
ନୂଆଦିଲ୍ଲୀ, 27 ସେପ୍ଟେମ୍ବର (ହି.ସ.) । ଭାରତୀୟ ଜନତା ପାର୍ଟି (ବିଜେପି)ର ଜାତୀୟ ଅଧ୍ୟକ୍ଷ ନିତିନ ନବୀନ ଆଜି ଓ ୨୮ ତାରିଖରେ ପଶ୍ଚିମବଙ୍ଗର ଦୁଇଦିନିଆ ଗସ୍ତରେ ରହିବେ । ଏହି ଅବସରରେ ସେ ଦଳର ସାଙ୍ଗଠନିକ ସ୍ଥିତିର ସମୀକ୍ଷା କରିବା ସହ କାର୍ଯ୍ୟକର୍ତ୍ତା, ନେତା ଓ ଯୁବବର୍ଗଙ୍କ ସହ ଆଲୋଚନା କରିବେ ।
ବିଜେପି ପକ୍ଷରୁ ଶନିବାର ଜାରି ସୂଚନା ଅନୁଯାୟୀ, ଆଜି କୋଲକାତାରେ ପହଂଚିବା ପରେ ନିତିନ ନବୀନ ନ୍ୟୁଟାଉନସ୍ଥିତ ବିଶ୍ୱ ବାଙ୍ଗ୍ଲା କନଭେନସନ ସେଂଟରରେ ସକାଳ ୧୧ଟାରେ ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାସିକ କାର୍ଯ୍ୟକ୍ରମ ‘ମନ କୀ ବାତ୍’ ଶୁଣିବେ । ଏହାପରେ ସେ ପ୍ରଦେଶ ସାଙ୍ଗଠନିକ ବୈଠକରେ ଯୋଗଦେବେ । ଏଥିରେ ଦଳର ପ୍ରଦେଶ ପଦାଧିକାରୀ, ସାଂସଦ, ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ ଏବଂ ବିଭିନ୍ନ ବିଭାଗର ପ୍ରମୁଖମାନେ ସାମିଲ ହେବେ ।
ଏହାପରେ ସେ ସାଂସଦ ଓ ବିଧାୟକମାନଙ୍କ ସହ ବୈଠକ କରିବେ । ଏଥିରେ ଜନସାଧାରଣଙ୍କ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ଏବଂ ସଂସଦ ଓ ବିଧାନସଭାରେ ଉଠାଯିବାକୁ ଥିବା ବିଷୟ ଉପରେ ଆଲୋଚନା ହେବ । ଏହାପରେ ସେ ରାଜ୍ୟ ସରକାରଙ୍କ ମନ୍ତ୍ରୀମାନଙ୍କ ସହ ବୈଠକ କରିବେ । ସନ୍ଧ୍ୟାରେ ପ୍ରଦେଶ କୋର ଗ୍ରୁପ୍ର ବୈଠକରେ ସାଙ୍ଗଠନିକ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ।
ରାତି ୮ଟାରେ ନିତିନ ନବୀନ ପଶ୍ଚିମବଙ୍ଗର ବିଶିଷ୍ଟ ନାଗରିକ, ବୁଦ୍ଧିଜୀବୀ ଏବଂ ସାଂସ୍କୃତିକ କ୍ଷେତ୍ର ସହ ଜଡ଼ିତ ବ୍ୟକ୍ତିମାନଙ୍କୁ ଭେଟିବେ ।
ସେପ୍େଟମ୍ବର ୨୮ ତାରିଖରେ ନିତିନ ନବୀନ ପାଣିହାଟିର ସୋଦପୁରସ୍ଥିତ ଲୋକ ସଂସ୍କୃତି ଭବନରେ ‘ସେବା ସଂକଳ୍ପ ଅଭିଯାନ’ ଅଧୀନରେ ଆୟୋଜିତ ‘ଆଙ୍ଗନ ମିଳନ’ କାର୍ଯ୍ୟକ୍ରମରେ ଯୋଗଦେବେ । ଏଠାରେ ସେ ସେବା କାର୍ଯ୍ୟକର୍ତ୍ତା ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବେ ।
ଏହାପରେ ଦ୍ୱିପ୍ରହର ୧୨ଟା ୩୦ରେ ନିତିନ ନବୀନ ‘ଯୁବ ସଂବାଦ ସମ୍ମିଳନୀ’ରେ ଯୁବବର୍ଗଙ୍କୁ ସମ୍ବୋଧିତ କରିବେ । ଏହି ସମ୍ମିଳନୀରେ ପଶ୍ଚିମବଙ୍ଗର ବିକାଶ ଏବଂ ଯୁବବର୍ଗ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ