
ଭୁବନେଶ୍ୱର, ୨୩ ସେପ୍ଟେମ୍ବର (ହି.ସ.)- ସମବାୟ ଭିତିରେ ଆରମ୍ଭ ହୋଇଥିବା ଭାରତ ଟ୍ୟାକ୍ସି ଓଡିଶା ରାସ୍ତାରେ ଗଡିବ । ଏଥିପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ।
ରାଜ୍ୟରେ ଭାରତ ଟ୍ୟାକ୍ସି ଚଳାଚଳ ନେଇ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି ଯେ ଚଳିତବର୍ଷ ଫେବୃଆରୀ ମାସରେ ଭାରତ ସରକାରଙ୍କ ସମବାୟ ମନ୍ତ୍ରଣାଳୟ ଦ୍ୱାରା ଭାରତ ଟ୍ୟାକ୍ସି ଯୋଜନା ପ୍ରଣୟନ ହୋଇଥିଲା । ଓଡିଶାରେ ଏହାର କାର୍ଯ୍ୟକାରିତା ନେଇ ପଦକ୍ଷେପ ଗ୍ରହଣ କରାଯାଉଛି । ଏହାର ସଫଳ ରୂପାୟନ ପାଇଁ ସମବାୟ ମନ୍ତ୍ରଣାଳୟ ତରଫରୁ ଚଳିତବର୍ଷ ମାର୍ଚ୍ଚମାସରେ ବୈଠକର ଆୟୋଜନ କରାଯାଇଥିଲା । ଏଥିରେ ସମବାୟ ସମିତିମାନଙ୍କ ଦ୍ୱାରା ଏହାର କାର୍ଯ୍ୟକାରିତା ଏବଂ ଉପଯୋଗିତା ଆଦି ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା