୧୧ତମ ଆୟୁର୍ବେଦ ଦିବସ ପାଳିତ
ପୁରୀ, 23 ସେପ୍ଟେମ୍ବର (ହି.ସ.) - ଭାରତରେ ଆୟୁର୍ବେଦ ଚିକିତ୍ସା ବହୁ ପୁରାତନ । ଅଣସର ସମୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଜ୍ବର ଉପଶମ ପାଇଁ ଦଶ ମୂଳାରିଷ୍ଟ ମୋଦକ ଲାଗି ହେବା ପରମ୍ପରା ରହିଛି । ବୁଧବାର ପୂର୍ବାହ୍ନରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ୧୧ ତମ ଆୟୁର୍ବେଦ ଦିବସ ଓ
୧୧ତମ ଆୟୁର୍ବେଦ ଦିବସ ପାଳିତ


ପୁରୀ, 23 ସେପ୍ଟେମ୍ବର (ହି.ସ.) - ଭାରତରେ ଆୟୁର୍ବେଦ ଚିକିତ୍ସା ବହୁ ପୁରାତନ । ଅଣସର ସମୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଜ୍ବର ଉପଶମ ପାଇଁ ଦଶ ମୂଳାରିଷ୍ଟ ମୋଦକ ଲାଗି ହେବା ପରମ୍ପରା ରହିଛି । ବୁଧବାର ପୂର୍ବାହ୍ନରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ୧୧ ତମ ଆୟୁର୍ବେଦ ଦିବସ ଓ ବୈଜ୍ଞାନିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ.ବିପିନ ବିହାରୀ ଖୁଣ୍ଟିଆ ସ୍ବାଗତ ଭାଷଣ,ଅତିଥି ପରିଚୟ ପ୍ରଦାନ ସହ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରିଥିଲେ । ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ସର୍ଜରୀ ବିଭାଗର ମୁଖ୍ଯ ପ୍ରଫେସର ଡ. ଶ୍ରୀକାନ୍ତ ପଣ୍ଡା ଏଚଆଇଭି, ସଂକ୍ରମଣ,ସଚେତନତା ଉପରେ ଆଲୋକପାତ କରିଥିଲେ । ଟ୍ରି କ୍ଲିନିକ୍ ର ଏମଡି ଡ.କ୍ଷୀରୋଦ କୁମାର ସାଥୁଆ ଆୟୁର୍ବେଦ ଚିକିତ୍ସା ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଏହା ସହ ଡ. ଆଶୁତୋଷ ପ୍ରକାଶ ମିଶ୍ର କହିଲେ ବଡ ବଡ ରୋଗ କୁ ଆୟୁର୍ବେଦ ଚିକିତ୍ସା ଦ୍ବାରା ଭଲ ହୋଇପାରୁଛି । କିନ୍ତୁ ଏହାର ପ୍ରଚାର ପ୍ରସାର ଆବଶ୍ୟକତା ରହିଛି । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ଯରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତି ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା । ଦୀର୍ଘ ସାତଦିନ ଧରି ଏହି କାର୍ଯ୍ୟକ୍ରମ ଚାଲୁହିଥିଲା । କାର୍ଯ୍ୟକ୍ରମର ନୋଡାଲ ଅଫିସର ଡ.ସୋନାଲିକା ଜେନା କାର୍ଯ୍ଯକ୍ରମରେ ସଂଶ୍ଲିଷ୍ଟ ଅଧ୍ୟାପକ ଅଧ୍ୟାପିକା, ପିଜି ଛାତ୍ରଛାତ୍ରୀ ଓ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଡ଼ ବିଜୟଶ୍ରୀ ଶତପଥୀ ଓ ଡ଼. କ୍ଷମମୟୀ ପତି କାର୍ଯ୍ଯକ୍ରମକୁ ପରିଚାଳନା କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande