ବେଲପାହାଡ଼ ରେଳଷ୍ଟେସନ ନିକଟରୁ ୧୦ କେଜିରୁ ଅଧିକ ଗଞ୍ଜେଇ ଜବତ ଦୁଇ ମହିଳା ଗିରଫ
Two women arrested with 10 kg ganja
ବେଲପାହାଡ଼ ରେଳଷ୍ଟେସନ ନିକଟରୁ ୧୦ କେଜିରୁ ଅଧିକ


ଝାରସୁଗୁଡ଼ା, ୨୪ ସେପ୍ଟେମ୍ବର (ହି.ସ.) - ଝାରସୁଗୁଡ଼ା ପୁଲିସ ପକ୍ଷରୁ ଚାଲିଥିବା ସ୍ୱତନ୍ତ୍ର ନିଶା ନିରୋଧୀ ଅଭିଯାନ ‘ଦମନ’ ଏବଂ ‘ନଶାମୁକ୍ତ ଓଡ଼ିଶା ଅଭିଯାନ’ ଅଧୀନରେ ବେଲପାହାଡ଼ ରେଳଷ୍ଟେସନ ନିକଟରୁ ୧୦.୧୭୪ କେଜି ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ଛତିଶଗଡ଼ର ଦୁଇ ମହିଳାଙ୍କୁ ପୁଲିସ ଗିରଫ କରିଛି।

ପୁଲିସ ସୂଚନା ଅନୁଯାୟୀ, ଗୁରୁବାର ବିଶ୍ୱସନୀୟ ସୂଚନା ଆଧାରରେ ବେଲପାହାଡ଼ ଥାନା ପୁଲିସ ପକ୍ଷରୁ ପାଟ୍ରୋଲିଂ କରାଯାଉଥିଲା। ଏହି ସମୟରେ ଏସ୍ଆଇ ପ୍ରୀତି ପ୍ରଭା କୁଲ୍ଲୁଙ୍କ ନେତୃତ୍ୱରେ ପୁଲିସ ଟିମ୍ ବେଲପାହାଡ଼ ରେଳଷ୍ଟେସନ ନିକଟରେ ମରୁନ୍ ରଙ୍ଗର ବ୍ୟାକ୍ପ୍ୟାକ୍ ଧରି ଯାଉଥିବା ଦୁଇ ମହିଳାଙ୍କୁ ଅଟକାଇଥିଲା।

କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ଓ ସାକ୍ଷୀଙ୍କ ଉପସ୍ଥିତିରେ ବ୍ୟାଗ୍ ଯାଂଚ କରାଯିବାରୁ ସେଥିରୁ ୫ଟି ପ୍ୟାକେଟରେ ଥିବା ସନ୍ଦିଗ୍ଧ ଗଞ୍ଜେଇ ମିଳିଥିଲା। ଓଜନ କରାଯିବା ପରେ ଏହାର ନେଟ୍ ଓଜନ ୧୦.୧୭୪ କେଜି ବୋଲି ଜଣାପଡ଼ିଥିଲା।

ପୁଲିସ ଗଞ୍ଜେଇ ସହ ଗୋଟିଏ ମରୁନ୍ ରଙ୍ଗର ବ୍ୟାକ୍ପ୍ୟାକ୍, ୫ଟି ଖାଲି ରାପ,ର୍ ଆଡ୍ହେସିଭ୍ ଟେପ୍ ଏବଂ ୩୦୦ ଟଙ୍କା ନଗଦ ଜବତ କରିଛି।

ଗିରଫ ଦୁଇ ମହିଳା ହେଲେ ଛତିଶଗଡ଼ ବିଲାସପୁର ଜିଲ୍ଲା ସିପାଟ ଥାନା ଅନ୍ତର୍ଗତ ମତିଆରୀ ୱାର୍ଡ ନମ୍ବର ୧୪ ଶିକାରୀପାରାର ଲକ୍ଷ୍ମୀନ ମାଲିଆ (୪୭) ଏବଂ ସଲାନୁ ସିସୋଡିୟା (୩୧)। ଏନେଇ ବେଲପାହାଡ଼ ଥାନାରେ କେସ୍ ନମ୍ବର ୧୮୭, ତା. ୨୪/୯/୨୦୨୬, ଏନ୍ଡିପିଏସ୍ ଆଇନର ଧାରା ୨୦(ବି)(ସସ)(ଈ) ଅନୁଯାୟୀ ମାମଲା ରୁଜୁ ହୋଇଛି।

ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟକୁ ଚାଲାଣ କରାଯାଇଛି। ଜବତ ଗଞ୍ଜେଇର ଉତ୍ସ ଓ ଏହା ପଛରେ ଥିବା ନେଟୱର୍କ ସମ୍ପର୍କରେ ଜାଣିବା ପାଇଁ ପୁଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande