ଯୋଗୀସର୍ଡାରେ ସାମୁହିକ ନୂଆଁଖାଇ ପାଳନ
ବଲାଙ୍ଗୀର, ୨୩ ସେପ୍ଟେମ୍ବର(ହି.ସ.) – ଲୋଇସିଂହା ବ୍ଲକ ଯୋଗୀସର୍ଡା ସ୍ଥିତ ଗୌନ୍ତିଆ ବଂଶର ୨୧ଟି ପରିବାର ସାମୁହିକ ଭାବେ ଆଜି ନୂଆଖାଇ ପାଳନ କରିଛନ୍ତି। ଚଳିତ ନୂଆଁଖାଇ ଲଗ୍ନରେ ଉପରୋକ୍ତ ବଂଶର ମୃତାହତ କାର୍ଯ୍ୟ ଥିବାରୁ ସେମାନେ ନୂଆଁଖାଇ ପାଳନ କରିବାରୁ ବଂଚିତ ଥିଲେ। ଗ୍ରାମର ସ୍ୱର୍ଗତ ବୈଦ୍ୟନାଥ ତ୍
ଯୋଗୀସର୍ଡାରେ ସାମୁହିକ ନୂଆଁଖାଇ ପାଳନ


ବଲାଙ୍ଗୀର, ୨୩ ସେପ୍ଟେମ୍ବର(ହି.ସ.) – ଲୋଇସିଂହା ବ୍ଲକ ଯୋଗୀସର୍ଡା ସ୍ଥିତ ଗୌନ୍ତିଆ ବଂଶର ୨୧ଟି ପରିବାର ସାମୁହିକ ଭାବେ ଆଜି ନୂଆଖାଇ ପାଳନ କରିଛନ୍ତି। ଚଳିତ ନୂଆଁଖାଇ ଲଗ୍ନରେ ଉପରୋକ୍ତ ବଂଶର ମୃତାହତ କାର୍ଯ୍ୟ ଥିବାରୁ ସେମାନେ ନୂଆଁଖାଇ ପାଳନ କରିବାରୁ ବଂଚିତ ଥିଲେ। ଗ୍ରାମର ସ୍ୱର୍ଗତ ବୈଦ୍ୟନାଥ ତ୍ରିପାଠୀଙ୍କ ଛଅଜଣ ପୁଅଙ୍କ ପରିବାର ଏକା ସାଙ୍ଗରେ ନୂଆଁ ଖାଇଥିଲେ। ବୟସ୍କ ବ୍ୟକ୍ତି ଚିନ୍ତାମଣି ତ୍ରିପାଠୀଙ୍କ ହାତରୁ ନବାର୍ଣ୍ଣ ଭୋଗ ଗ୍ରହଣ ପୂର୍ବକ ଭିକାରୀ ତ୍ରିପାଠୀ ଓ ନନ୍ଦଲାଲ ତ୍ରିପାଠୀ ସମସ୍ତଙ୍କୁ ନବାର୍ଣ୍ଣ ବଂଟନ କରିଥିଲେ। ଏଥିସହିତ ସଂକୀର୍ତନ ଦଳ ସହ ସ୍ଥାନୀୟ ଆରାଧ୍ୟ ଯୋଗେଶ୍ୱର ମହାଦେବ, ପ୍ରଭୁ ଜଗନ୍ନାଥ ଓ ମା’ ଚଣ୍ଡିଙ୍କ ଦର୍ଶନ କରିଥିଲେ। ଶିକ୍ଷା ଦୀକ୍ଷା ତଥା ଗାଁ ପାଇଁ ସୁନାମ ଆଣିବାରେ ଏହି ପରିବାର ସ୍ଥାନୀୟ ଅଂଚଳ ତଥା ଓଡ଼ିଶାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ଓଡ଼ିଶା ପ୍ରଶାସନିକ ସେବାରେ ସ୍ୱର୍ଗତ ଗୌରୀଶଙ୍କର ତ୍ରିପାଠୀ, ଭାରତୀୟ ପ୍ରଶାସନିକ ସେବାରେ ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ, ବର୍ତମାନର ଶ୍ରମ କମିଶନର ଇନ୍ଦ୍ରମଣି ତ୍ରିପାଠୀଙ୍କ ସମେତ ଆନନ୍ଦ ତ୍ରିପାଠୀ, ଅଶୋକ କୁମାର ତ୍ରିପାଠୀ, ଚନ୍ଦ୍ରମଣି ତ୍ରିପାଠୀଙ୍କ ଶିକ୍ଷା କ୍ଷେତ୍ରରେ ପ୍ରମୁଖ ଭୂମିକା ରହିଛି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande