ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବେ ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ପହଂଚିବ : ଅଶ୍ୱିନୀ ବୈଷ୍ଣବ
ଏକତା ନଗର , ୨୨ ସେପ୍େଟମ୍ବର (ହି.ସ.)- କେନ୍ଦ୍ରୀୟ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଜାତୀୟ ଚଳଚ୍ଚିତ୍ର ପୁରସ୍କାରଗୁଡ଼ିକୁ ଏବେ ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ନେଇଯିବା ପାଇଁ ପଦକ୍ଷେପ ନିଆଯାଉଛି। ଏହାର ଉଦ୍ଦେଶ୍ୟ ଚଳଚ୍ଚିତ୍ର ଓ ପର୍ଯ୍ୟଟନକୁ ଏକାଠି ଯୋଡ଼ିବା। ଜାତ
ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବେ ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ପହଂଚିବ : ଅଶ୍ୱିନୀ ବୈଷ୍ଣବ


ଏକତା ନଗର , ୨୨ ସେପ୍େଟମ୍ବର (ହି.ସ.)- କେନ୍ଦ୍ରୀୟ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଜାତୀୟ ଚଳଚ୍ଚିତ୍ର ପୁରସ୍କାରଗୁଡ଼ିକୁ ଏବେ ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ନେଇଯିବା ପାଇଁ ପଦକ୍ଷେପ ନିଆଯାଉଛି। ଏହାର ଉଦ୍ଦେଶ୍ୟ ଚଳଚ୍ଚିତ୍ର ଓ ପର୍ଯ୍ୟଟନକୁ ଏକାଠି ଯୋଡ଼ିବା।

ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ ପାଇଁ କେବଡ଼ିଆ ରେଳ ଷ୍ଟେସନରେ ପହଂଚିବା ପରେ ଗଣମାଧ୍ୟମ ସହ କଥାବାର୍ତାରେ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଏହି ପଦକ୍ଷେପର ଆରମ୍ଭ ଏକତା ନଗରରୁ କରାଯାଉଛି, ଯାହା ସର୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତିମୂର୍ତି ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ କାରଣରୁ ଦେଶ-ବିଦେଶରେ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ପରିଚୟ ସୃଷ୍ଟି କରିସାରିଛି। ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଅବସରରେ ରାଷ୍ଟ୍ରପତି, ଚଳଚ୍ଚିତ୍ର ଜଗତର ପ୍ରମୁଖ କଳାକାର ଏବଂ ଅନ୍ୟମାନଙ୍କ ଏକତା ନଗରରେ ପହଂଚିବା ଦ୍ୱାରା ଏହି ପର୍ଯ୍ୟଟନସ୍ଥଳୀକୁ ଆହୁରି ବ୍ୟାପକ ପରିଚୟ ମିଳିବ।

ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ସରକାରଙ୍କ ପ୍ରୟାସ ହେଉଛି ଜାତୀୟ ଚଳଚ୍ଚିତ୍ର ପୁରସ୍କାରଗୁଡ଼ିକୁ କେବଳ ଏକ କନଫରେନ୍ସ ରୁମ୍ରେ ସୀମିତ ନରଖି ସାଧାରଣ ଜନତା ଏବଂ ପ୍ରକୃତ ପର୍ଯ୍ୟଟନସ୍ଥଳୀଗୁଡ଼ିକ ସହ ଯୋଡ଼ିବା। ସେ ସମସ୍ତ ରାଜ୍ୟକୁ ନିଜ ନିଜର ଶ୍ରେଷ୍ଠ ପର୍ଯ୍ୟଟନସ୍ଥଳୀଗୁଡ଼ିକର ପ୍ରସ୍ତାବ ପଠାଇବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ପ୍ରସ୍ତାବରେ ଉନ୍ନତ ସୁବିଧା ସହିତ ୩୬୦ ଡିଗ୍ରୀ ବିକାଶର ଯୋଜନା ମଧ୍ୟ ସାମିଲ ହେବା ଉଚିତ। ଯେଉଁ ରାଜ୍ୟର ପ୍ରସ୍ତାବ ଚୟନ ହେବ, ସେଠାକାର ପର୍ଯ୍ୟଟନସ୍ଥଳୀରେ ପରବର୍ତୀ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଆୟୋଜିତ ହେବ।

କେନ୍ଦ୍ରୀୟ ମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଜି-୨୦ର ଆୟୋଜନକୁ ଦେଶର ବିଭିନ୍ନ ଅଂଚଳ ଏବଂ ରାଜ୍ୟଗୁଡ଼ିକ ପର୍ଯ୍ୟନ୍ତ ପହଂଚାଇଥିଲେ। ସେହି ଚିନ୍ତାଧାରା ଅନୁଯାୟୀ ଜାତୀୟ ଚଳଚ୍ଚିତ୍ର ପୁରସ୍କାରଗୁଡ଼ିକୁ ମଧ୍ୟ ଦେଶର ବିଭିନ୍ନ ଅଂଚଳକୁ ନିଆଯାଉଛି। ଏହାଦ୍ୱାରା ଚଳଚ୍ଚିତ୍ର ଓ ପର୍ଯ୍ୟଟନ ମଧ୍ୟରେ ସମ୍ପର୍କ ମଜବୁତ ହେବ ଏବଂ ସମ୍ପୃକ୍ତ ପର୍ଯ୍ୟଟନସ୍ଥଳୀକୁ ମଧ୍ୟ ବ୍ୟାପକ ଲାଭ ମିଳିବ।

----------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande