
ନୂଆଦିଲ୍ଲୀ, ୨୨ ସେପ୍େଟମ୍ବର (ହି.ସ.)- ନିର୍ବାଚନ ଆୟୋଗ ବିହାର, କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ଉତର ପ୍ରଦେଶର ବିଧାନ ପରିଷଦଗୁଡ଼ିକର ସ୍ନାତକ ଏବଂ ଶିକ୍ଷକ ନିର୍ବାଚନମଣ୍ଡଳୀରୁ ଦ୍ୱିବାର୍ଷିକ ନିର୍ବାଚନର କାର୍ଯ୍ୟସୂଚୀ ମଙ୍ଗଳବାର ଘୋଷଣା କରିଛି। ଏହି ଆସନଗୁଡ଼ିକ ପାଇଁ ୨୩ ଅକ୍ଟୋବରରେ ମତଦାନ ହେବ ଏବଂ ୨୭ ଅକ୍ଟୋବରରେ ଭୋଟ ଗଣତି କରାଯିବ।
ଏହି ନିର୍ବାଚନ ମାଧ୍ୟମରେ ବିହାର ବିଧାନ ପରିଷଦର ୦୮, କର୍ଣ୍ଣାଟକର ୦୪, ମହାରାଷ୍ଟ୍ରର ୦୫ ଏବଂ ଉତର ପ୍ରଦେଶର ୧୧ ଜଣ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେବା କାରଣରୁ ଖାଲି ହେବାକୁ ଥିବା ଆସନଗୁଡ଼ିକ ପୂରଣ କରାଯିବ। ଏହି ନିର୍ବାଚନମଣ୍ଡଳୀଗୁଡ଼ିକରେ ସମ୍ପୃକ୍ତ ଜିଲ୍ଲା କିମ୍ବା ମଣ୍ଡଳର ପଞ୍ଜୀକୃତ ସ୍ନାତକ ଏବଂ ଶିକ୍ଷକ ଭୋଟରମାନେ ମତଦାନ କରିବେ।
ଆୟୋଗ ପକ୍ଷରୁ ଜାରି କାର୍ଯ୍ୟସୂଚୀ ଅନୁଯାୟୀ ନିର୍ବାଚନ ପାଇଁ ୨୯ ସେପ୍େଟମ୍ବରରେ ବିଜ୍ଞପ୍ତି ଜାରି କରାଯିବ। ନାମାଙ୍କନ ଦାଖଲର ଶେଷ ତାରିଖ ୦୬ ଅକ୍ଟୋବର ହେବ। ନାମାଙ୍କନ ପତ୍ରଗୁଡ଼ିକର ଯାଂଚ ୦୭ ଅକ୍ଟୋବରରେ ହେବ, ଯେତେବେଳେ ପ୍ରାର୍ଥୀମାନେ ୦୯ ଅକ୍ଟୋବର ପର୍ଯ୍ୟନ୍ତ ନିଜ ପ୍ରାର୍ôଥତ୍ୱ ପ୍ରତ୍ୟାହାର କରିପାରିବେ।
ଆୟୋଗ କହିଛି ଯେ ଏହି ନିର୍ବାଚନଗୁଡ଼ିକର କାର୍ଯ୍ୟସୂଚୀ ଘୋଷଣା ସହିତ ସମ୍ପୃକ୍ତ ନିର୍ବାଚନମଣ୍ଡଳୀଗୁଡ଼ିକରେ ଆଦର୍ଶ ଆଚରଣ ବିଧି ତତ୍କାଳ ପ୍ରଭାବରେ ଲାଗୁ ହୋଇଛି। ନିର୍ବାଚନ ବିଧାନ ପରିଷଦର ଉଚ୍ଚ ସଦନର ସଦସ୍ୟମାନଙ୍କ ନିର୍ବାଚନ ପାଇଁ ହେବ ଏବଂ ସ୍ନାତକ ତଥା ଶିକ୍ଷକ ନିର୍ବାଚନମଣ୍ଡଳୀର ପଞ୍ଜୀକୃତ ଭୋଟରମାନେ ଏଥିରେ ଅଂଶଗ୍ରହଣ କରିବେ।
ମତଦାନ ୨୩ ଅକ୍ଟୋବରରେ ସକାଳ ୦୮ଟାରୁ ସନ୍ଧ୍ୟା ଚାରିଟା ପର୍ଯ୍ୟନ୍ତ ହେବ। ଭୋଟ ଗଣତି ୨୭ ଅକ୍ଟୋବରରେ କରାଯିବ।
--------------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ