ଭିଜିଲାନ୍ସ ପଞ୍ଝାରେ ମାଥିଲି ବ୍ଲକ୍ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶିଶିର ଦାଶ
ଭୁବନେଶ୍ୱର, 27 ସେପ୍ଟେମ୍ବର (ହି.ସ.)- ଭିଜିଲାନ୍ସ ଜାଲରେ ମାଥିଲି ବ୍ଲକ୍ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶିଶିର ଦାଶ । ଭୁବନେଶ୍ୱର ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଏକକାଳୀନ ଚଢ଼ାଉ କରିଛି । ମାଲକାନଗିରି ଡିଆରଡିଏ କାର୍ଯ୍ୟାଳୟ ସମେତ ଭଡ଼ା ଘରେ ଚଢ଼ାଉ ଜ
ଶିଶିର ଦାଶ


ଭୁବନେଶ୍ୱର, 27 ସେପ୍ଟେମ୍ବର (ହି.ସ.)- ଭିଜିଲାନ୍ସ

ଜାଲରେ ମାଥିଲି ବ୍ଲକ୍ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶିଶିର ଦାଶ । ଭୁବନେଶ୍ୱର ସମେତ

୬ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଏକକାଳୀନ ଚଢ଼ାଉ କରିଛି । ମାଲକାନଗିରି ଡିଆରଡିଏ କାର୍ଯ୍ୟାଳୟ

ସମେତ ଭଡ଼ା ଘରେ ଚଢ଼ାଉ ଜାରି ରହିଛି ।

ଆଜିଆୟ

ବହିର୍ଭୁତ ସଂପତି ଠୁଳ କରିବା ଅଭିଯୋଗରେ ମାଲକାନଗିରି ଡିଆରଡିଏ ଅଧୀନରେ ମାଥିଲି ବ୍ଲକ୍ରେ

କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ଏଇଇ) ଶିଶିର କୁମାର ଦାଶଙ୍କ

ବିରୋଧରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଭାବେ ଘର ତଲାସୀ ଚାଲିଛି।

ମାନ୍ୟବର ସ୍ୱତନ୍ତ୍ର

ବିଚାରପତି, ଭିଜିଲାନ୍ସ, ବ୍ରହ୍ମପୁରଙ୍କ

ଦ୍ୱାରା ଜାରି ତଲାସୀ ପରୱାନା ବଳରେ ୧ ଜଣ ଅତିରିକ୍ତ ଏସ୍ପି, ୫ ଜଣ

ଡିଏସ୍ପି, ୫ ଜଣ

ଇନ୍ସପେକ୍ଟର ଏବଂ ଅନ୍ୟ ସହାୟକ କର୍ମଚାରୀଙ୍କୁ ନେଇ ଗଠିତ ଭିଜିଲାନ୍ସ ଟିମ୍ ଭୁବନେଶ୍ୱର, ବ୍ରହ୍ମପୁର

ଓ ମାଲକାନଗିରିର ୬ଟି ସ୍ଥାନରେ ତଲାସୀ କରୁଛନ୍ତି।

ଭୁବନେଶ୍ୱର ବରମୁଣ୍ଡାସ୍ଥିତ

ଚାରି ମହଲା କୋଠା, ବ୍ରହ୍ମପୁର ନୀଳାଚଳ ନଗରସ୍ଥିତ ଦୁଇ ମହଲା କୋଠା, ଗଞ୍ଜାମ ଜିଲ୍ଲା ବାସୁଦେବପୁର (ଗୋବରା) ସ୍ଥିତ ଏକ ଘର, ବ୍ରହ୍ମପୁର ଗଜପତି ନଗରସ୍ଥିତ ପୈତୃକ ଘର, ମାଲକାନଗିରିସ୍ଥିତ ଭଡ଼ା ଘର, ମାଲକାନଗିରି ଡିଆରଡିଏକାର୍ଯ୍ୟାଳୟରେ

ଥିବା ଅଫିସ୍ ଚାମ୍ବରରେ ରେଡ୍ ଚାଲିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande