
ଭୁବନେଶ୍ୱର, 23 ସେପ୍ଟେମ୍ବର (ହି.ସ.)- ରାଜଧାନୀରେ
ଗୁଳି ଫୁଟାଇ ଆତଙ୍କ ଖେଳାଇଥିବା ଘଟଣାରେ ଏବିଭିପିର କଂଗ୍ରେସକୁ ଟାର୍ଗେଟ କରି କହିଛି ଯେ, ରାଜଧାନୀରେ କଂଗ୍ରେସ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି
କରୁଛି I ଗଣେଶ
ପୂଜାରେ ବନ୍ଧୁକ ଫୁଟାଇ ଆତଙ୍କ ଖେଳାଇବା ପଛରେ କଂଗ୍ରେସର ଛାତ୍ର ନେତାଙ୍କ ଭୂମିକା ଅଛି ବୋଲି
ଅଭିଯୋଗ ଆଣିଛି ଏବିଭିପି I ବନ୍ଧୁକ କେଉଁଠୁ ଆସିଲା,
ବନ୍ଧୁକ ଚୋରା କାରବାରେ ପଛରେ ୟାସୀର ନୱାଜ ଓ ତାର ସହଯୋଗୀଙ୍କ ହାତ
ରହିଛି ପୋଲିସ ଏ ଦିଗରେ ତଦନ୍ତ କରୁ I ଗୁଳି ଫୁଟାଇ ଆତଙ୍କ ସୃଷ୍ଟି କରିଥିବା କଂଗ୍ରେସ ନେତାଙ୍କୁ ତୁରନ୍ତ
ଗିରଫ କରାଯାଉ I ରାଜଧନୀରେ କଂଗ୍ରେସ ନିଜେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଛି I କଂଗ୍ରେସରର
ଖୋଳପା ଭିତରେ ରହି ଏମାନେ ଆତଙ୍କ ସୃଷ୍ଟି କରୁଛନ୍ତି I
ପୂର୍ବତନ ଛାତ୍ର କଂଗ୍ରେସର ସଭାପତି ୟାଶିର୍ ନୱାଜ ସହିତ କଂଗ୍ରେସ
ପିଲା ମାନେ ବନ୍ଧୁକ ଫୁଟାଇ ଆତଙ୍କ ସୃଷ୍ଟି କରିବା ଉପରେ କଡ଼ା ପତିକ୍ରିୟା ରଖିଛି ଏବିଭିପି I ଯେଉଁମାନେ
ରାଜଧାନିରେ ବନ୍ଧୁକ ଫୁଟାଇ ଆତଙ୍କ ସୃଷ୍ଟି କରୁଛନ୍ତି ସେମାନଙ୍କୁ କଂଗ୍ରେସ ପୁରସ୍କାର ଦେଉଛି I ଜଣେ
ସାଂସଦ ପ୍ରାର୍ଥୀ ଏଭଳି ଘଟଣା ଘଟାଉଛନ୍ତି ତାପରେ ବି କଂଗ୍ରେସ ଆକ୍ସନ ନେଉନାହିଁ ପୁଣି ଚୁପ୍
ବସିଛି । ପିସିସି ସଭାପତି ଏହା ଉପରେ ଜବାବ ରଖିବା ଦରକାର , କେବେ ଭକ୍ତ ଦାସ ଏହା ଉପରେ
ଜବାବ ରଖିବେ ବୋଲି ଏବିଭିପି ପଚାରିଲା ପ୍ରଶ୍ନ I
ୟାଶିର୍ ନୱାଜ ନାମରେ ଏତେ
ଅଭିଯୋଗ ହେଲା ପରେ ବି, ଏହି ଘଟଣାକୁ ଦବେଇ ଦେବାକୁ ଚେଷ୍ଟା କରାଯାଉଛି I ଏ
ବାବଦରେ ଆକ୍ସନ ନିଆଯିବା ଦରକାର , ଏପରି ଅଭ୍ୟାସଗତ ଅପରାଧୀଙ୍କୁ ଗିରଫ କରାଯାଇ ଜେଲ୍ ପଠେଇବା ଦରକାର ବୋଲି
ଏବିଭିପି କହିଛିI
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା