ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନଙ୍କ ରବିବାର ଏକଦିନିଆ କେରଳ ଗସ୍ତ
ନୂଆଦିଲ୍ଲୀ, 27 ସେପ୍ଟେମ୍ବର (ହି.ସ.) । ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ରବିବାର ଏକଦିନିଆ କେରଳ ଗସ୍ତରେ ଯିବେ । ଏହି ଅବସରରେ ସେ କୋଲ୍ଲମ ଓ ତିରୁବନନ୍ତପୁରମରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଉପରାଷ୍ଟ୍ରପତି ସଚିବାଳୟ ଅନୁସାରେ, ଉପରାଷ୍ଟ୍ରପତି କୋଲ୍ଲମସ୍ଥିତ ମାତା ଅମୃତାନନ୍ଦମ
ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନଙ୍କ ରବିବାର ଏକଦିନିଆ କେରଳ ଗସ୍ତ


ନୂଆଦିଲ୍ଲୀ, 27 ସେପ୍ଟେମ୍ବର (ହି.ସ.) । ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ରବିବାର ଏକଦିନିଆ କେରଳ ଗସ୍ତରେ ଯିବେ । ଏହି ଅବସରରେ ସେ କୋଲ୍ଲମ ଓ ତିରୁବନନ୍ତପୁରମରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ।

ଉପରାଷ୍ଟ୍ରପତି ସଚିବାଳୟ ଅନୁସାରେ, ଉପରାଷ୍ଟ୍ରପତି କୋଲ୍ଲମସ୍ଥିତ ମାତା ଅମୃତାନନ୍ଦମୟୀ ମଠରେ ଆୟୋଜିତ ବିଶ୍ୱ ସେବା ଦିବସ ସମାରୋହରେ ଯୋଗଦେବେ । ମାତା ଅମୃତାନନ୍ଦମୟୀଙ୍କ ୭୩ତମ ଜନ୍ମଦିନ ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ସମାରୋହରେ ବାର୍ଷିକ କାର୍ଯ୍ୟକ୍ରମ ସହ ବିଭିନ୍ନ ମାନବୀୟ ସେବା ପଦକ୍ଷେପର ମଧ୍ୟ ଶୁଭାରମ୍ଭ କରାଯିବ ।

ଏହାପରେ ରାଧାକୃଷ୍ଣନ ତିରୁବନନ୍ତପୁରମସ୍ଥିତ ଶ୍ରୀ ଉଥ୍ରାଡୋମ ଥିରୁନାଲ (ଏସ୍‌ୟୁଟି) ଏକାଡେମୀ ଅଫ୍ ମେଡିକାଲ ସାଇନ୍େସସ୍‌ର ଦୀକ୍ଷାନ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଏହି ଅବସରରେ ସେ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିବେ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande