

ବଲାଙ୍ଗୀର, ୨୩ ସେପ୍ଟେମ୍ବର(ହି.ସ.) – ଶ୍ରୀନୃସିଂହ ମନ୍ଦିର ବଲାଙ୍ଗୀର ପ୍ରାଙ୍ଗଣେ ଜିଲ୍ଲା ବ୍ରାହ୍ମଣ ମହାସଭା, ବଲାଙ୍ଗୀର ଦ୍ୱାରା ଭଗବାନ ବାମନଙ୍କ ଜନ୍ମୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଜୟ ବିହାରୀ ବେଦବାକ ସପତ୍ନୀକଙ୍କ କର୍ତାକର୍ତୀତ୍ୱରେ ତଥା ପଣ୍ଡିତ ଲକ୍ଷ୍ମୀପ୍ରସାଦ ଚାନ୍ଦ ଏବଂ ବ୍ରହ୍ମଶ୍ରୀ ଗିରିଧାରୀ ଶତପଥୀଙ୍କ ପୂଜାକାର୍ଯ୍ୟ ସମହିତ ଏହି ଜନ୍ମୋତ୍ସବରେ ମହାସଭାର ସଂପାଦକ ଶ୍ୟାମ ସୁନ୍ଦର ଦାଶ, ଶ୍ରୀମତ୍ ଭାଗବତ ମହାପୁରାଣ ଅଷ୍ଟମ ସ୍କନ୍ଦ ଅଷ୍ଟାଦଶ ଅଧ୍ୟାୟ ବାମନ ଜନ୍ମ ଉପାଖ୍ୟାନ ପଠନ କରିଥିବାବେଳେ ବିଶିଷ୍ଠ ଉପଦେଷ୍ଟା ଅଧ୍ୟାପକ ସତ୍ୟବନ୍ତ ବେଦାକ, ଗୋପବନ୍ଧୁ ପୁରୋହିତ, ଉପସଭାପତି ବିଶ୍ୱନାଥ ମିଶ୍ର, କୋଷାଧ୍ୟକ୍ଷ ପଂଚାନନ ବେଦବାକ, କାର୍ଯ୍ୟକାରୀ ସଭ୍ୟ କବିରାଜ ହୋତା, ଅଶୋକ ମିଶ୍ର, ଜଗନ୍ନାଥ ଷଡଙ୍ଗୀ, ସରୋଜ କୁମାର ବେହେରା, ଗୀତାଞ୍ଜଳି ବେହେରା, ଗୋବିନ୍ଦ ଚନ୍ଦ୍ର ମିଶ୍ର, ରମେଶ ଚନ୍ଦ୍ର ନାଥ, ପୁରୁଷୋତମ ପଣ୍ଡା, ଡ. ଗୋପାଳକୃଷ୍ଣ ମିଶ୍ର, ବିରଂଚି ନାରାୟଣ ତ୍ରିପାଠୀ, ଗୋବର୍ଦ୍ଧନ ଶତପଥୀ, ସାଧନା ପଣ୍ଡା, ଲଳିତା ଦାଶ, ଯୁଧିଷ୍ଠିର ପଣ୍ଡା, ପ୍ରଦୀପ ଖମାରୀ, ଆଶୁତୋଷ ମିଶ୍ର, ରାମଶଙ୍କର ଶତପଥୀ, ରାଜ କିଶୋର ଦାଶ ପ୍ରମୁଖ ଅନେକ ସଦସ୍ୟ ଭାଗବତ ପଠନରେ ଯୋଗଦାନ କରିଥିଲେ। ପରିଶେଷରେ କର୍ତାକର୍ତୀଙ୍କ ଦ୍ୱାରା ଘୃତାହୁତି ଯଜ୍ଞ ସମ୍ପନ୍ନ ହେବା ସହ ସମବେତ ଆରତୀ ପୁଷ୍ପାଞ୍ଜଳି ଅର୍ପଣ ପୂର୍ବକ ଉତ୍ସବ ସମାପନ ହେଲା ତା.୨୬.୦୯.୨୦୨୬ ଘ.୬ ସମୟରେ ଶ୍ରୀନୃସିଂହ ବନ୍ଧଘାଟରେ ପ୍ରସ୍ତାବିତ ଗଙ୍ଗା ଆରତି ରେ ଯୋଗଦାନ କରିବାକୁ ସମସ୍ତଙ୍କୁ ଅନୁରୋଧ କରାଗଲା।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ