ଦେଓଗାଁ ବ୍ଲକ୍ ଅନ୍ତର୍ଗତ ମୁଣ୍ଡପଲା ଗ୍ରାମରେ ଅଙ୍ଗନବାଡ଼ି ସହାୟିକା ନିଯୁକ୍ତିକୁ ନେଇ ଦେଖାଦେଇଥିବା ଅସନ୍ତୋଷରେ ପ୍ରଶାସନ ହସ୍ତକ୍ଷେପ
ବଲାଙ୍ଗିର 3 ସେପ୍ଟେମ୍ବର (ହି.ସ.) ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍ ଅନ୍ତର୍ଗତ ମୁଣ୍ଡପଲା ଗ୍ରାମରେ ଅଙ୍ଗନବାଡ଼ି ସହାୟିକା ନିଯୁକ୍ତିକୁ ନେଇ ଦେଖାଦେଇଥିବା ଅସନ୍ତୋଷରେ ଆଜି ପ୍ରଶାସନ ହସ୍ତକ୍ଷେପ କରିଛି। ତେବେ ଜିଲ୍ଲା ଓ ବ୍ଲକ୍ ପ୍ରଶାସନର ମିଳିତ ଉଦ୍ୟମରେ ଆଜି ଉକ୍ତ କେନ୍ଦ୍ରର ତାଲା ଖୋଲାଯାଇ ସେବ
ଦେଓଗାଁ ବ୍ଲକ୍ ଅନ୍ତର୍ଗତ ମୁଣ୍ଡପଲା ଗ୍ରାମରେ ଅଙ୍ଗନବାଡ଼ି ସହାୟିକା ନିଯୁକ୍ତିକୁ ନେଇ ଦେଖାଦେଇଥିବା ଅସନ୍ତୋଷରେ ଆଜି ପ୍ରଶାସନ ହସ୍ତକ୍ଷେପ


ବଲାଙ୍ଗିର 3 ସେପ୍ଟେମ୍ବର (ହି.ସ.)

ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍ ଅନ୍ତର୍ଗତ ମୁଣ୍ଡପଲା ଗ୍ରାମରେ ଅଙ୍ଗନବାଡ଼ି ସହାୟିକା ନିଯୁକ୍ତିକୁ ନେଇ ଦେଖାଦେଇଥିବା ଅସନ୍ତୋଷରେ ଆଜି ପ୍ରଶାସନ ହସ୍ତକ୍ଷେପ କରିଛି। ତେବେ ଜିଲ୍ଲା ଓ ବ୍ଲକ୍ ପ୍ରଶାସନର ମିଳିତ ଉଦ୍ୟମରେ ଆଜି ଉକ୍ତ କେନ୍ଦ୍ରର ତାଲା ଖୋଲାଯାଇ ସେବା ସ୍ୱାଭାବିକ କରାଯାଇଛି ।

ନିକଟରେ ହୋଇଥିବା ଅଙ୍ଗନବାଡ଼ି ସହାୟିକା ନିଯୁକ୍ତିକୁ ବିରୋଧ କରି ଗତ ୨୧ ସେପ୍ଟେମ୍ବରରେ ଗ୍ରାମବାସୀ ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ପକାଇଥିଲେ। ଫଳରେ ସରକାରୀ ସେବା ପ୍ରଭାବିତ ହୋଇଥିଲା। ସମସ୍ୟାର ସମାଧାନ ପାଇଁ ୨୨ ସେପ୍ଟେମ୍ବରରେ ଦେଓଗାଁ ବିଡିଓ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ) ଏବଂ ପୋଲିସ ଅଧିକାରୀ ମୁଣ୍ଡପଲା ଗ୍ରାମକୁ ଯାଇ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ତେବେ ଗ୍ରାମବାସୀ କେନ୍ଦ୍ରର ତାଲା ଖୋଲିବାକୁ ରାଜି ହୋଇନଥିଲେ। ଏନେଇ ସିଡିପିଓ ଉପଜିଲ୍ଲାପାଳ, ବଲାଙ୍ଗୀରଙ୍କୁ ଲିଖିତ ଭାବେ ଅବଗତ କରାଇଥିଲେ।

ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆଜି ଦେଓଗାଁ ବିଡିଓ, ତହସିଲଦାର, ବଲାଙ୍ଗୀର ଏସ୍ଡିପିଓ, ତୁଷୁରା ଥାନା ପ୍ରଭାରୀ, ଏବିଡିଓ, ସିଡିପିଓ, ମୁଣ୍ଡପଲା ସରପଞ୍ଚଙ୍କ ସମେତ ପୋଲିସ ବଳ ଗ୍ରାମରେ ପହଞ୍ଚିଥିଲେ। ପ୍ରଶାସନିକ ଅଧିକାରୀମାନେ ଗ୍ରାମବାସୀଙ୍କ ଉପସ୍ଥିତିରେ କେନ୍ଦ୍ରର ତାଲା ଖୋଲିବା ପାଇଁ ଅନୁରୋଧ କରିଥିଲେ। ତେବେ ଗ୍ରାମବାସୀ ଏଥିରେ ସହଯୋଗ କରିନଥିଲେ। ପରିଶେଷରେ ସରପଞ୍ଚ ଓ ସମସ୍ତ ପ୍ରଶାସନିକ ଅଧିକାରୀଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ନିୟମାନୁଯାୟୀ କେନ୍ଦ୍ରର ତାଲା ଭଙ୍ଗାଯାଇଥିଲା। ପରେ ଅଙ୍ଗନବାଡ଼ି କେନ୍ଦ୍ରକୁ ଅଙ୍ଗନବାଡ଼ି କର୍ମୀଙ୍କ ଦାୟିତ୍ୱରେ ହସ୍ତାନ୍ତର କରାଯାଇ ସେବା ପୁନଃ ସ୍ୱାଭାବିକ କରାଯାଇଛି।

ଶିଶୁ ଓ ମାତୃ ମଙ୍ଗଳ ପାଇଁ ନିର୍ଦ୍ଦିଷ୍ଟ ସରକାରୀ ସେବାରେ ବାଧାସୃଷ୍ଟି ନକରିବାକୁ ପ୍ରଶାସନ ପକ୍ଷରୁ ଗ୍ରାମବାସୀଙ୍କୁ ଅନୁରୋଧ କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande