
ଜୟପୁର, 23 ସେପ୍ଟେମ୍ବର (ହି.ସ.)- କୋରାପୁଟ ଜିଲାରେ ହିତାଧିକାରିଙ୍କୁ ମିଳି ନାହିଁ ଚାଉଳ । ଚାଉଳ ଉପରେ ନିର୍ଭର କରୁଥିବା ହିତାଧିକାରି ମାନେ ଚିନ୍ତାରେ ରହିଛନ୍ତି । ଦାବି ପଟେ ସରକାର ଦାବି ପୁରଣ କରୁନଥିବାରୁ ନିରିହ ହିତାଧିକାରିମାନେ ଦାବି ସଙ୍କଟରେ ପଡିଛନ୍ତି । ପୂରଣ ନହେବାରୁ ଯୋଗାଣ ସହାୟକଙ୍କ ଆନ୍ଦୋଳନ ତୀବ୍ର ହୋଇଛି । ଭୁବନେଶ୍ୱର ଲୋୟର ପିଏମ୍ଜିରେ ବିଶାଳ ପ୍ରତିବାଦ ପରେ ସରକାର ଦାବି ନମାନିଲେ ସେପ୍ଟେମ୍ବର ଓ ଅକ୍ଟୋବରର ପିଡିଏସ୍ ଚାଉଳ ବଣ୍ଟନ ବନ୍ଦ ରଖିବାକୁ ସଂଘ ଚେତାବନୀ ଦେଇଛି । ଫଳରେ କୋରାପୁଟ ଜିଲାରେ ଜୟପୁର ସମେତ ୧୪ଟି ବ୍ଲକରେ ଚାଉଳ ବଣ୍ଟନରେ ସମସ୍ୟା ଦେଖାଯାଇଛି । ଆଗକୁ ଦଶହରା ଥିବାରୁ ଏଭଳି ସମୟରେ ଚାଉଳ ବଣ୍ଟନ ଠପ୍ ହୋଇଗଲେ ଗରିବ ଖଟିଖିଆ ପରିବାର ପାଇଁ ପର୍ବ ପାଳନ କରିବା କଷ୍ଟକର ହୋଇପଡ଼ିବ ବୋଲି ଆଶଙ୍କା କରାଯାଉଛି । କୋରାପୁଟ ଜିଲାରେ ଲକ୍ଷ ଲକ୍ଷ ହିତାଧିକାରୀ ସିଧାସଳଖ ଏହାଦ୍ୱାରା ପ୍ରଭାବିତ ହେବାକୁ ଯାଉଛନ୍ତି । ଦାବି ପୂରଣ ନହେବାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଥିବା ଯୋଗାଣ ସହାୟକମାନେ ଏବେ ସିଧାସଳଖ ରାଜରାସ୍ତାକୁ ଓହ୍ଲାଇଛନ୍ତି । ପଞ୍ଚାୟତ ସ୍ତରରେ ଘରେ ଘରେ ରାସନ ପହଞ୍ଚାଉଥିବା ଏହି କର୍ମଚାରୀମାନେ ନିଜ ହକ୍ ପାଇଁ ଅଡ଼ି ବସିଛନ୍ତି । ସେମାନେ ୧୧ ଦଫା ଦାବିପତ୍ର ଉପସ୍ଥାପନ କରିଛନ୍ତି । ଏଥିରେ ମଧ୍ୟସ୍ଥି ବ୍ୟବସ୍ଥା ଉଚ୍ଛେଦ କରି ସିଧାସଳଖ ବ୍ୟାଙ୍କ ଖାତାରେ ଦରମା ପ୍ରଦାନ, ଜିଲ୍ଲା କ୍ୟାଡରରେ ଅନ୍ତର୍ଭୁକ୍ତୀକରଣ, ନିର୍ଦ୍ଦିଷ୍ଟ କାର୍ଯ୍ୟ ସମୟ ଓ ଛୁଟି ନିର୍ଦ୍ଧାରଣ, ଭତ୍ତା ଏବଂ ଅନୁକମ୍ପାମୂଳକ ନିଯୁକ୍ତି ଭଳି ପ୍ରମୁଖ ଦାବି ସାମିଲ ରହିଛି । ସରକାରୀ ସ୍ତରରେ କୌଣସି ଠୋସ୍ ନିଷ୍ପତ୍ତି ନଆସିବା ଯାଏଁ କାର୍ଯ୍ୟାଳୟରେ ତାଲା ଝୁଲିବ ବୋଲି ସେମାନେ ସ୍ପଷ୍ଟ କରିଛନ୍ତି । କୋରାପୁଟ ଜିଲାରେ ଯୋଗାଣ ସହାୟକ ମାନେ ଛୁଟି ରେ ଥିବାରୁ ଚାଉଳ ବଣ୍ଟନରେ ସମସ୍ୟା ଦେଖାଯାଇଛି । ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଉଛି, ଆଗକୁ ପାର୍ବଣର ରୁତୁ ଦଶହରା ଆସୁଛି । ଏଭଳି ସମୟରେ ଚାଉଳ ବଣ୍ଟନ ଠପ୍ ହୋଇ ରହିଲେ ଗରିବ ଖଟିଖିଆ ପରିବାର ପାଇଁ ପର୍ବ ପାଳନ କରିବା କଷ୍ଟକର ହୋଇପଡ଼ିବ । ଅନ୍ୟପକ୍ଷରେ, ରାଜ୍ୟ ସରକାର ଅନ୍ନପୂର୍ଣ୍ଣା ଯୋଜନାରେ ଅତିରିକ୍ତ ୫ କିଲୋ ଲେଖାଏଁ ଚାଉଳ ଯୋଗାଇ ଦେଉଥିଲେ ମଧ୍ୟ ଏହି ଅଚଳାବସ୍ଥା ଯୋଗୁଁ ରାସନ ଲୋକଙ୍କ ପାଖରେ ପହଞ୍ଚିପାରୁ ନାହିଁ । ତେଣୁ ସ୍ଥିତି ଅଣାୟତ୍ତ ହେବା ପୂର୍ବରୁ ସରକାର ତୁରନ୍ତ ସଂଘ ସହ ଆଲୋଚନା କରି ସମାଧାନର ବାଟ ବାହାର କରିବାକୁ ସାଧାରଣରେ ଦାବି ଜୋର ଧରିଛି । । ଜିଲା ପ୍ରଶାସନ ଚାଉଳ ବଣ୍ଟନ ପାଇ ପିଇଓ ମାନଙ୍କୁ ଦାୟତ୍ୱ ଦେଇଥିବା ବେଳେ ଆଗକୁ କିପରି ହିତାଧିକାରି ଚାଉଳ ପାଇବେ ଚାଉଳ ବଣ୍ଟନ ସୁରୁଖୁରୁ ହେବ ତାହାକୁ ଜିଲା ବାସୀ ଚାହିଁ ରହିଛନ୍ତି । କୋରପୁଟ ଜିଲାର ଉପାନ୍ତ ଅଞ୍ଚଳ ଲମତାପୁଟ, ବୈପାରିଗୁଡା, ନାରାୟଣରାଟଣା, ଲକ୍ଷ୍ମୀପୁର, ବନ୍ଧୁ ଗାଁ, କୋଟପାଡ, କୁନ୍ଦୁରା, ବୋରିଗୁମ୍ମାରେ ଜୟପୁର, କୋରାପୁଟ ନନ୍ଦପୁର, ପଟାଙ୍ଗୀ, ଦଶମନ୍ଚପୁର ରେ ଥିବା ଖାଉଟି ଙ୍କ ଚିନ୍ତା ବଡିଥିବା ଲକ୍ଷଯ କରା`ାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି