ଭାଇ ବୋହୂକୁ ବଳତ୍କାର କରି ଦେଢଶୂର ଗିରଫ
ଘଟଗାଁ , ୨୩ ସେପ୍ଟେମ୍ବର (ହି.ସ.)ଓଡ଼ିଆ ସମାଜରେ ଦେଢ଼ଶୁରଙ୍କୁ ପିତାତୁଲ୍ୟ ବା ଗୁରୁଜନ ଭାବେ ଅତ୍ୟନ୍ତ ସମ୍ମାନ ଦିଆ ଯାଉଛି । ପାରମ୍ପରିକ ନିୟମ ଅନୁସାରେ ବୋହୂ ଓ ଦେଢ଼ଶୁରଙ୍କ ମଧ୍ୟରେ କଥାବାର୍ତ୍ତା ବା ସାମ୍ନାସାମ୍ନି ହେବା ମନା ଥାଏ। ତଥାପି ନୃଶଂସ ଦେଢଶୂର ସାନ ଭାଇର ଅନୁପସ୍ଥିତର ସୁଯୋଗ ନେଇ ଭାଇ
ଭାଇ ବୋହୂକୁ ବଳତ୍କାର କରି ଦେଢଶୂର ଗିରଫ


ଘଟଗାଁ , ୨୩ ସେପ୍ଟେମ୍ବର (ହି.ସ.)ଓଡ଼ିଆ ସମାଜରେ ଦେଢ଼ଶୁରଙ୍କୁ ପିତାତୁଲ୍ୟ ବା ଗୁରୁଜନ ଭାବେ ଅତ୍ୟନ୍ତ ସମ୍ମାନ ଦିଆ ଯାଉଛି । ପାରମ୍ପରିକ ନିୟମ ଅନୁସାରେ ବୋହୂ ଓ ଦେଢ଼ଶୁରଙ୍କ ମଧ୍ୟରେ କଥାବାର୍ତ୍ତା ବା ସାମ୍ନାସାମ୍ନି ହେବା ମନା ଥାଏ। ତଥାପି ନୃଶଂସ ଦେଢଶୂର ସାନ ଭାଇର ଅନୁପସ୍ଥିତର ସୁଯୋଗ ନେଇ ଭାଇ ବୋହୂ କୁ ଜୋରଜରଦସ୍ତ ବଳତ୍କାର କରି ଗିରଫ ହୋଇଛି। ଏଭଳି ଲଜ୍ୟାର ବିଷୟ କେନ୍ଦୁଝର ଜିଲ୍ଲା ପାଟଣା ଥାନା ବାଲିବନ୍ଧ ଗାଁରେ ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମର ଖଗେଶ୍ଵର ମହାନ୍ତଙ୍କ ସାନପୁଅ ବାଙ୍ଗାଲୋରେ ରହୁଥିବା ବେଳେ ତାଙ୍କ ସ୍ତ୍ରୀ ଶାଶୂଘରେ ଅନ୍ୟ ପରିବାର ଲୋକଙ୍କ ସହ ବାଲିବନ୍ଧ ଗାଁରେ ରହୁଛନ୍ତି। ଗତ ୨୦ ତାରିଖ ଦିନ ଘରେ କେହି ନଥିବାର ସୁଯୋଗ ନେଇ ବଡ଼ଭାଇ ତଥା ଦେଢ଼ଶୂର ଲୋକନାଥ ମହାନ୍ତ (୩୨) ଭାଇବୋହୂଙ୍କ ସହ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲେ। ମହିଳା ଜଣକ ପ୍ରତିରୋଧ କରି ପାଟି କରିବାରୁ ଅଭିଯୁକ୍ତ ତାଙ୍କ ପାଟି ଚାପି ଧରିବା ସହ ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିବା ପୀଡିତା ବୟାନ ଦେଇଛି। ପୀଡିତା ଜଣକ ୫ ମାସର ଗର୍ଭବତୀ ଥିବା ଜାଣିବା ପରେ ମଧ୍ୟ ଅଭିଯୁକ୍ତ ଏଭଳି କାଣ୍ଡ କରିଥିବା ଅଭିଯୋଗ ହୋଇଛି।ଏ ନେଇ ପୀଡ଼ିତା ପାଟଣା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପାଟଣା ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଥାନା ଏସ.ଆଇ. ଲକ୍ଷ୍ମଣ ମାଝୀ ଘଟଣାର ତଦନ୍ତ ଭାର ଗ୍ରହଣ କରି ଉଭୟଙ୍କର ଡାକ୍ତରୀ ମାଇନା କରାଇଥିଲେ। ଏହି ଘଟଣାରେ ପାଟଣା ଥାନାରେ କେସ୍ ନଂ- ୩୬୫/୨୬ ଅନୁଯାୟୀ ଏକ ମାମଲା ରଜୁ କରାଯାଇ ଅଭିଯୁକ୍ତ ଲୋକନାଥ ମହାନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ପାଟଣା ଥାନା ଅଧିକାରୀ କିରଣ ପ୍ରସାଦ ସାହୁ ସୂଚନା ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande