ପାତଳଗଙ୍ଗାରେ ବିଜେପି କୃଷକ ମୋର୍ଚ୍ଚାର ବୈଠକ
ପାତଳଗଙ୍ଗାରେ ବିଜେପି କୃଷକ ମୋର୍ଚ୍ଚାର ବୈଠକ ନୂଆପଡ଼ା,୨୪ ସେପ୍ଟେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ପକ୍ଷରୁ ବୋଡ଼େନ ବ୍ଲକ ଅନ୍ତର୍ଗତ ପାତଳଗଙ୍ଗାଠାରେ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଛି। କୃଷକ ମୋର୍ଚ୍ଚା ସଭାପତି ରତନଲାଲ ଚନ୍ଦ୍ରାକରଙ୍କ ସଭାପତିତ୍
BJP krushak morcha meeting


ପାତଳଗଙ୍ଗାରେ ବିଜେପି କୃଷକ ମୋର୍ଚ୍ଚାର ବୈଠକ

ନୂଆପଡ଼ା,୨୪ ସେପ୍ଟେମ୍ବର (ହି.ସ.)- ନୂଆପଡ଼ା ଜିଲ୍ଲା ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ପକ୍ଷରୁ ବୋଡ଼େନ ବ୍ଲକ ଅନ୍ତର୍ଗତ ପାତଳଗଙ୍ଗାଠାରେ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଛି। କୃଷକ ମୋର୍ଚ୍ଚା ସଭାପତି ରତନଲାଲ ଚନ୍ଦ୍ରାକରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ କୃଷକ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଯୁବରାଜ ଜଗତ ମଞ୍ଚ ପରିଚାଳନା କରିଥିଲେ। ବୈଠକରେ ହିତେଶ କୁମାର ବଗର୍ତ୍ତୀ, ପୂର୍ବତନ ବିଧାୟକ ସୁବ୍ରତ ଠାକୁର, ପୂର୍ବତନ ଜିଲ୍ଲା ସଭାପତି ଅତିନ୍ଦ୍ର ମଲିକ, ଜିଲ୍ଲା ସାଧାରଣ ସମ୍ପାଦକ ଅଜିତ କିଶୋର ଚଳାନ ଏବଂ ଜିଲ୍ଲା ସମ୍ପାଦିକା ସଙ୍ଗୀତା ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ କୃଷକ ମୋର୍ଚ୍ଚାର ଜିଲ୍ଲା ଉପସଭାପତି, ଜିଲ୍ଲା ସମ୍ପାଦକ, ବିଭିନ୍ନ ମଣ୍ଡଳର ସଭାପତି ଓ ସାଧାରଣ ସମ୍ପାଦକଙ୍କ ସମେତ ବିଜେପିର ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ବୈଠକରେ ତୃଣମୂଳ ସ୍ତରରେ କୃଷକ ମୋର୍ଚ୍ଚାର ସଂଗଠନକୁ ଅଧିକ ସୁଦୃଢ଼ କରିବା ନେଇ ଆଲୋଚନା ହୋଇଥିଲା। ଏଥିସହ ସରକାରଙ୍କ ବିଭିନ୍ନ କୃଷି ଓ କୃଷକ କଲ୍ୟାଣକାରୀ ଯୋଜନାର ସୁଫଳ ଯେପରି ଯୋଗ୍ୟ କୃଷକମାନଙ୍କ ନିକଟରେ ପହଞ୍ଚିପାରିବ, ସେନେଇ କାର୍ଯ୍ୟକର୍ତ୍ତାମାନେ ଗାଁ ଓ ତୃଣମୂଳ ସ୍ତରରେ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେଇଥିଲେ। କୃଷକଙ୍କ ସମସ୍ୟାକୁ ପ୍ରାଥମିକତା ଦେଇ ସେଗୁଡ଼ିକର ସମାଧାନ ପାଇଁ ସଂଗଠିତ ଭାବେ କାର୍ଯ୍ୟ କରିବା ସହ ଆଗାମୀ ଦିନରେ କୃଷକ ମୋର୍ଚ୍ଚାର କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ଅଧିକ ସକ୍ରିୟ କରିବା ନେଇ ମଧ୍ୟ ଆଲୋଚନା ହୋଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande