ବିଦ୍ୟାଳୟ ଆଗରେ ଆଣ୍ଠୁଏ ପାଣି ଯାତାୟତରେଛାତ୍ରଛାତ୍ରୀହନ୍ତସନ୍ତ
କେନ୍ଦ୍ରାପଡ଼ା, ୨୪ ସେପ୍ଟେମ୍ବର (ହି.ସ.)। କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଦୁତିଆଳ ଗ୍ରାମର ହାଇସ୍କୁଲ ଛକ ନିକଟ ମୁଖ୍ୟ ରାସ୍ତାରେ ଆଣ୍ଠୁଏ ଉଚ୍ଚର ବର୍ଷାଜଳ ଜମି ରହିଛି। ଫଳରେ ବିଦ୍ୟାଳୟକୁ ଯାତାୟାତ କରୁଥିବା ଛାତ୍ରଛାତ୍ରୀଙ୍କ ସମେତ ସ୍ଥାନୀୟ ଲୋକେ ଗୁରୁତର ଅସୁବିଧା
ବିଦ୍ୟାଳୟ ଆଗରେ ଆଣ୍ଠୁଏ ପାଣି ଯାତାୟତରେଛାତ୍ରଛାତ୍ରୀହନ୍ତସନ୍ତ ।


କେନ୍ଦ୍ରାପଡ଼ା, ୨୪ ସେପ୍ଟେମ୍ବର (ହି.ସ.)। କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଦୁତିଆଳ ଗ୍ରାମର ହାଇସ୍କୁଲ ଛକ ନିକଟ ମୁଖ୍ୟ ରାସ୍ତାରେ ଆଣ୍ଠୁଏ ଉଚ୍ଚର ବର୍ଷାଜଳ ଜମି ରହିଛି। ଫଳରେ ବିଦ୍ୟାଳୟକୁ ଯାତାୟାତ କରୁଥିବା ଛାତ୍ରଛାତ୍ରୀଙ୍କ ସମେତ ସ୍ଥାନୀୟ ଲୋକେ ଗୁରୁତର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ରାସ୍ତାଟି ଦବି ଯାଇଥିବାରୁ ସାମାନ୍ୟ ବର୍ଷାରେ ମଧ୍ୟ ଏଠାରେ ପାଣି ଜମି ରହୁଛି। ବର୍ତ୍ତମାନ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଲହଡ଼ି ଭାଙ୍ଗୁଥିବାରୁ ଛାତ୍ରଛାତ୍ରୀଙ୍କ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବରିଷ୍ଠ ନାଗରିକ, ମହିଳା ଓ ଶିଶୁମାନେ ମଧ୍ୟ ଏହି ରାସ୍ତାରେ ଯାତାୟାତ କରିବାରେ ଅସୁବିଧା ଭୋଗୁଛନ୍ତି।

ଦୀର୍ଘ ସମୟ ଧରି ପାଣି ଜମି ରହିବା ଯୋଗୁଁ ମଶାଙ୍କ ପ୍ରାଦୁର୍ଭାବ ବଢ଼ିବା ସହ ଜଳ ଭିତରେ ବିଭିନ୍ନ ପ୍ରକାର ଜନ୍ତୁ ଥିବା ଆଶଙ୍କାରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ଏହା ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ପ୍ରତି ମଧ୍ୟ ଚିନ୍ତାର କାରଣ ପାଲଟିଛି।

ଏହି ପରିସ୍ଥିତିରେ ତୁରନ୍ତ ରାସ୍ତାର ମରାମତି କରି ଜଳ ନିଷ୍କାସନର ବ୍ୟବସ୍ଥା କରିବାକୁ ସ୍ଥାନୀୟ ସମାଜସେବୀ ହେମନ୍ତ କୁମାର ପରିଡ଼ା, ଅଭୟଚରଣ କର, କରୁଣା ମହାନ୍ତି ଓ ଅର୍ଜୁନ କର ପ୍ରମୁଖ ଦାବି କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande