ପାର୍ବଣରେ ବଢ଼ିଲାଣି ବେଆଇନ ନିଶା କାରବାର
ଜୟପୁର, 23 ସେପ୍ଟେମ୍ବର (ହି.ସ.)- ପାର୍ବଣ ଋତୁ ଆରମ୍ଭ ହୋଇଥିବା ବେଳେ କୋରାପୁଟ ଜିଲାର ଜୟପୁର ସହର ଅଞ୍ଚଳରେ ବଢ଼ିବାରେ ଲାଗିଛି ବେଆଇନ ନିଶା କାରବାର । କୋରାପୁଟ ଜିଲା ଏକ ଆଦୀବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ବିଭିନ୍ନ ଗାଁର ଗଳିକନ୍ଦିରେ ଖୋଲାଖୋଲି କୁଚିଆ ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଥ
ପାର୍ବଣରେ ବଢ଼ିଲାଣି ବେଆଇନ ନିଶାକାରବାର


ଜୟପୁର, 23 ସେପ୍ଟେମ୍ବର (ହି.ସ.)- ପାର୍ବଣ ଋତୁ ଆରମ୍ଭ ହୋଇଥିବା ବେଳେ କୋରାପୁଟ ଜିଲାର ଜୟପୁର ସହର ଅଞ୍ଚଳରେ ବଢ଼ିବାରେ ଲାଗିଛି ବେଆଇନ ନିଶା କାରବାର । କୋରାପୁଟ ଜିଲା ଏକ ଆଦୀବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ବିଭିନ୍ନ ଗାଁର ଗଳିକନ୍ଦିରେ ଖୋଲାଖୋଲି କୁଚିଆ ଦେଶୀ ଓ ବିଦେଶୀ ମଦ ବିକ୍ରି ହେଉଥିବା ନେଇ ଅଭିଯୋଗ ହେଉଛି । ତୁରନ୍ତ ଦେଶି ମଦ ବନ୍ଦ କରିବା ଦାବୀ ରେ ଗତ ୨ ଦିନ ତଳେ ବୋରିଗୁମ୍ମା ଅଞ୍ଚଳର ଶତାଧିକ ମହିଳାଦ ବନ୍ଦ କରିବାକୁ ଦାବି କରିଥିଲେ । ଏନେଇ ବୋରିଗୁମ୍ମା ଥାନା ଓ ଅବକାରି ଥାନା ଅଧିକାରି ଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ । ସେହିପରି କୁନ୍ଦୁରା ରେ ମଦ କାରବାର ବନ୍ଦ କରିବା ପାଇ ଜନ ପ୍ରତିନିଧି ମାନେ ଚାଲାଣ ହେଉଥିବା ମଦ କୁ ଧରି ଅବକାରି ବିଭାଗକୁ ଜିମା ଦେଉଛନ୍ତି । ପାର୍ବଣକୁ ଆଖି ଆଗରେ ରଖି ବେପାରୀମାନେ ମଦ ଗଚ୍ଛିତ ରଖିଥିବା ବେଳେ ଦିନ ଦ୍ୱିପହରରେ ବାଇକ୍ ଯୋଗେ ମଦ ଚାଲାଣ କରୁଥିବା ଲକ୍ଷ୍ୟ କରାଯାଇଛି ।

ଅଞ୍ଚଳରେ ଏଭଳି ବେ ଆଇନ ନିଶା କାରବାର ବଢୁଥିଲେ ମଧ୍ୟ ଅବକାରୀ

ବିଭାଗ ଓ ପୋଲିସ ବିଭାଗର ଅବହେଳା କୁ ନେଇ ଏବେ ପ୍ରଶ୍ନ ଉଠୁଛି । ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଥିଲେ ମଧ୍ୟ ବେଆଇନ ମଦ ବେପାର ଉପରେ ଏହାର ସ୍ଥାୟୀ ପ୍ରଭାବ ପଡ଼ୁନଥିବା ଲକ୍ଷ୍ୟ କରାଯାଇଛି । ଚଢ଼ାଉ

ପରେ କିଛିଦିନ କାରବାର ବନ୍ଦ ରହୁଥିବା ବେଳେ ପୁଣି ପୂର୍ବଭଳି ବେପାର ଆରମ୍ଭ ହେଉଥିବା ଅଭିଯୋଗ ହେଉଛି । ଗାଁ ଗୁଡ଼ିକରେ ମଦର ଅବାଧ ପ୍ରବାହ ଯୋଗୁଁ ପାରିବାରିକ ଅଶାନ୍ତି ଗଣ୍ଡଗୋଳ ଭଳି ସାମାଜିକ ସମସ୍ୟା ବଢ଼ୁଥିବା ନେଇ ଅଞ୍ଚଳବାସୀ ଚିନ୍ତା ପ୍ରକାଶ କରିଛନ୍ତି । ଅଞ୍ଚଳ ର ଲୋକେ ମଦ୍ୟପାନ କରି ଗାଡ଼ି ଚଳାଇବା ଯୋଗୁଁ ଦୁର୍ଘଟଣାର ଆଶଙ୍କା ମଧ୍ୟ ବଢିବାରେ

ଲାଗିଛି । କୋରାପୁଟ ଜିଲା ଜୟପୁର, ବୋରିଗୁମ୍ମା, କୁନ୍ଦୁରା, ବୈପାରିଗୁଡା, ଲମତାପୁଟ, ନନ୍ଦପୁର, ପଟାଙ୍ଗୀ, କୋରାପୁଟ, ସେମିଳିଗୁଡା, ନାରାୟଣପାଟଣା, ବନ୍ଧୁ ଗାଁ, ଲକ୍ଷ୍ମୀପୁର ଅଞ୍ଚଳରେ ଗୋଟିଏ ଗୋଟିଏ ଦେଶୀ ମଦ ଭାଟି ରହୁଥିବାବେଳେ ମଦ ଭାଟିରୁ ମଦ ପ୍ରସ୍ତୁତ କରି ସହରକୁ ଚାଲାଣ ହେବା ସହ ବିଭିନ୍ନ ଗାଁରେ ବିକ୍ରି କରାଯାଉଥିବା ଜଣାଯାଇଛି । କୋରାପୁଟ ଜିଲାରେ ବିଷାକ୍ତ ବେଆଇନ ମଦ କାରବାର ଜୋର ସୋର ରେ ଚାଲିଛି । ଗତ ଦିନରେ ବୋରିଗୁମ୍ମା, କୋଟପାଡ, କୁନ୍ଦୁରା ରେ ମହିଳା ମାନେ ମଦ ବନ୍ଦ କରିବା ପାଇଁ ପୋଲିସ ଓ ଅବକାରି ବିଭାଗ ଘେରାଉ କରି ଦାବି ପତ୍ର ପ୍ରଦାନ କରିଥିବା ବେଳେ ଆଜି ଜୟପୁର ରେ ମଦ ବନ୍ଦ କରିବା ପାଇ ମହିଳା ମାନେ ଆଗକୁ ଆସିଛନ୍ତି । ସେହିପରି ଜୟପୁର ସଦର ଥାନା ଅନ୍ତର୍ଗତ ହାଡିଆ ପଞ୍ଚାୟତରେ ବେଆଇନ ମଦ ବିକ୍ରି ସହ ମଦ ବନ୍ଦ କରିବାକୁ ଶତାଧିକ ମହିଳା ବାହାରିଛନ୍ତି । ଏନେଇ ମଙ୍ଗଳବାର ଜୟପୁର ସଦର ଥାନା ଓ ଅବକାରି ଥାନା କୁ ଘେରାଉ କରାଯାଇଛି । ଜୟପୁର ସଦର ଥାନା ଅଧିକାର ଓ ଅବକାରି ଥାନା ଅଧିକାରି ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ତେଣୁ ପୋଲିସ ଓ ଅବକାରି ବିଭାଗ ତରଫରୁ ଚଢାଉ କରି ବେଆଇନ ମଦ କାରବାର ବନ୍ଦ କରିବା ସହ ଦୋଷୀଙ୍କ ବିରୁଦ୍ଧରେ ଦଋଡ ଆଇନ ଗତ କାଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ନର ହରି ଭତ୍ରା, କିଶୋର ଚନ୍ଦ୍ର ମାଳି, ପତି ଭୁମିଆ ପ୍ରମୁଖ ଦାବି କରିଛନ୍ତି । ଯଦି ପୋଲିସ ଓ ଅବକାରି ପ୍ରଶାସନ କିଛି ପଦ କ୍ଷେପ ନନେଲେ ଏସପି ଙ୍କ ନିକଟରେ ଦ୍ୱାରସ୍ଥ ହେବୁ ବୋଲି ଚେତାବନି ଦେଇଛନ୍ତି । ତେଣୁ ପ୍ରଶାସନ ଚଢାଉ କରି ପଦ କ୍ଷେପ ନେବା ସହ ରାଜ୍ୟ ସରକାର ମଧ୍ୟ ମଦ କାରବାର କୁ ସମ୍ପୁଣ୍ଣ ବନ୍ଦ କରିବା ପାଇ ପଦ କ୍ଷେପ ନେବା ପାଇ ସାଧାରଣ ରେ ମତ ପ୍ରକାଶ ପାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande