ସରକାରୀ ମହାବିଦ୍ୟାଳୟ, ବଲାଙ୍ଗୀରରେ ଅନୁଷ୍ଠାନିକ ଉଦ୍ଭାବନ ଓ ଷ୍ଟାର୍ଟ-ଅପ୍ ପ୍ରତିଯୋଗିତା
ବଲାଙ୍ଗିର, ୨୨ ସେପ୍େଟମ୍ବର (ହିସ) –୨୦୨୬ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ସରକାରୀ ମହାବିଦ୍ୟାଳୟ, ବଲାଙ୍ଗୀରଠାରେ ବୃତି ପରାମର୍ଶ, ଯୁବନିଯୁକ୍ତି ଓ ନିୟୋଜନ ପ୍ରକୋଷ୍ଠ ପକ୍ଷରୁ ବିଶ୍ୱବିଦ୍ୟାଳୟ ଉଦ୍ଭାବନ ଓ ଷ୍ଟାର୍ଟ-ଅପ୍ ପାଣ୍ଠି ଅନୁଦାନରେ ଅନୁଷ୍ଠାନିକ ଉଦ୍ଭାବନ ଓ ଷ୍ଟାର୍ଟ-ଅପ୍ ପ୍ରତିଯୋଗିତା
ସରକାରୀ ମହାବିଦ୍ୟାଳୟ, ବଲାଙ୍ଗୀରରେ ଅନୁଷ୍ଠାନିକ ଉଦ୍ଭାବନ ଓ ଷ୍ଟାର୍ଟ-ଅପ୍ ପ୍ରତିଯୋଗିତା


ସରକାରୀ ମହାବିଦ୍ୟାଳୟ, ବଲାଙ୍ଗୀରରେ ଅନୁଷ୍ଠାନିକ ଉଦ୍ଭାବନ ଓ ଷ୍ଟାର୍ଟ-ଅପ୍ ପ୍ରତିଯୋଗିତା


ସରକାରୀ ମହାବିଦ୍ୟାଳୟ, ବଲାଙ୍ଗୀରରେ ଅନୁଷ୍ଠାନିକ ଉଦ୍ଭାବନ ଓ ଷ୍ଟାର୍ଟ-ଅପ୍ ପ୍ରତିଯୋଗିତା


ବଲାଙ୍ଗିର, ୨୨ ସେପ୍େଟମ୍ବର (ହିସ) –୨୦୨୬ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ସରକାରୀ ମହାବିଦ୍ୟାଳୟ, ବଲାଙ୍ଗୀରଠାରେ ବୃତି ପରାମର୍ଶ, ଯୁବନିଯୁକ୍ତି ଓ ନିୟୋଜନ ପ୍ରକୋଷ୍ଠ ପକ୍ଷରୁ ବିଶ୍ୱବିଦ୍ୟାଳୟ ଉଦ୍ଭାବନ ଓ ଷ୍ଟାର୍ଟ-ଅପ୍ ପାଣ୍ଠି ଅନୁଦାନରେ ଅନୁଷ୍ଠାନିକ ଉଦ୍ଭାବନ ଓ ଷ୍ଟାର୍ଟ-ଅପ୍ ପ୍ରତିଯୋଗିତା (୨୦୨୬-୨୭) ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟରପ୍ରେକ୍ଷାଳୟ-୦୨ରେ ସକାଳ ୧୧ଟା ରୁ ଅପରାହ୍ନ ୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ତଥା ବାହ୍ୟ ବିଚାରକ ଭାବେ ନାଇସେଟ୍, ବଲାଙ୍ଗିରର ନିର୍ଦ୍ଦେଶକ ଶ୍ରୀ ଏମ. ଆର. ଖାନ୍, ବିଶିଷ୍ଟ ଅତିଥି ଭାବେ ଶ୍ରୀଭଞ୍ଜନ ବେହେରା ଉପସ୍ଥିତ ଥିଲେ। ସଭାପତିତ୍ୱ କରିଥିଲେ ଅଧ୍ୟକ୍ଷ ଡ. କୌତୁକ ପନ୍ଦର। ଆଭ୍ୟନ୍ତରୀଣ ବିଚାରକ ଭାବେ ଓଡ଼ିଆ ବିଭାଗର ସହକାରୀ ପ୍ରାଧ୍ୟାପକ ଡ. ଶ୍ରୀକାନ୍ତ କୁମାର ବାରିକ ଓ ସଂଯୋଜକ ଭାବେ ଲେଫ୍ଟନାଂଟ କୁଶ କହଁର ଉପସ୍ଥିତ ଥିଲେ। ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ସ୍ୱାଗତ ଭାଷଣ ଓ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଲେଫ୍ଟନାଂଟ କୁଶ କହଁର ସୂଚନା ପ୍ରଦାନ କରିଥିଲେ। ଏହାପରେ ବାହ୍ୟ ବିଚାରକ ଏମ. ଆର. ଖାନ୍ ଦକ୍ଷତା ବିକାଶ, ଡିଜିଟାଲ ଉପକରଣ ଓ ଷ୍ଟାର୍ଟ-ଅପର ବ୍ୟାବହାରିକତା ଉପରେ ଆଲୋକପାତ କରିଥିଲେ।

ଏହି ପ୍ରତିଯୋଗିତାରେ ମହାବିଦ୍ୟାଳୟର ନୃତତ୍ୱ, ଅର୍ଥନୀତି, ଶିକ୍ଷା, ଇଂରାଜୀ, ହିନ୍ଦୀ, ଓଡ଼ିଆ, ଇତିହାସ, ରାଜନୀତି ବିଜ୍ଞାନ, ମନସ୍ତତ୍ୱ, ସମାଜ ବିଜ୍ଞାନ ଏବଂ ଗ୍ରନ୍ଥାଗାର ଓ ସୂଚନା ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନେ ନିଜ ନିଜ ଷ୍ଟାର୍ଟ-ଅପ୍ ଆଇଡିଆ ଉପସ୍ଥାପନ କରିଥିଲେ। ପ୍ରତ୍ୟେକ ଦଳକୁ ୩ ମିନିଟ୍ ଉପସ୍ଥାପନା ଓ ୨ ମିନିଟ୍ ବିଚାରକଙ୍କ ପ୍ରଶ୍ନୋତର ପାଇଁ ସମୟ ଦିଆଯାଇଥିଲା। ବିଚାରକ ମଣ୍ଡଳୀ ୪୦ ନମ୍ବର ବିଶିଷ୍ଟ ମାନକ ଅନୁଯାୟୀ ମୂଲ୍ୟାୟନ କରିଥିଲେ - ନବୀନତା ଓ ମୌଳିକତା (୧୦), ଆଂଚଳିକ ପ୍ରାସଙ୍ଗିକତା - ବଲାଙ୍ଗୀର/ପଶ୍ଚିମ ଓଡ଼ିଶାର ଆବଶ୍ୟକତା (୧୦), କାର୍ଯ୍ୟକାରିତା ଓ ବ୍ୟୟ ଆକଳନ (୧୦) ଏବଂ ଉପସ୍ଥାପନା ଓ ପ୍ରଶ୍ନୋତର (୧୦)।ଶେଷରେ ବିଜେତା ଦଳମାନଙ୍କୁ ନଗଦ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ବିଶ୍ୱବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଚୟନ କରାଯାଇଛି। ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ସୁଦୀପ୍ତ ନନ୍ଦ, ଦ୍ୱିତୀୟ ସ୍ଥାନରେ ସୂର୍ଯ୍ୟଭାନୁ ଭୋଇ ଓ ତୃତୀୟ ସ୍ଥାନରେ ରୋଷ୍ନୀ ଷରଙ୍ଗୀ। ଶେଷରେ ଡ. ଶ୍ରୀକାନ୍ତ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

--------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande