
ଭୁବନେଶ୍ୱର, 27 ସେପ୍ଟେମ୍ବର (ହି.ସ.)- ବିଶ୍ୱ ହିନ୍ଦୁ
ପରିଷଦର ପୂର୍ବତନ ଅନ୍ତରାଷ୍ଟ୍ରୀୟ ଅଶୋକ ସିଂଘଲଙ୍କ ଜୟନ୍ତୀରେ ତାଙ୍କୁ ପ୍ରଣାମ କରିଛନ୍ତି
ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ ।
ଏନେଇ ସୋସିଆଲ ମିଡିଆ
ଏକ୍ସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ବରିଷ୍ଠ ସ୍ୱୟଂସେବକ , ବିଶ୍ୱ ହିନ୍ଦୁ ପରିଷଦର ପୂର୍ବତନ ଅନ୍ତରାଷ୍ଟ୍ରୀୟ ଅଧ୍ୟକ୍ଷ, ଆଦରଣୀୟ ଅଶୋକ ସିଂଘଲଙ୍କ ଜୟନ୍ତୀରେ ଭକ୍ତିପୂତ ପ୍ରଣାମ। ଧର୍ମ, ସଂସ୍କୃତି ଓ ରାଷ୍ଟ୍ରସେବା ପ୍ରତି ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ
ହୋଇରହିବ।
ଉପମୁଖ୍ୟମନ୍ତ୍ରୀ କନକ
ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ବିଶ୍ୱ ହିନ୍ଦୁ ପରିଷଦର ପୂର୍ବତନ ମୁଖ୍ୟ ତଥା ସମ୍ମାନନୀୟ
ଅଶୋକ ସିଂଘଲଜୀଙ୍କ ଜୟନ୍ତୀ ଅବସରରେ ତାଙ୍କୁ ସ୍ମରଣ କରୁଛି। ରାମ ଜନ୍ମଭୂମି ଆନ୍ଦୋଳନର ଜଣେ
ଅଗ୍ରଣୀ ବ୍ୟକ୍ତିତ୍ୱ ଭାବେ, ବିଶ୍ୱ ହିନ୍ଦୁ ପରିଷଦର ଜଣେ ବରିଷ୍ଠ ନେତା ଭାବେ ତାଙ୍କର ଅକ୍ଳାନ୍ତ
ପ୍ରୟାସ ଭାରତରେ ଏକତାବଦ୍ଧ ସାଂସ୍କୃତିକ ଓ ଆଧ୍ୟାତ୍ମିକ ପୁନରୁତ୍ଥାନର ଭିତ୍ତି ପ୍ରସ୍ତୁତ
କରିଥିଲା। ତାଙ୍କର ନିଷ୍ଠା, ସମର୍ପଣ ଓ ସେବାର ଐତିହ୍ୟ ସର୍ବଦା ଆମକୁ ପ୍ରେରଣା ଯୋଗାଇବ।
କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ
କହିଛନ୍ତି ଯେ, ବିଶ୍ୱ ହିନ୍ଦୁ ପରିଷଦର ପୂର୍ବତନ ଅଧ୍ୟକ୍ଷ, ହିନ୍ଦୁତ୍ୱର ପୁରୋଧା, ରାଷ୍ଟ୍ରସେବା ପାଇଁ ସମଗ୍ର ଜୀବନ ସମର୍ପିତ କରିଥିବା ଶ୍ରୀରାମ
ଜନ୍ମଭୂମି ଆନ୍ଦୋଳନର ନାୟକ ଶ୍ରୀ ଅଶୋକ ସିଂଘଲଜୀଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶତ ଶତ ନମନ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ
ତଥା ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଶ୍ରୀରାମ ଜନ୍ମଭୂମି ଆନ୍ଦୋଳନର ପୁରୋଧା ତଥା
ବିଶ୍ୱ ହିନ୍ଦୁ ପରିଷଦର ପୂର୍ବତନ ଅନ୍ତର୍ଜାତୀୟ ଅଧ୍ୟକ୍ଷ ଶ୍ରଦ୍ଧେୟ ଅଶୋକ ସିଂଘଲଜୀଙ୍କ ଜୟନ୍ତୀ
ଅବସରରେ ତାଙ୍କୁ ଶ୍ରଦ୍ଧାପୂର୍ବକ ନମନ କରୁଛି। ରାଷ୍ଟ୍ର ଓ ଧର୍ମ ପ୍ରତି ତାଙ୍କର ଅମୂଲ୍ୟ ଅବଦାନ
ଦେଶବାସୀଙ୍କୁ ନିରନ୍ତର ପ୍ରେରଣା ଯୋଗାଇ ଚାଲିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା