
ଭୁବନେଶ୍ୱର, ୨୩ ସେପ୍ଟେମ୍ବର (ହି.ସ.)- ରାଜ୍ୟକୁ ଯେତିକି ମିଳୁଛି ତାହାର ସିଂହଭାଗ ଆସୁଛି ତାପଜ ବିଦ୍ୟୁତ୍ କେନ୍ଦ୍ରରୁ । ଉଭୟ କେନ୍ଦ୍ରୀୟ ସଂସ୍ଥା ଓ ରାଜ୍ୟ ସରକାର ତାପଜ ବିଦ୍ୟୁତ୍ କେନ୍ଦ୍ରରୁ ଅଧିକ ପରିମାଣର ବିଜୁଳି ଉତ୍ପାଦନ କରି ରାଜ୍ୟକୁ ଦେଉଛନ୍ତି ।
ରାଜ୍ୟରେ ମିଳୁଥିବା ବିଦ୍ୟୁତ୍? ଶକ୍ତି ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ଚଳିତ ଆର୍ôଥକ ବର୍ଷର ଏପ୍ରିଲରୁ ଜୁଲାଇ ମାସ ମଧ୍ୟରେ ବିଭିନ୍ନ ସୂତ୍ରରୁ ରାଜ୍ୟକୁ ହାରାହାରି ୧୦,୫୩୭ ମେଗାୱାଟ ବିଦ୍ୟୁତ ମିଳିଛି । ଏଥିରୁ କେନ୍ଦ୍ରୀୟ ଉତ୍ସରୁ ୪୩୮୯ ମେଗାୱାଟ ମିଳିଥିବାବେଳେ ରାଜ୍ୟ ଉତ୍ସରୁ ୬୧୪୮ ମେଗାୱାଟ ବିଜୁଳି ମିଳିଛି ।
ଉଭୟ କେନ୍ଦ୍ର ଓ ରାଜ୍ୟ ଉତ୍ସରୁ ମିଳିଥିବା ବିଦ୍ୟୁତ୍ରୁ ସିଂହଭାଗ ତାପଜ ବିଦ୍ୟୁତ୍ କେନ୍ଦ୍ରରୁ ଆସିଛି । ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଝାରସୁଗୁଡା ଜିଲ୍ଲାରେ ୪୮୪୦ ମେଗାୱାଟ କ୍ଷମତା ବିଶିଷ୍ଟ ତାପଜ ବିଦ୍ୟୁତ୍? କେନ୍ଦ୍ର ଥିବାବେଳେ ରାଜ୍ୟ ଅଂଶ ବାବଦରେ ଗ୍ରିଡକୋକୁ ୨୫୪୪ ମେଗାୱାଟ ବିଜୁଳି ମିଳୁଛି । ତେବେ ଜିଲ୍ଲାରେ ଥିବା ତାପଜ ବିଦ୍ୟୁତ୍? କେନ୍ଦ୍ର ମଧ୍ୟରୁ ଗୋଟିଏ ବେସରକାରୀ ସଂସ୍ଥା ସେମାନଙ୍କ କେନ୍ଦ୍ରରୁ ଉତ୍ପାଦିତ ପାଉଁଶର ଶତ ପ୍ରତିଶତ ବ୍ୟବହାର କରୁଥିବାବେଳେ ସରକାରୀ ସଂସ୍ଥା ଓପିଜିସି କିନ୍ତୁ ଉଦବୃତ ପାଉଁଶର ଶତ ପ୍ରତିଶତ ବ୍ୟବହାରରେ ସଫଳ ହୋଇପାରି ନାହିଁ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା