ସୁଗମତାର ମଡେଲ ହେବ କୋରେଇ ବ୍ଲକ
ଧର୍ମଶାଳା,୨୩ସେପ୍ଟେମ୍ବର(ହି.ସ.) - ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ସୁଗମତା କ୍ଷେତ୍ରରେ ଯାଜପୁର ଜିଲା କୋରେଇ ବ୍ଲକକୁ ଏକ ମଡେଲ ବ୍ଲକ ଭାବେ ଗଢ଼ି ତୋଳିବାକୁ ପଦକ୍ଷେପ ନିଆଯାଇଛି । କୋରେଇ ବିଡିଓ ଶ୍ରୀ ଅବନୀକାନ୍ତ ସାହୁ ବ୍ଲକର ସମସ୍ତ ସର୍ବସାଧାରଣ ଭବନକୁ ଦିବ୍ୟାଙ୍ଗଙ୍କ ପାଇଁ ସୁଗମ କରିବାକୁ ପ୍ରତିଶ
ସୁଗମତାର ମଡେଲ ହେବ କୋରେଇ ବ୍ଲକ


ଧର୍ମଶାଳା,୨୩ସେପ୍ଟେମ୍ବର(ହି.ସ.) - ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ସୁଗମତା କ୍ଷେତ୍ରରେ ଯାଜପୁର ଜିଲା କୋରେଇ ବ୍ଲକକୁ ଏକ ମଡେଲ ବ୍ଲକ ଭାବେ ଗଢ଼ି ତୋଳିବାକୁ ପଦକ୍ଷେପ ନିଆଯାଇଛି । କୋରେଇ ବିଡିଓ ଶ୍ରୀ ଅବନୀକାନ୍ତ ସାହୁ ବ୍ଲକର ସମସ୍ତ ସର୍ବସାଧାରଣ ଭବନକୁ ଦିବ୍ୟାଙ୍ଗଙ୍କ ପାଇଁ ସୁଗମ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ବ୍ଲକ ଅଧୀନରେ ଥିବା ବିଦ୍ୟାଳୟ, ମହାବିଦ୍ୟାଳୟ, ଚିକିତ୍ସାଳୟ, ରାଜସ୍ୱ କାର୍ଯ୍ୟାଳୟ, ବ୍ୟାଙ୍କ ଓ ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟ ସମେତ ସର୍ବସାଧାରଣଙ୍କ ବ୍ୟବହାରରେ ଥିବା ଭବନଗୁଡ଼ିକରେ ଆବଶ୍ୟକ ସୁଗମତା ସୁବିଧା ନିଶ୍ଚିତ କରାଯିବ । ଆସନ୍ତା ଡିସେମ୍ବର ୩ ପୂର୍ବରୁ କୋରେଇ ବ୍ଲକକୁ ସୁଗମ କରିବା ଦିଗରେ କାର୍ଯ୍ୟ ସଂପାଦନ କରାଯିବ ବୋଲି ବିଡିଓ ଶ୍ରୀ ସାହୁ ଘୋଷଣା କରିଛନ୍ତି । ଏହି ଉଦ୍ଦେଶ୍ୟରେ ବ୍ଲକ ସମ୍ମିଳନୀ କକ୍ଷରେ ବିଡିଓ ଅବନୀକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଦିବ୍ୟାଙ୍ଗଙ୍କ ପାଇଁ ସୁଗମତା ସଂପର୍କିତ ଏକ ସଚେତନତା ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହେବ । କାର୍ଯ୍ୟକ୍ରମରେ ବ୍ଳକର ଲାଇନ୍ ବିଭାଗର ଅଧିକାରୀ, ବ୍ଳକର ସମସ୍ତ କନିଷ୍ଠ ଯନ୍ତ୍ରୀ, ବ୍ଳକର ସମସ୍ତ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଆଫ୍ସାର ସ୍ୱେଛାସେବୀ ଓ ଅନ୍ୟାନ୍ୟ ସଂପୃକ୍ତ ଅଧିକାରୀମାନଙ୍କୁ ସୁଗମତାର ଗୁରୁତ୍ୱ, ଦିବ୍ୟାଙ୍ଗଙ୍କ ଅଧିକାର ଏବଂ ଭିନ୍ନକ୍ଷମ ଅଧିକାର ଆଇନର ବିଭିନ୍ନ ବ୍ୟବସ୍ଥା ସଂପର୍କରେ ସଚେତନ କରାଯାଇଥିଲା ।

ସୁଗମ ଓଡ଼ିଶା ଅଭିଯାନର ରାଜ୍ୟ ମୁଖ୍ୟ ତଥୃ ଦିବ୍ୟାଙ୍ଗ ଅଧିକାର କର୍ମୀ ମଂଟୁ ଦାସ ଏହି ସଚେତନତା କାର୍ଯ୍ୟକ୍ରମରେ ଅଧିକାରୀ ସୁଗମତା ମାନଦଣ୍ଡ ଓ ଦିବ୍ୟାଙ୍ଗ ଅଧିକାର ଆଇନ ୨୦୧୬ ସଂପର୍କରେ ଆବଶ୍ୟକ ମାର୍ଗଦର୍ଶନ ପ୍ରଦାନ କରିଥିଲେ । କୋରେଇ ବ୍ଲକକୁ ସୁଗମତାର ଏକ ମଡେଲ ଭାବେ ଗଢ଼ି ତୋଳିବା ପାଇଁ ବିଡିଓଙ୍କ ଏହି ପଦକ୍ଷେପକୁ ଦିବ୍ୟାଙ୍ଗ ଅଧିକାର କର୍ମୀ ଓ ସଚେତନ ନାଗରିକମାନେ ସ୍ୱାଗତ କରିଛନ୍ତି । ଏହା ସଫଳ ହେଲେ କୋରେଇ ବ୍ଲକ ଯାଜପୁର ଜିଲ୍ଲାରେ ଦିବ୍ୟାଙ୍ଗଙ୍କ ପାଇଁ ସୁଗମତା ଓ ସମାନ ଅଧିକାରର ଏକ ମଡେଲ ଭାବେ ଉଦାହରଣ ସୃଷ୍ଟି କରିପାରିବ ବୋଲି ସାଧାରଣ ଆଲୋଚନା ହେଉଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande