ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ୪ର୍ଥ ଏକାଡେମିକ୍ କାଉନସିଲ୍ ବୈଠକ ଅନୁଷ୍ଠିତ
ଜୟପୁର, 23 ସେପ୍ଟେମ୍ବର (ହି.ସ.) - ଜୟପୁର ସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷାର ପରିସର ବୃଦ୍ଧି ସହ ନୂଆ ବିଷୟ ଓ ରୋଜଗାରମୁଖୀ ପାଠ୍ୟକ୍ରମ ଖୋଲିବା ନେଇ ନିଷ୍ପତ୍ତି ହୋଇଛି । ବୁଧବାର ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷରେ ୪ର୍ଥ ଏକାଡେମିକ୍ କାଉନସିଲ୍ ବୈଠକରେ ଏନେଇ ବିଭିନ୍ନ ପ୍ରସ୍ତାବ
ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ୪ର୍ଥ ଏକାଡେମିକ୍ କାଉନସିଲ୍ ବୈଠକ ଅନୁଷ୍ଠିତ


ଜୟପୁର, 23 ସେପ୍ଟେମ୍ବର (ହି.ସ.) - ଜୟପୁର ସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ଉଚ୍ଚଶିକ୍ଷାର ପରିସର ବୃଦ୍ଧି ସହ ନୂଆ ବିଷୟ ଓ ରୋଜଗାରମୁଖୀ ପାଠ୍ୟକ୍ରମ ଖୋଲିବା ନେଇ ନିଷ୍ପତ୍ତି ହୋଇଛି । ବୁଧବାର ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷରେ ୪ର୍ଥ ଏକାଡେମିକ୍ କାଉନସିଲ୍ ବୈଠକରେ ଏନେଇ ବିଭିନ୍ନ ପ୍ରସ୍ତାବ ଉପରେ ବିଚାରବିମର୍ଶ ହୋଇଛି। କୁଳପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୂର୍ବ ବୈଠକର ନିଷ୍ପତ୍ତି ନିଶ୍ଚିତକରଣ ସହ ବିଭିନ୍ନ ବିଭାଗର ଅଧ୍ୟୟନ ପରିଷଦର ପ୍ରସ୍ତାବ ଓ ପିଏଚ୍ଡି ପାଠ୍ୟକ୍ରମର ରୂପରେଖ ନେଇ ଆଲୋଚନା କରାଯାଇଥିଲା।ବିଶ୍ୱବିଦ୍ୟାଳୟରେ ଏମ୍ସିଏ, ବିବିଏ ଭଳି ନୂଆ କାର୍ଯ୍ୟକ୍ରମ ଆରମ୍ଭ ସହ କୃଷି ବ୍ୟବସାୟ ପରିଚାଳନା, ଶିଳ୍ପ ସମ୍ପର୍କ ଓ କର୍ମଚାରୀ ପରିଚାଳନା, ସାମ୍ବାଦିକତା ଓ ଗଣମାଧ୍ୟମ, ଶିକ୍ଷା, ପରିସଂଖ୍ୟାନ, ଭୂଗୋଳ ଓ ନୃତତ୍ତ୍ୱରେ ନୂଆ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ ନେଇ ପ୍ରସ୍ତାବ ଉପରେ ବିଚାର ହୋଇଥିଲା।ସେହିପରି କୃଷି, ଶାରୀରିକ ଶିକ୍ଷା, ମନୋବିଜ୍ଞାନ ଓ ଭୂବିଜ୍ଞାନରେ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ଖୋଲିବା ନେଇ ମଧ୍ୟ ଆଲୋଚନା ହୋଇଥିଲା। ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଏମ୍ଏସ୍ସି ଲାଇଫ୍ ସାଇନ୍ସକୁ ଉଦ୍ଭିଦ ବିଜ୍ଞାନ ଓ ପ୍ରାଣୀ ବିଜ୍ଞାନ ସହ ସମତୁଲ୍ୟତା ପ୍ରଦାନ ନେଇ ମଧ୍ୟ ବିଚାର କରାଯାଇଥିଲା। ବାଣିଜ୍ୟ ଶିକ୍ଷାକୁ ଶିଳ୍ପ ଓ ନିଯୁକ୍ତି ସହ ଯୋଡ଼ିବା ଲକ୍ଷ୍ୟରେ ଲଜିଷ୍ଟିକ୍ସ ମ୍ୟାନେଜମେଣ୍ଟ, ବ୍ୟାଙ୍କିଂ ଓ ଆର୍ଥିକ ସେବା, ରିଟେଲ୍ ଅପରେସନ୍ ଏବଂ ଏଚ୍ଆର୍ ଅପରେସନ୍ କ୍ଷେତ୍ରରେ ଶିକ୍ଷା ସହ ଶିଳ୍ପ ପ୍ରଶିକ୍ଷଣକୁ ଯୋଡ଼ିଥିବା ବି.କମ୍ ପାଠ୍ୟକ୍ରମ ଆରମ୍ଭ ନେଇ ମଧ୍ୟ ପ୍ରସ୍ତାବ ଆସିଥିଲା। ବୈଠକରେ କୁଳପତି, ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ, କୁଳସଚିବ, ବିଭିନ୍ନ ବିଭାଗୀୟ ମୁଖ୍ୟ ଓ ଏକାଡେମିକ୍ କାଉନସିଲ୍ର ସଦସ୍ୟମାନେ ଉପସ୍ଥିତ ଥିବା ବିଷୟ ବିଶ୍ଵବିଦ୍ୟାଳୟ ତରଫରୁ ସୂଚନା ଦିଆଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande