
ନୂଆଦିଲ୍ଲୀ, ୨୨ ସେପ୍େଟମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ବିଶ୍ୱ ଗଣ୍ଡା ଦିବସ ଅବସରରେ ଏକ ଶିଙ୍ଗ ଥିବା ଗଣ୍ଡାର ସଂରକ୍ଷଣରେ ନିୟୋଜିତ ଲୋକମାନଙ୍କୁ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ଦେଶରେ ପ୍ରଜାତି ସଂରକ୍ଷଣକୁ ଆଗକୁ ବଢ଼ାଇବା ପାଇଁ ‘ପ୍ରୋଜେକ୍ଟ ରାଇନୋ’ ଆରମ୍ଭ କରାଯାଇଛି।
ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ମଂଚ ‘ଏକ୍ସ’ରେ ଏକ ପୋଷ୍ଟରେ କହିଥିଲେ ଯେ ଏହି ପଦକ୍ଷେପ ଅଧୀନରେ ଗଣ୍ଡା ବହୁଳ ରାଜ୍ୟଗୁଡ଼ିକୁ ଗଣ୍ଡାର ସଂରକ୍ଷଣ, ଆବାସ ପରିଚାଳନା, ଜେନେଟିକ୍ ସୁଧାର ଏବଂ ଜନସଂଖ୍ୟାର ଗତିଶୀଳତାକୁ ବୁଝିବା ପାଇଁ ଆର୍ôଥକ ଏବଂ ବୈଷୟିକ ସହାୟତା ଦିଆଯିବ।
ମୋଦୀ କହିଥିଲେ ଯେ ବିଶ୍ୱର ଗଣ୍ଡା ଜନସଂଖ୍ୟାର ପ୍ରାୟ ୮୦ ପ୍ରତିଶତ ଅଂଶ ଏବେ ଆସାମରେ ଅଛି। ସେ ଗଣ୍ଡାର ବେଆଇନ ଶିକାର ରୋକିବା ପାଇଁ କାଜିରଙ୍ଗାର ପ୍ରୟାସକୁ ମଧ୍ୟ ପ୍ରଶଂସା କରିଥିଲେ।
ସେ କହିଥିଲେ ଯେ ବିହାର ଏବଂ ପଶ୍ଚିମବଙ୍ଗର କିଛି ଅଂଚଳରେ ଗଣ୍ଡାମାନେ କିମ୍ବା ତ ଫେରିଆସିଛନ୍ତି କିମ୍ବା ଭଲ ଭାବରେ ସଂରକ୍ଷିତ ଅଛନ୍ତି। ସେହିପରି, ଉତର ପ୍ରଦେଶର ଦୁଧୱାରେ ଗଣ୍ଡାମାନଙ୍କୁ ପୁନଃବସତି କରାଇବାର ସଫଳତା ଇତିହାସ ରଚୁଛି।
ମୋଦୀ କହିଥିଲେ ଯେ ଏହି ପ୍ରୟାସଗୁଡ଼ିକ ସମ୍ପୃକ୍ତ ରାଜ୍ୟଗୁଡ଼ିକରେ ପଶୁ ସଂରକ୍ଷଣ ଏବଂ ସକ୍ରିୟ ବନ୍ୟଜୀବ ପରିଚାଳନା ପ୍ରତି ଲୋକମାନଙ୍କର ନିରନ୍ତର ପ୍ରତିବଦ୍ଧତାକୁ ଦର୍ଶାଉଛି।
ପ୍ରଧାନମନ୍ତ୍ରୀ ଏକ ପୋଷ୍ଟରେ କହିଥିଲେ, “ବିଶ୍ୱ ଗଣ୍ଡା ଦିବସରେ ଆମେ ଚମତ୍କାର ଏକ ଶିଙ୍ଗ ଥିବା ଗଣ୍ଡାର ଉତ୍ସବ ପାଳନ କରୁଛୁ ଏବଂ ଏହାର ସଂରକ୍ଷଣରେ ଅଗ୍ରଣୀ ମୋର୍ଚ୍ଚାରେ କାମ କରୁଥିବା ସମସ୍ତଙ୍କୁ ପ୍ରଶଂସା କରୁଛୁ।”
ପ୍ରଧାନମନ୍ତ୍ରୀ ପୋଷ୍ଟରେ କହିଥିଲେ ଯେ ଦେଶରେ ପ୍ରଜାତି ସଂରକ୍ଷଣକୁ ଆଗକୁ ବଢ଼ାଇବା ପାଇଁ ‘ପ୍ରୋଜେକ୍ଟ ରାଇନୋ’ ଆରମ୍ଭ କରାଯାଇଛି, ଯାହା ଅଧୀନରେ ଗଣ୍ଡା ବହୁଳ ରାଜ୍ୟଗୁଡ଼ିକୁ ସଂରକ୍ଷଣ, ଆବାସ ପରିଚାଳନା, ଜେନେଟିକ୍ ସୁଧାର ଏବଂ ଜନସଂଖ୍ୟାର ଗତିଶୀଳତାକୁ ବୁଝିବା ପାଇଁ ଆର୍ôଥକ ତଥା ବୈଷୟିକ ସହାୟତା ଦିଆଯିବ।
ପ୍ରଧାନମନ୍ତ୍ରୀ ବିଶ୍ୱ ଗଣ୍ଡା ଦିବସ ଅବସରରେ ଗଣ୍ଡାର ସଂରକ୍ଷଣ ସହ ଜଡ଼ିତ ଅନେକ ଚିତ୍ର ମଧ୍ୟ ସେୟାର କରିଥିଲେ।
---------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ