ଲଗାଣ ବର୍ଷା ପାଇଁ କୋରାପୁଟରେ ଅଙ୍ଗନବାଡ଼ି ଓ ବିଦ୍ୟାଳୟ ବନ୍ଦ, ଜାରିକଲେ ଜିଲ୍ଲାପାଳ
Bhubaneswar, 24 ସେପ୍ଟେମ୍ବର (ହି.ସ.) ଜୟପୁର କୋରାପୁଟ ଜିଲ୍ଲାରେ ଲଘୁଚାପଜନିତ ଲଗାଣ ବର୍ଷା ଜାରି ରହିଥିବା ବେଳେ ପ୍ରବଳ ବର୍ଷାର ପୂର୍ବାନୁମାନ ରହିଛି। ଏହାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀ ଓ ଶିଶୁଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷାମୂଳକ ପଦକ୍ଷେପ ନିଆଯାଇଛି। ଜିଲ୍ଲାପାଳ
ଲଗାଣ ବର୍ଷା ପାଇଁ କୋରାପୁଟରେ ଅଙ୍ଗନବାଡ଼ି ଓ ବିଦ୍ୟାଳୟ ବନ୍ଦ, ଜାରିକଲେ ଜିଲ୍ଲାପାଳ


Bhubaneswar, 24 ସେପ୍ଟେମ୍ବର (ହି.ସ.)

ଜୟପୁର

କୋରାପୁଟ ଜିଲ୍ଲାରେ ଲଘୁଚାପଜନିତ ଲଗାଣ ବର୍ଷା ଜାରି ରହିଥିବା ବେଳେ ପ୍ରବଳ ବର୍ଷାର ପୂର୍ବାନୁମାନ ରହିଛି। ଏହାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀ ଓ ଶିଶୁଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷାମୂଳକ ପଦକ୍ଷେପ ନିଆଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସେପ୍ଟେମ୍ବର ୨୫ ତାରିଖ ଶୁକ୍ରବାର ଦିନ ଜିଲ୍ଲାରେ ଉଚ୍ଚ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ସମସ୍ତ ବର୍ଗର ବିଦ୍ୟାଳୟ ସହ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ଛାତ୍ରଛାତ୍ରୀ ଓ ଶିଶୁଙ୍କ ପାଠପଢ଼ା ବନ୍ଦ ରହିବ। ଛାତ୍ରଛାତ୍ରୀ ଓ ଶିଶୁଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଜିଲ୍ଲାପାଳ ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ତେବେ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନେ ନିଜ ନିଜ ଅନୁଷ୍ଠାନରେ ଉପସ୍ଥିତ ରହି ଅଞ୍ଚଳରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ମଧ୍ୟ ନିଜ ନିଜ କେନ୍ଦ୍ରରେ ଉପସ୍ଥିତ ରହି ନିର୍ଦ୍ଧାରିତ ଦାୟିତ୍ୱ ତୁଲାଇବେ। ଜିଲ୍ଲାରେ ବର୍ଷାଜନିତ ସମ୍ଭାବ୍ୟ ପରିସ୍ଥିତିକୁ ନଜରରେ ରଖି ଏହି ନିର୍ଦ୍ଦେଶର କଡ଼ାକଡ଼ି ଅନୁପାଳନ ସୁନିଶ୍ଚିତ କରିବାକୁ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି lବାତ୍ୟାର ପ୍ରଭାବରେ ଜୟପୁର ବେହାଲ ହୋଇଛି । ଏକଟାଗୁଡା ବ୍ରିଜ ଉପରେ ପାଣି ସହ ରାଣିଗଡ ଛତ୍ରିପୁଟ ରେଳ ଧାରଣା ରେ ଭୁସ୍ଖଳନ ହୋଇଛି । ପୁସପୁରି- ବାଟ ଜଗନ୍ନାଥପୁର ରାସ୍ତା ରେ ପାଣି । ଗେଟଗୁଡା ଗ୍ରାମ ଭିତରେ ପଶିଲା ପାଣି । ହଟପଦପଦା ସ୍ଥିତ ସ୍ୱାସ୍ଥ୍ୟ କେନ୍ଦ୍ର ଭିତରେ ପଶିଲା ପାଣି । ଜୟପୁର ସହରର ଶ୍ରୀ ରାମ ନଗର, ଜୟନଗର ରେ ଘରେ ଘରେ ପାଣି ପସିଛି । ଏକଟାଗୁଡା ବ୍ରିଜ ଉପରେ ୩ ଫୁଟ ଉଚ୍ଚର ପାଣି ଯାଉଥିବାରୁ ଗଡପଦର ପଞ୍ଚାୟତର ଜୟପୁର କୁ ଯୋଗ ଯୋଗ ବିଛିନ୍ନ ହୋଇଛି । ଘଟଣା ସ୍ଥଳରେ ଜୟପୁର ବିଡିଓ ଶକ୍ତି ମହାପାତ୍ର ପହଞ୍ଚି ଅନୁଧ୍ୟାନ କରିଛନ୍ତି । ଜୟପୁର ତହସିଲ ଅଞ୍ଚଳରେ ୧୭ଟି ଘର ଭାଙ୍ଗିଛି । ଜୟପୁର ତହସିଲ ବିଭାଗ ର ରଜସ୍ୱ ନିରିକ୍ଷକ କାଯ୍ୟଳୟ ତରଫରୁ ପଲିଥିନ ପ୍ରଦାନ କରାଯାଇଛି । ଜୟପୁର ତହସିଲର ଫୁଫୁଗାଁ, ରାଣିଗୁଡା, ବାରିଣିପୁଟ, ଖଡପା,ବରପଡା, ବାଲିପୁଜାରିପୁଟ, ରାଣିପୁଟ, ହାଡିଆ, ଗଣ୍ଡଗୁଡା, ଖଇରମୁଣ୍ଡି, ସିନ୍ଧି ଗାଁ, ଡଙ୍ଗର କରଚି, ଖ୍ରୀଷ୍ଟିଆନପେଟା ରେ ଘର ଭାଙ୍ଗି ଥିବା ବିଷୟ ଜିଲା ପ୍ରଶାସନ ତରଫରୁ ସୁଚନା ଦିଆଯାଇଛି । ଏହା ସହ ୫୦ ରୁ ଉଦ୍ଧ ଘଟ ଭାଙ୍ଗି ଥିବା ଆକଳନ କରାଯାଇଛି । କୁମୁଲିପୁଟ ରେ ଘର ଉପରେ ଗଛ ପଡି ଜଣେ ଆହାତ ହୋଇଥିବା ଜଣାଯାଇଛି । ଗୋଡିଆ ଧୋବା ସାହି , ଡଙ୍ଗରଚିଞ୍ଚି ରାସ୍ତା ଉପରେ ଗଛ ପଡିଥିବାରୁ ଦମକଳ ବିଭାଗ ପହଞ୍ଚି ଗଛକୁ କାଟି ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande