କୁକୁଡା ମାଂସ ଦର ନିୟନ୍ତ୍ରଣ ପାଇଁ ନିର୍ଦ୍ଦିଷ୍ଟ ନିୟମାବଳୀ ନାହିଁ : ମନ୍ତ୍ରୀ
ଭୁବନେଶ୍ୱର, ୨୩ ସେପ୍ଟେମ୍ବର (ହି.ସ.)- କୁକୁଡା ମାଂସର ମୂଲ୍ୟ ନିର୍ଦ୍ଧାରଣ କରିବାପାଇଁ ସରକାରଙ୍କର କୌଣସି ନିର୍ଦ୍ଧିଷ୍ଟ ନିୟମାବଳୀ ନାହିଁ । ବ୍ରଏଲର ମାଂସର ଉତ୍ପାଦନ ଖର୍ଚ୍ଚ, ଯୋଗାଣ ଚାହିଦା ଏବଂ ପାଇକାରୀ ବାଣିଜ୍ୟ ଅବସ୍ଥାକୁ ନେଇ ଉତ୍ପାଦକ ଓ ବ୍ୟବସାୟୀମାନେ ମୂଲ୍ୟ ନିର୍ଦ୍ଧାରଣ କରିଥାନ୍ତି । ର
କୁକୁଡା ମାଂସ ଦର ନିୟନ୍ତ୍ରଣ ପାଇଁ ନିର୍ଦ୍ଦିଷ୍ଟ ନିୟମାବଳୀ ନାହିଁ : ମନ୍ତ୍ରୀ


ଭୁବନେଶ୍ୱର, ୨୩ ସେପ୍ଟେମ୍ବର (ହି.ସ.)- କୁକୁଡା ମାଂସର ମୂଲ୍ୟ ନିର୍ଦ୍ଧାରଣ କରିବାପାଇଁ ସରକାରଙ୍କର କୌଣସି ନିର୍ଦ୍ଧିଷ୍ଟ ନିୟମାବଳୀ ନାହିଁ । ବ୍ରଏଲର ମାଂସର ଉତ୍ପାଦନ ଖର୍ଚ୍ଚ, ଯୋଗାଣ ଚାହିଦା ଏବଂ ପାଇକାରୀ ବାଣିଜ୍ୟ ଅବସ୍ଥାକୁ ନେଇ ଉତ୍ପାଦକ ଓ ବ୍ୟବସାୟୀମାନେ ମୂଲ୍ୟ ନିର୍ଦ୍ଧାରଣ କରିଥାନ୍ତି ।

ରାଜ୍ୟରେ କୁକୁଡା ପାଳନ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତରରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ମୋଟ୍ ୨୩ହଜାର ୯୫୬ଟି ଛୋଟ ଓ ବଡ ବ୍ରଏଲର କୁକୁଡା ଫାର୍ମ ଓ ୧୮୯ ଟି ବ୍ୟବସାୟିକ ଭିତିିକ ଅଣ୍ଡାଦିଆ କୁକୁଡା ଫାର୍ମ ରହିଛି । ଏହି ଫାର୍ମ ଗୁଡିକରୁ ୨୦୨୫-୨୬ ଆର୍ôଥକ ବର୍ଷରେ ୪୦ ହଜାର ୯୧୩ ଲକ୍ଷ ଅଣ୍ଡା ଓ ୧ଲକ୍ଷ ୬୪ ହଜାର ମେଟ୍ରିକ ଟନ୍ କୁକୁଡା ମାଂସ ଉତ୍ପାଦିତ ହୋଇଛି ।

ରାଜ୍ୟରେ କୁକୁଡା ଚାଷର ମୁଖ୍ୟତଃ ବିଭିନ୍ନ ବେସରକାରୀ କମ୍ପାନୀ ପୁଞ୍ଜି ନିବେଶ କରି ରାଜ୍ୟରେ ବ୍ୟବସାୟ ଚଳାଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ଏପର୍ଯ୍ୟନ୍ତ କୁକୁଡା ମାଂସର ମୂଲ୍ୟ ନିର୍ଦ୍ଧାରଣ କରିବାପାଇଁ ସରକାରଙ୍କର କୌଣସି ନିର୍ଦ୍ଧିଷ୍ଟ ନିୟମାବଳୀ ନାହିଁ । ବ୍ରଏଲର ମାଂସର ଉତ୍ପାଦନ ଖର୍ଚ୍ଚ, ଯୋଗାଣ ଚାହିଦା ଏବଂ ପାଇକାରୀ ବାଣିଜ୍ୟ ଅବସ୍ଥାକୁ ନେଇ ଉତ୍ପାଦକ ଓ ବ୍ୟବସାୟୀମାନେ ମୂଲ୍ୟ ନିର୍ଦ୍ଧାରଣ କରିଥାନ୍ତି । ସେହିଭଳି ଓଡିଶାରୁ ରପ୍ତାନି ହେଉଥିବା କୁକୁଡା ମାଂସ ସଂକ୍ରାନ୍ତରେ ମଧ୍ୟ ସରକାରଙ୍କ ନିକଟରେ ନିର୍ଦ୍ଦିଷ୍ଟ ସୂଚନା ନାହିଁ । କୁକୁଡା ମାଂସ ଉତ୍ପାଦକ କମ୍ପାନୀମାନଙ୍କ ହିସାବ ଅନୁଯାୟୀ ୨୦୨୫-୨୬ ଆର୍ôଥକ ବର୍ଷରେ ୪୯ହଜାର ମେଟ୍ରିକ ଟନ୍? ପରିମାଣର କୁକୁଡା ମାଂସ ଅନ୍ୟ ରାଜ୍ୟକୁ ରପ୍ତାନି କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande