
ଅଗ୍ନିବୀର ଅଶାୟୀଙ୍କ ସକାଶେ ଶାରୀରିକ ଓ ମାନସିକ ସୁସ୍ଥତା ପ୍ରଶିକ୍ଷିଣ କାର୍ଯ୍ୟକ୍ରମ ଉଦ୍ଘାଟିତ
ନୂଆପଡ଼ା,୨୪ ସେପ୍ଟେମ୍ବର (ହି.ସ.)- ଉଚ୍ଚଶିକ୍ଷI ବିଭାଗ ଓଡିଶା ସରକାରଙ୍କ ପୃଷ୍ଠପୋଷକତାରେ ବୋର୍ଡI ସ୍ଥିତ ଚନ୍ଦ୍ରିକା ଜୈନ ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ସହ ୟୁନିଟ ଦ୍ୱାରା ଦଶଦିନିଆ ଶାରୀରିକ ଓ ମାନସିକ ସୁସ୍ଥତା ପ୍ରଶିକ୍ଷିଣ କାର୍ଯ୍ୟକ୍ରମ ଅଗ୍ନିବୀର ଅଶାୟୀଙ୍କ ସକାଶେ ବୁଧବାର ମହାବିଦ୍ୟାଳୟ ପ୍ରାଙ୍ଗଣରେ ଉଦ୍ଘାଟିତ ହୋଇଯାଇଛି I ପ୍ରଶିକ୍ଷିଣ କାର୍ଯ୍ୟକ୍ରମ ଆରମ୍ଭରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲେଶ୍ଵର ନିଆଲଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ଜେ. ପି. ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟ ଭବାନୀପାଟଣାର ଅଧ୍ୟାପକ ତଥା ଏନ.ଏସ .ଏସ ପ୍ରୋଗ୍ରାମ ଅଫିସର ପ୍ରତାପ ଦାଶ, ଅବସରପ୍ରାପ୍ତ ସେନା କର୍ମଚାରୀ ତଥା ଯବାନ ଏକାଡେମୀ ଭବାନୀପାଟଣାର ସଂଚାଳକ ମୁଖ୍ୟ ପ୍ରଶିକ୍ଷିକ ଭୂପିନ୍ଦର ନାଏକ ଓ ଅବସର ପ୍ରାପ୍ତ ସେନା କର୍ମଚାରୀ ସହ ପ୍ରଶିକ୍ଷିକ ପ୍ରଶାନ୍ତ ବିଶ୍ୱାଳ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ। ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ସହ ୟୁନିଟ ପ୍ରୋଗ୍ରାମ ଅଫିସର ଜିତେନ୍ଦ୍ର କୁମାର ସାହୁ ସଭାକାର୍ଯ୍ୟ ପରିଚାଳନା କାରିଥିଲେ I ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସର୍ବମୋଟ ୩୨ ଜଣ ଅଗ୍ନିବୀର ଅଶାୟୀଙ୍କୁ ଆସନ୍ତା ୩.୧୦. ୨୦୨୬ ରିଖ ପର୍ଯ୍ୟନ୍ତ ସକାଳ ୦୭ ଟାରୁ ୧୦ଟା ପର୍ଯ୍ୟନ୍ତ ପ୍ରଶିକ୍ଷିଣ ଦିଆଯିବାର ସ୍ଥିରୀକୃତ ହୋଇଛି I ଏହି ଉଦ୍ଘାଟନୀ ଦିବସରେ ଡ଼ଃ ଜୟନ୍ତୀ ମହାନ୍ତି , ମନୋଜ କୁମାର ପ୍ରଧାନ , ସଂଜୀବ କୁମାର ସାଗରିଆ, ପ୍ରକାଶ ଚନ୍ଦ୍ର ଭୋଇ , ବଜରଙ୍ଗ ନାଗ ତଥା ଅନ୍ୟାନ୍ୟ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ସହଯୋଗ କରିଥିଲେ I
---------------
ହିନ୍ଦୁସ୍ଥାନ ସମାଚାର / ହେମନ୍ତ