ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବାମନ ଜନ୍ମ ନୀତି ଅନୁଷ୍ଠିତ
ପୁରୀ, 23 ସେପ୍ଟେମ୍ବର (ହି.ସ.) - ଶ୍ରୀମନ୍ଦିରରେ ଭାଦ୍ରବ ମାସ ଶୁକ୍ଳପକ୍ଷ ବୁଧବାର ମହାପ୍ରଭୁଙ୍କ ବାମନ ଜନ୍ମ ନୀତି ଅନୁଷ୍ଠିତ ହୋଇଯାଇଛି । ମଧ୍ୟାହ୍ନ ଧୂପ ଛେକ ଆସିବା ପରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା ।ମଧ୍ୟାହ୍ନ ଧୂପ ଉଠିବା ପରେ ଜୟବିଜୟ ଦ୍ୱାର ବନ୍ଦ ହୋଇ ଭିତର ଚନ୍ଦନ ଅର୍ଗଳିରେ ପୂଜା
ଶ୍ରୀମନ୍ଦିର ରେ ଶ୍ରୀବିଗ୍ରହ ଙ୍କ ବାମନ ଜନ୍ମ ନୀତି ଅନୁଷ୍ଠିତ


ପୁରୀ, 23 ସେପ୍ଟେମ୍ବର (ହି.ସ.) - ଶ୍ରୀମନ୍ଦିରରେ ଭାଦ୍ରବ ମାସ ଶୁକ୍ଳପକ୍ଷ ବୁଧବାର ମହାପ୍ରଭୁଙ୍କ ବାମନ ଜନ୍ମ ନୀତି ଅନୁଷ୍ଠିତ ହୋଇଯାଇଛି । ମଧ୍ୟାହ୍ନ ଧୂପ ଛେକ ଆସିବା ପରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା ।ମଧ୍ୟାହ୍ନ ଧୂପ ଉଠିବା ପରେ ଜୟବିଜୟ ଦ୍ୱାର ବନ୍ଦ ହୋଇ ଭିତର ଚନ୍ଦନ ଅର୍ଗଳିରେ ପୂଜାପଣ୍ଡା ପଞ୍ଚବର୍ଣ୍ଣ ମୁରୁଜରେ ମଣ୍ଡଳ ଅଙ୍କନ କରିଥିଲେ । ତିନି ବାଡ଼ରେ ବନ୍ଦାପନା ପରେ କଳସ ବରୁଣ ପୂଜା ସମ୍ପନ୍ନ ହୋଇଥିଲା । ପତିମହାପାତ୍ର ଓ ମୁଦିରସ୍ତ ଥାଇ ଆଚାର୍ଯ୍ୟ ବରଣ ହୋଇ ଦକ୍ଷିଣ ଘରେ ଭୋଗ ଶେଷ ପରେ କୃଷ୍ଣ (ବାମନ)ଙ୍କୁ ଭିତର ସିଂହାସନକୁ ବିଜେ କରାଇଥିଲେ । ମୁଦିରସ୍ତ ଶ୍ରୀଅଙ୍ଗରେ ଧଣ୍ଡିପ୍ରସାଦ ଲାଗି କରିବା ପରେ କୃଷ୍ଣଙ୍କୁ ସର୍ବତ୍ର ଭଦମଣ୍ଡଳ ଉପରେ ବିଜେ କରାଇଥିଲେ । ଏକ କ୍ଷୁଦ୍ରାକୃତି ସୁବର୍ଣ୍ଣ ବାମନ ପ୍ରତିମାଙ୍କୁ ପଞ୍ଚାମୃତରେ ମହାସ୍ନାନ କରି ଶୀତଳ ଭୋଗ କରାଯାଇ ଗର୍ଭ ଉଦକ ଲାଗି ପଞ୍ଚ ଉପଚାରରେ ପୂଜା କରାଯାଇଥିଲା । ଖଣ୍ଡୁଆ ଘୋଡ଼ାଇ ଜନ୍ମବିଧି ନୀତି ସମ୍ପନ୍ନ ହୋଇଥିଲା । ପୂଜାପଣ୍ଡା କୋରା, କ୍ଷୀର ଓ ଲହୁଣି ମଣୋହି ଏବଂ ମୁଦିରସ୍ତ ପ୍ରସାଦ ଲାଗି କରିଥିଲେ । ମହାଜନେ ଠାକୁରଙ୍କୁ ବିଜେ କରାଇ ଜୟବିଜୟ ଦ୍ୱାର ତଳେ ଠିଆ କରିଥିଲେ । ମାର୍କଣ୍ଡେଶ୍ୱର ସାହି ପକ୍ଷରୁ ବାମନ ମୂର୍ତ୍ତି ପଟି ଦିଆଯିବା ପରେ ଠାକୁରଙ୍କୁ ବଟଦ୍ୱାର ଦେଇ ମାଜଣା ମଣ୍ଡପ ଖଟରେ ବିଜେ କରାଇଥିଲେ । ଆଜ୍ଞାମାଳ ପ୍ରଦାନ ପରେ, ଉକ୍ତ ମଣ୍ଡପ ଖଟରେ ଦୁର୍ଗା ପ୍ରତିମା ବିଜେ କରିଥଲେ । ପୂଜାପଣ୍ଡା ବସୁଧାରା କରିବା ପରେ ଯଜ୍ଞ ପବିତ୍ରା ଦେଇଥିଲେ । ପାଣି ପଡ଼ି ଶୀତଳ ଭୋଗ ପନ୍ତି ହୋଇଥିଲା । ଦୁଧ ମଣୋହି ସର ପ୍ରସାଦ ଲାଗି ପରେ ପଞ୍ଚ ଉପଚାରରେ ପୂଜା କରାଯାଇଥିଲା । ବନ୍ଦାପନା ଓ ପ୍ରସାଦ ଲାଗି ହୋଇ କୃଷ୍ଣ ଦକ୍ଷିଣ ଘରକୁ ଏବଂ ଦୁର୍ଗା ଭଣ୍ଡାର ଘରକୁ ବିଜେ କରିଥିଲେ । ପରେ ଅନ୍ୟାନ୍ୟ ନୀତି ବଢ଼ିଥିଲା ।ବାମନ ଜନ୍ମ ନୀତି କୁ ସୁନିଆଁ ପର୍ବ ମଧ୍ୟ କୁହାଯାଏ |

ଜନ୍ମନୀତି ବିଧି-ବିଧାନ ସହ ପାଳିତ ହୋଇଥାଏ। ଭଗବାନ ବିଷ୍ଣୁଙ୍କ ପଞ୍ଚମ ଅବତାର ବାମନ ଦେବଙ୍କ ଜନ୍ମ ସ୍ମୃତିରେ ଏହି ସ୍ୱତନ୍ତ୍ର ଗୁପ୍ତ ନୀତି ଅନୁଷ୍ଠିତ ହୋଇଥିଲା ।ପରେ ଶ୍ରଦ୍ଧାଳୁମାନେ ଦର୍ଶନ କରିଥିଲେ |

---------------

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande