ସମ୍ବଲପୁରରେ ଜିଲ୍ଲାସ୍ତରୀୟ ସେବା ସଂକଳ୍ପ ଅଭିଯାନ
ସମ୍ବଲପୁରରେ ଜିଲ୍ଲାସ୍ତରୀୟ ସେବା ସଂକଳ୍ପ ଅଭିଯାନ
ସମ୍ବଲପୁରରେ ଜିଲ୍ଲାସ୍ତରୀୟ ସେବା ସଂକଳ୍ପ ଅଭିଯାନ


ସମ୍ବଲପୁରରେ ଜିଲ୍ଲାସ୍ତରୀୟ ସେବା ସଂକଳ୍ପ ଅଭିଯାନ


ସମ୍ବଲପୁର, ୨୪, ସେପ୍ଟେମ୍ବର (ହି.ସ.)ସମ୍ବଲପୁର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ଚନ୍ଦ୍ର ଶେଖର ବେହେରା ଜିଲ୍ଲା ସ୍କୁଲରେ ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲାର ୯ଟି ବ୍ଲକର ୧୩୭ଟି କ୍ଲଷ୍ଟରରେ ଅନୁଷ୍ଠିତ ପ୍ରତିଯୋଗିତାରୁ ମନୋନୀତ ହୋଇ ଆସିଥିବା ୫୪ ଜଣ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଡିଇଓ ଲକ୍ଷ୍ମଣ ଭୋଇଙ୍କ ସଭାପତିତ୍ଵରେ ଆୟୋଜିତ ସଭାରେ ପୂର୍ବତନ ବିଧାୟକ ନାଉରୀ ନାୟକ ମୁଖ୍ୟ ଅତିଥି ଏବଂ ସଦର ଉପଜିଲ୍ଲାପାଳ ଡ. ପୁଷ୍ପାଞ୍ଜଳି ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ଅତିରିକ୍ତ ଡିଇଓ ଉଜାଗର ପ୍ରଧାନ ସ୍ଵାଗତ ବକ୍ତବ୍ୟ ପ୍ରଦାନ କରିବା ପରେ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଡଃ ପୁଷ୍ପାଞ୍ଜଳି ପଣ୍ଡା ସମାଜ ପାଇଁ କିଛି କରିବାକୁ ସଂକଳ୍ପବଦ୍ଧ ହେବା ଦରକାର ବୋଲି କହିଥିଲେ। ମୁଖ୍ୟ ଅତିଥି ନାଉରୀ ନାୟକ ୨୦୪୭ରେ ଭାରତକୁ ବିକଶିତ ରାଷ୍ଟ୍ର କରିବାକୁ ହେଲେ ଯୁବସମାଜ,ନାରୀ, ଛାତ୍ରଛାତ୍ରୀ ସମସ୍ତଙ୍କୁ ନିଜ ସ୍ଵାର୍ଥ ତ୍ୟାଗ କରି ମିଳିତ ଭାବେ ପ୍ରୟାସ କରିବାକୁ ହେବ ବୋଲି କହିଥିଲେ । ଜିଲ୍ଲାସ୍କୁଲର ପ୍ରଧାନ ଶିକ୍ଷକ ଲୋକିତା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବରିଷ୍ଠ, କନିଷ୍ଠ,ଉପ କନିଷ୍ଠ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆୟୋଜିତ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନ ହାସଲ କରିଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ।ଏହି କାର୍ଯ୍ୟକ୍ରମ ଡିଇଓ ଭୋଇଙ୍କ ତତ୍ତ୍ଵାବଧାନ ରେ ଓ ଅତିରିକ୍ତ ଡିଇଓ ଉଜାଗର ପ୍ରଧାନ ଓ ସଂଯୋଜକ ଅରୁଣ କୁମାର ଦାସଙ୍କ ପରିଚାଳନାରେ ଆୟୋଜିତ ହୋଇଥିଲା। । ପ୍ରଧାନ ଶିକ୍ଷକ କରଣ ଶର୍ମା, ସୁଜିତ ଲୁହା, ପ୍ରଧାନ ଶିକ୍ଷୟିତ୍ରୀ ଦୀପାଳୀ ଚୌଧୁରୀ, ଶିକ୍ଷକ ବନବାସ ପ୍ରଧାନ, ଅଶୋକ ସାହୁ, ଦିଲୀପ ପ୍ରଧାନ, କୁଳମଣି ଦାଶ , ଅବିନାଶ ସାହୁ, ଶିକ୍ଷକ ଅସୀମ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande