ଗଜଲକ୍ଷ୍ମୀ ପୂଜା ପାଇଁ ଅନୁକୂଳ ମାଟି ଅଣାଗଲା
ଭୁବନ , 23 ସେପ୍ଟେମ୍ବର (ହି.ସ.)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ ପବିତ୍ର ବାମନ ଜନ୍ମ ସୁନିଆଁ ରେ ଅନୁକୂଳ ମାଟି ଅଣାଗଲା । ପୁରାତନ ଅନୁଷ୍ଠାନ ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ , ଅରାସାହି ତରଫରୁ ଏକ ଶୋଭାଯାତ୍ରାରେ ଯାଇ ରଗଡ଼ି ନାଳ ନିକଟରେ ପୂଜାର୍ଚ୍ଚ
ଅନୁକୂଳ ମାଟି


ଭୁବନ , 23 ସେପ୍ଟେମ୍ବର (ହି.ସ.)- ଢେ଼ଙ୍କାନାଳ ଜିଲ୍ଲା ଭୁବନ ରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପାଇଁ ପବିତ୍ର ବାମନ ଜନ୍ମ ସୁନିଆଁ ରେ ଅନୁକୂଳ ମାଟି ଅଣାଗଲା । ପୁରାତନ ଅନୁଷ୍ଠାନ ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ , ଅରାସାହି ତରଫରୁ ଏକ ଶୋଭାଯାତ୍ରାରେ ଯାଇ ରଗଡ଼ି ନାଳ ନିକଟରେ ପୂଜାର୍ଚ୍ଚନା କରାଯାଇ ଅନୁକୂଳ ମାଟି ଅଣାଯାଇଥିଲା । ଅରାସାହି ସଭାପତି ହୃଦାନନ୍ଦ ବେହେରା ଙ୍କ ନେତୃତ୍ୱରେ ବହୁ ସଂଖ୍ୟକ ସାହି ବାସିନ୍ଦା ଏଥିରେ ସାମିଲ ହୋଇଥିଲେ । ମହାଲକ୍ଷ୍ମୀ ବଣିକ ସଂଘ ନୁଆ ବଜାର ତରଫରୁ ସଭାପତି ଦୁଷ୍ମନ୍ତ କୁମାର ପୃଷ୍ଟି ଙ୍କ ନେତୃତ୍ଵରେ ବ୍ୟବସାୟୀ ଭାଇ ମାନେ ମଧ୍ୟ ଶୋଭାଯାତ୍ରାରେ ଯାଇ ରଗଡି ସ୍ଥିତ ଅଷ୍ଟଶମ୍ଭୁ ମନ୍ଦିର ପରିସରରେ ପୂଜାର୍ଚ୍ଚନା କରାଯାଇ ପବିତ୍ର ମାଟି ଆଣିଥିଲେ । ଅନୁରୂପ ଭାବେ ଭୁବନର ଲତାବିଲ ( ବଉଳ ଛକ ), ଟୋଲଙ୍କ ବେରେଣି,ବଡ଼ହାଟ ପ୍ରଭୃତି ପୂଜା ପ୍ରତିଷ୍ଠାନ ତରଫରୁ ମଧ୍ୟ ଲକ୍ଷ୍ମୀପୂଜା ନିମନ୍ତେ ମାଟି ଅଣାଯାଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ


 rajesh pande