହ ଏଠାରେ ମାଦକ ପଦାର୍ଥ ନିରୋଧକ କାର୍ଯ୍ୟବଳ (ଏଏନଟିଏଫ)ର ମୁଖ୍ୟମାନଙ୍କ ତୃତୀୟ ଜାତୀୟ ସମ୍ମିଳନୀର ଉଦଘାଟନ କରି କହିଥିଲେ ଯେ ମାଦକ ପଦାର୍ଥ ବିରୋଧୀ ଅଭିଯାନରେ କେବଳ ଜବତ ଉପରେ ଧ୍ୟାନ ଦେବା ପରିବର୍ତେ ସମଗ୍ର ନେଟୱର୍କକୁ ଧ୍ୱଂସ କରିବା ଉପରେ ଜୋର ଦିଆଯିବା ଉଚିତ। ସେ କହିଥିଲେ ଯେ ଏହି ଲଢ଼େଇରେ ଲକ୍ଷ୍ୟ, ସମୟସୀମା ଏବଂ ଉତରଦାୟିତ୍ୱ ସ୍ପଷ୍ଟ ହେବା ଉଚିତ।

ସେ କହିଥିଲେ ଯେ ମାଦକ ପଦାର୍ଥର କାରବାର ସହ ମୁକାବିଲା କରିବା ପାଇଁ ‘ବୈଠକରୁ ମିଶନ’, ‘ରିପୋର୍ଟିଂରୁ ପରିଣାମ’, ‘ଜବତରୁ ନେଟୱର୍କର ମୂଳୋତ୍ପାଟନ’ ଏବଂ ‘ମାମଲାରୁ ଦୋଷସିଦ୍ଧି’ ଦିଗରେ ଆଗକୁ ବଢ଼ିବାକୁ ହେବ। ସେ ଏଏନଟିଏଫକୁ ‘ଆଂଟି-ନାର୍କୋ ମିଶନ କମାଣ୍ଡ’ ଭାବେ ବିକଶିତ କରିବା ଉପରେ ମଧ୍ୟ ଜୋର ଦେଇଥିଲେ।

ଶାହ କହିଥିଲେ ଯେ ମାଦକ ପଦାର୍ଥ ବିରୋଧୀ କାର୍ଯ୍ୟାନୁଷ୍ଠାନର ମୂଳ ଏକକ ଭାବେ ଜିଲ୍ଲାକୁ ଗ୍ରହଣ କରାଯିବା ଉଚିତ। ଏହା ଅଧୀନରେ ଜିଲ୍ଲାଗୁଡ଼ିକୁ ମାଦକ ପଦାର୍ଥର ଉତ୍ପାଦନ ଏବଂ ପ୍ରବେଶ ଅଂଚଳ, ପରିବହନ କରିଡୋର ଏବଂ ଉପଭୋଗ ଅଂଚଳର ତିନୋଟି ଗୋଷ୍ଠୀରେ ବିଭକ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ। ସେ ମାଦକ ପଦାର୍ଥର ନେଟୱର୍କକୁ ଧ୍ୱଂସ କରିବା ପାଇଁ ଆର୍ôଥକ ଏବଂ ଡିଜିଟାଲ ତଦନ୍ତକୁ ମଧ୍ୟ ପ୍ରାଥମିକତା ଦେବା କଥା କହିଥିଲେ।

ଗୃହମନ୍ତ୍ରୀ କହିଥିଲେ ଯେ ବିଦେଶରୁ ମାଦକ ପଦାର୍ଥ ଯୋଗାଣ କରୁଥିବା ଫେରାର ଅଭିଯୁକ୍ତମାନଙ୍କୁ ଧରି ଭାରତୀୟ ଅଦାଲତ ସମ୍ମୁଖରେ ହାଜର କରାଯିବ ଏବଂ ବିଦେଶୀ ଅଭିଯୁକ୍ତମାନଙ୍କୁ ନିର୍ବାସିତ କରିବା ଏବଂ ସେମାନଙ୍କୁ କଳା ତାଲିକାରେ ରଖିବା ଦିଗରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ।

ସେ କହିଥିଲେ ଯେ ମାଦକ ପଦାର୍ଥ ବିରୋଧୀ ଅଭିଯାନରେ ଯୁବପିଢ଼ିର ଭୂମିକା ଗୁରୁତ୍ୱପୂର୍ଣ୍ଣ। ‘ନଶାମୁକ୍ତ ମିତ୍ର’ ଅଭିଯାନ ଅଧୀନରେ ଦେଶର ୧୦ ଲକ୍ଷ ସ୍କୁଲ, କଲେଜ ଏବଂ ଅନ୍ୟାନ୍ୟ ସଂସ୍ଥା ପର୍ଯ୍ୟନ୍ତ ପହଂଚିବାର ଲକ୍ଷ୍ୟ ରଖାଯାଇଛି। ଏପର୍ଯ୍ୟନ୍ତ ୪୬,୭୮୦ ‘ନଶାମୁକ୍ତ ମିତ୍ର’ ପଞ୍ଜୀକୃତ ହୋଇସାରିଛନ୍ତି।

ଶାହ କହିଥିଲେ ଯେ ମାଦକ ପଦାର୍ଥର କାରବାରର ବଦଳୁଥିବା ଆହ୍ୱାନଗୁଡ଼ିକ ମଧ୍ୟରେ ସିନ୍େଥଟିକ ଡ୍ରଗ୍ସ, ରାସାୟନିକ ପୂର୍ବପଦାର୍ଥର ଅପବ୍ୟବହାର, ଡାର୍କନେଟ, କ୍ରିପ୍ଟୋ କରେନ୍ସି, ନୂତନ ଯୋଗାଯୋଗ ମାଧ୍ୟମ ଏବଂ ଅନ୍ତର୍ଜାତୀୟ ନେଟୱର୍କ ସାମିଲ ଅଛି। ଏଗୁଡ଼ିକ ସହ ମୁକାବିଲା କରିବା ପାଇଁ ତଦନ୍ତ ଏବଂ ପ୍ରବର୍ତନ ଏଜେନ୍ସିଗୁଡ଼ିକୁ ନୂତନ ପ୍ରଯୁକ୍ତି ତଥା ନୂତନ ପଦ୍ଧତି ଆପଣାଇବାକୁ ହେବ।

ଏହି ଅବସରରେ ଶାହ ମାଦକ ପଦାର୍ଥ ବିରୋଧୀ ସଚେତନତା ସହ ଜଡ଼ିତ ଟେଲିଭିଜନ ବିଜ୍ଞାପନ ଏବଂ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି)ର ୱେବସାଇଟର ଶୁଭାରମ୍ଭ କରିଥିଲେ। ସେ ଲକ୍ଷ୍ନୌ ଏବଂ ଦେହରାଦୁନରେ ଏନସିବିର ଆଂଚଳିକ ପରିସରର ଭିତିପ୍ରସ୍ତର ମଧ୍ୟ ସ୍ଥାପନ କରିଥିଲେ ଏବଂ ଭଲ ପ୍ରଦର୍ଶନ କରିଥିବା ଏଏନଟିଏଫକୁ ସମ୍ମାନିତ କରିଥିଲେ। ସମ୍ମିଳନୀରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକର ୩୬ ଏଏନଟିଏଫ ମୁଖ୍ୟ ସାମିଲ ହୋଇଥିଲେ।

ସମ୍ମିଳନୀରେ ‘ଭିଜନ ଡକ୍ୟୁମେଂଟ ୨୦୨୬-୨୦୨୯’ ଉପରେ ମଧ୍ୟ ଆଲୋଚନା ହୋଇଥିଲା, ଯେଉଁଥିରେ ମାଦକ ପଦାର୍ଥ ବିରୋଧୀ କାର୍ଯ୍ୟାନୁଷ୍ଠାନ ପାଇଁ ଲକ୍ଷ୍ୟ ଏବଂ ସମୟସୀମା ଧାର୍ଯ୍ୟ କରାଯାଇଛି। ଶାହ କହିଥିଲେ ଯେ ମାଦକ ପଦାର୍ଥ ବିରୋଧୀ ଲଢ଼େଇକୁ ସରକାରର ସମସ୍ତ ସ୍ତର ଏବଂ ସମ୍ପୃକ୍ତ ଏଜେନ୍ସିଗୁଡ଼ିକର ସମନ୍ୱିତ ପ୍ରୟାସରେ ଆଗକୁ ବଢ଼ାଇବାକୁ ହେବ।

---------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande