
ଧର୍ମଶାଳା,୨୩ସେପ୍େଟମ୍ବର(ହି.ସ.) - ଖୁଦୁରୁକୁଣୀ ଓଷା ଓଡିଶାର ଏକ ପାରମ୍ପରିକ ଓ ଲୋକ ପ୍ରିୟ ପର୍ବ । ଏହାକୁ ବିଶେଷକରି ଝିଅମାନେ ଭକ୍ତି ଓ ନିଷ୍ଠାର ସହ ପାଳନ କରନ୍ତି । ଭାଦ୍ରବ ମାସର ରବିବାରଗୁଡିକରେ ମା ଖୁଦୁରୁକୁଣୀଙ୍କ ପୂଜା କରାଯାଏ । ଖୁଦୁରୁକୁଣୀ ଓଷା କେବଳ ଏକ ପୂଜା ନୁହେଁ, ଏହା ଓଡିଆ ଲୋକ ପରମ୍ପରା,ଭାଇ ଭଉଣୀର ସ୍ନେହ,ସାମୂହିକତା ଓ ଲୋକ ସଂସ୍କୃତିର ଏକ ସୁନ୍ଦର ପ୍ରତିକ । ଯାହାକୁ ନେଇ ଘରେ ଓ ସାହି ପଡିଶାର ଝିଆମାନେ ଅତି ଭକ୍ତିର ସହ ଏହି ପୂଜା କରିଥାନ୍ତି ।
ଏହି ଖୁଦୁରୁକୁଣୀ ପୂଜା ପାଇଁ ଗାଁଗଣ୍ଡା ଉତ୍ସବ ମୁଖରିତ ହୋଇ ଉଠିଛି । ଝିଅମାନଙ୍କ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି । ଏହି ପୂଜାକୁ ନେଇ ଯାଜପୁର ଜିଲା ରସୁଲପୁର ବ୍ଲକ ଗୋପାଳପୁର ଗାଁ ଉତ୍ସବ ମୁଖର ହୋଇ ଉଠିଛି । ଝିଅମାନେ ନୂତନ ବସ୍ତ୍ର ପରିଧାନ କରି ଅତି ନିଷ୍ଠାର ସହ ପୂଜା ପାଳନ କରି ଆସୁଛନ୍ତି । ପୂଜା ମଣ୍ଡପଗୁଡିକ ସୁନ୍ଦର ସାଜସଜ୍ଜା ଅତି ମନୋରମ ହୋଇ ଉଠିଛି । ସନ୍ଧ୍ୟାରେ ପୂଜା ମଣ୍ଡପରେ ନାହିଁ ନ ଥିବା ଭିଡ ଦେଖିବାକୁ ମିଳିଛି । ଏହି ପୂଜା ମଣ୍ଡପକୁ ଉତ୍ସବ ମୁଖରିତ କରିଛି ସେଲିବ୍ରେଟିଙ୍କ ନାଚ ଗୀତ ଓ କମେଡି ସୋକୁ ନେଇ । ଗୋପାଳପୁର ଚାନ୍ଦସାହି ପୂଜା କମିଟି ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହାତକୁ ନେଇଛି । ମା ମଲ୍ୟା ବୁଢୀ ସ୍ୱେଚ୍ଛାସେବୀ ଯୁବ ସଂଗଠନ ତାର ଉଦ୍ୟମ ଜାରି ରଖିଛି । ଆନ୍ତର୍ଜାତୀୟ କ୍ରୀଡାବିତ୍ ଦୁତି ଚାନ୍ଦଙ୍କ ପରୋକ୍ଷ ତତ୍ୱଧାନରେ ଏହି ପୂଜା ଧୂମଧାମରେ ଚାଲିଛି । ପୂଜା ମଣ୍ଡପରେ ସିନେ ଜଗତର ନାମିଦାମୀ କଳାକାରଙ୍କ ଆଗମନ ପୂଜା ମଣ୍ଡପକୁ ଅତି ସରସ ସୁନ୍ଦର କରିଛି । ସେମାନଙ୍କ ନାଚ ଗୀତରେ ଦର୍ଶକଙ୍କ ମନ ମୁଗ୍ଧ କରିଛି । ଏହି ଅବସରରେ ଯାଜପୁର ଜିଲାପାଳ ଅମ୍ବର କୁମାର କର,ଯୁବ ଆସୋଟିଏଟ ନିୟ୍ୟୁଜ୍ ଏଡିଟର ମାନସ ରଂଜନ ଦାସ,ଚଳଚିତ୍ର ଅଭିନେତା ପପୁ ପମପମ, ଅଭିନେତା ବିବି ମିଶ୍ର,ଅଭିନେତ୍ରୀ ଉଷାଶ୍ରୀ ମିଶ୍ର,ସୂର୍ଯ୍ୟମୟୀ ମହାପାତ୍ର,ହାସ୍ୟ ଅଭିନେତ୍ରୀ ପ୍ରିୟଦର୍ଶିନୀ ରାଉତ ଯୋଗ ଦେଇ ଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା ।
-----------------
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ