ସୁନାବେଡ଼ା ଠାରେ ଜିଲ୍ଲାପାଳଙ୍କ ଦ୍ୱାରା ବଣଜାତ ମହୁ ପ୍ରକ୍ରିୟାକରଣ କେନ୍ଦ୍ର'ର ଉଦ୍ଘାଟନ
ନୂଆପଡ଼ା,୨୪ ସେପ୍ଟେମ୍ବର (ହି.ସ.)- ଓରମାସ୍ ନୁଆପଡ଼ାର ସହଯୋଗରେ ନୁଆପଡ଼ା ଜିଲ୍ଲାପାଳ ସୁନାବେଡ଼ା ଠାରେ ପ୍ରଥମ ମହୁ ପ୍ରକ୍ରିୟାକରଣ କେନ୍ଦ୍ର'' ଆଜି ଉଦ୍ଘାଟନ କରିଛନ୍ତି। ଏହି ମହୁ ପ୍ରକ୍ରିୟାକରଣ କେନ୍ଦ୍ରଟି ସୁନାବେଡ଼ା ନେଚୁରାଲ୍ସ ହନି ପ୍ରଡ୍ୟୁସର୍ ଏଂଟରପ୍ରାଇଜେସ୍'' ଦ୍ୱାରା ପରିଚାଳିତ ହେବ। ଚକୋଟି
Banajat mahu kendra udghatita


ନୂଆପଡ଼ା,୨୪ ସେପ୍ଟେମ୍ବର (ହି.ସ.)- ଓରମାସ୍ ନୁଆପଡ଼ାର ସହଯୋଗରେ ନୁଆପଡ଼ା ଜିଲ୍ଲାପାଳ ସୁନାବେଡ଼ା ଠାରେ ପ୍ରଥମ ମହୁ ପ୍ରକ୍ରିୟାକରଣ କେନ୍ଦ୍ର' ଆଜି ଉଦ୍ଘାଟନ କରିଛନ୍ତି। ଏହି ମହୁ ପ୍ରକ୍ରିୟାକରଣ କେନ୍ଦ୍ରଟି ସୁନାବେଡ଼ା ନେଚୁରାଲ୍ସ ହନି ପ୍ରଡ୍ୟୁସର୍ ଏଂଟରପ୍ରାଇଜେସ୍' ଦ୍ୱାରା ପରିଚାଳିତ ହେବ। ଚକୋଟିଆ ଭୁଞ୍ଜିଆ ଆଦିବାସୀ ସମ୍ପ୍ରଦାୟର ସକ୍ରିୟ ଅଂଶଗ୍ରହଣରେ ଓରମାସ ନୁଆପଡ଼ା ଦ୍ୱାରା ଏହି ସଂସ୍ଥା ଗଠନ କରାଯାଇଛି। ଏହି ସମ୍ପ୍ରଦାୟର ସଦସ୍ୟମାନେ ସୁନାବେଡ଼ା ଜଙ୍ଗଲରୁ ବଣଜାତ ମହୁ ସଂଗ୍ରହ କରି ସିଧାସଳଖ ଉକ୍ତ ସଂସ୍ଥାକୁ ବିକ୍ରି କରିବେ। ଏହା ଦ୍ୱାରା ଜୀବିକା ନିର୍ବାହର ସୁଯୋଗ ସୃଷ୍ଟି ହେବା ସହ ସ୍ଥାନୀୟ ଜଙ୍ଗଲଜାତ ମହୁର ପ୍ରଚାର ଓ ପ୍ରସାର ହୋଇପାରିବ। ଏହି ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଚକୋଟିଆ ଭୁଞ୍ଜିଆ ଡେଭଲପମେଂଟ ଏଜେନ୍ସି' ମଧ୍ୟ ସହଯୋଗ ପ୍ରଦାନ କରିଛନ୍ତି। ବଣଜାତ ମହୁର ମୂଲ୍ୟଯୁକ୍ତକରଣ ଓ ବିପଣନ ମାଧ୍ୟମରେ ସ୍ଥାୟୀ ଜୀବିକାକୁ ପ୍ରୋତ୍ସାହିତ କରିବା, ଆଦିବାସୀ ଉଦ୍ୟୋଗୀକରଣକୁ ସୁଦୃଢ଼ କରିବା ଏବଂ ଚକୋଟିଆ ଭୁଞ୍ଜିଆ ଆଦିବାସୀ ସମ୍ପ୍ରଦାୟର ଅର୍ଥନୈତିକ ସଶକ୍ତୀକରଣରେ ସହାୟତା କରିବା ଏହି ପଦକ୍ଷେପର ମୁଖ୍ୟ ଲକ୍ଷ୍ୟ।

ନୁଆପଡ଼ା ଜିଲ୍ଲାପାଳ କହିଛନ୍ତି ଯେ ଏହି ପଦକ୍ଷେପ ଦ୍ୱାରା ମହୁ ଉତ୍ପାଦନ ଦ୍ୱିଗୁଣିତ ହେବ ଏବଂ ଗ୍ରାହକମାନେ ଶୁଲଭ ମୂଲ୍ୟରେ ଶୁଦ୍ଧ ଓ ଜୈବିକ ବଣଜାତ ମହୁ ପାଇପାରିବେ। ଏହି ମହୁ ଜିଲ୍ଲାର ୱେବସାଇଟରେ ମଧ୍ୟ ଉପଲବ୍ଧ ହେବ। ବନଖଣ୍ଡ ଅଧିକାରୀ କହିଛନ୍ତି ଯେ ସେମାନେ ଚେରେଚୁଆଁ ସ୍ଥିତ ଜଙ୍ଗଲ ଚେକ୍ ଗେଟ୍ ନିକଟରେ ଏକ ବିକ୍ରୟ କେନ୍ଦ୍ର ଖୋଲିବେ, ଯେଉଁଠାରେ ସ୍ଥାନୀୟ ଜନସାଧାରଣ ଓ ପର୍ଯ୍ୟଟକଙ୍କ ପାଇଁ ଏହି ମହୁ ଉପଲବ୍ଧ କରାଯିବ। ଉଦ୍ଘାଟନୀ ଉତ୍ସବରେ ଶତାଧିକ ଗ୍ରାମବାସୀ, ଏବଂ ଜିଲ୍ଲାସ୍ତରୀୟ ଅଧିକାରୀ ଯଥା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ବିଭାଗୀୟ ବନଖଣ୍ଡ ଅଧିକାରୀ ସମୀର ସାହୁ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ନବନୀତା ଦାଶ, ଜିଲ୍ଲା ଶ୍ରମ ଅଧିକାରୀ ରବୀନ୍ଦ୍ର ବାର୍ଲା, ତହସିଲଦାର କୋମନା ସୌରଭ ବିଶି, ସ୍ୱତନ୍ତ୍ର ଅଧିକାରୀ ସିବିଡିଏ ବିଜୟାନନ୍ଦ ମଲ୍ଲିକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ କୋମନା ପବିତ୍ର ସାମଲ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି ଏବଂ ବିଦେଶ ଘୋଷ, ଉପମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ , ଓରମାସ , ନୂଆପଡା ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande