ଅସ୍ତିତ୍ବ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ବିଜେଡି ଓ କଂଗ୍ରେସ- ଇରାଶିଷ ଆଚାର୍ଯ୍ୟ
ଭୁବନେଶ୍ୱର, 23 ସେପ୍ଟେମ୍ବର (ହି.ସ.)- ବାରମ୍ବାର ଗୃହକୁ ବନ୍ଦ କରିବା ଏକ ନିନ୍ଦନୀୟ ଘଟଣା ବୋଲି ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ କହିଛନ୍ତି। ବିଜେଡି ଏବଂ କଂଗ୍ରେସ ଯେଉଁ ଆନ୍ଦୋଳନ କରୁଛନ୍ତି। ସରକାର୍ ତ ବାରମ୍ବାର କହୁଛନ୍ତି ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି।
ଅସ୍ତିତ୍ବ ବଞ୍ଚାଇବାକୁ ଚେଷ୍ଟା     କରୁଛନ୍ତି ବିଜେଡି ଓ କଂଗ୍ରେସ- ଇରାଶିଷ ଆଚାର୍ଯ୍ୟ


ଭୁବନେଶ୍ୱର, 23 ସେପ୍ଟେମ୍ବର (ହି.ସ.)- ବାରମ୍ବାର

ଗୃହକୁ ବନ୍ଦ କରିବା ଏକ ନିନ୍ଦନୀୟ ଘଟଣା ବୋଲି ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ କହିଛନ୍ତି।

ବିଜେଡି ଏବଂ କଂଗ୍ରେସ ଯେଉଁ ଆନ୍ଦୋଳନ କରୁଛନ୍ତି। ସରକାର୍ ତ ବାରମ୍ବାର କହୁଛନ୍ତି ଆଲୋଚନା

ପାଇଁ ପ୍ରସ୍ତୁତ ଅଛନ୍ତି। କିନ୍ତୁ ସେମାନଙ୍କର ସତ୍ ସାହସ ନାହିଁ ଗୃହରେ ସାମ୍ନା କରିବାକୁ।

ରାଜ୍ୟବାସୀଙ୍କ ପଇସାରେ ବିଧାନସଭା ଚାଲୁଛି ଏହାକୁ ବନ୍ଦ କରିବାକୁ ସେମାନେ ଚେଷ୍ଟା କରୁଛନ୍ତି।

ବିଜେଡି ଯେତେବେଳେ ଅସ୍ତିତ୍ବ ବଞ୍ଚାଇବାକୁ ଚେଷ୍ଟା କରୁଛି ସେତେବେଳେ ସେମାନେ ଏପରି କରୁଛନ୍ତି।

କଂଗ୍ରେସ ଏବଂ ବିଜେଡି ରାଜ୍ୟସଭା ନିର୍ବାଚନରେ ଭାଇ ଭାଇ ହୋଇ କାମ କଲେ। ଓଡ଼ିଶାବାସୀ

ସେମାନଙ୍କୁ ଜାଣିଛନ୍ତି। ଯଦି ଦ୍ୱନ୍ଦ୍ୱ ଅଛି ଏବଂ ପ୍ରଶ୍ନ ଅଛି ଆଲୋଚନାକୁ ଆସନ୍ତୁ ଆମେ

ପ୍ରସ୍ତୁତ ଅଛୁ ବୋଲି ସେ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande