ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 27 ସେପ୍ଟେମ୍ବର (ହି.ସ.)- ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆକାଶ ମାର୍ଗରୁ ତିନି ଜିଲ୍ଲା ଗଞ୍ଜାମ, କୋରାପୁଟ ଓ ନବରଙ୍ଗପୁରରେ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିବା ସୂଚନା ମିଳିଛି। ଗଞ୍ଜାମ-କନ୍ଧମାଳକୁ ସଂଯୋଗ କରୁଥିବା କ
ବନ୍ୟାଞ୍ଚଳ ପରିଦର୍ଶନ କଲେ     ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 27 ସେପ୍ଟେମ୍ବର (ହି.ସ.)- ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ

ଚରଣ ମାଝୀ। ଆକାଶ ମାର୍ଗରୁ ତିନି ଜିଲ୍ଲା ଗଞ୍ଜାମ, କୋରାପୁଟ ଓ ନବରଙ୍ଗପୁରରେ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ

କରିଥିବା ସୂଚନା ମିଳିଛି। ଗଞ୍ଜାମ-କନ୍ଧମାଳକୁ ସଂଯୋଗ କରୁଥିବା କଳିଙ୍ଗା ଘାଟି ଗସ୍ତ

କରିଛନ୍ତି। ହେଲିକପ୍ଟର ଯୋଗେ ଏରିଅଲ ସର୍ଭେ କରି ବନ୍ୟା ପରବର୍ତ୍ତୀ ପରିସ୍ଥିତିର ସମୀକ୍ଷା

କରୁଛନ୍ତି।

ଏହାସହିତ ବନ୍ୟା କ୍ଷୟକ୍ଷତି

ଆକଳନ ନେଇ କୋରାପୁଟ କୋଟପାଡ଼ରେ ମୁଖ୍ୟମନ୍ତ୍ରୀ ପହଂଚିଥିଲେ । ତାଙ୍କ ସହ ରାଜସ୍ବ ମନ୍ତ୍ରୀ, ଗଣଶିକ୍ଷା

ମନ୍ତ୍ରୀ, ନବରଙ୍ଗପୁର

ସାଂସଦ ଉପସ୍ଥିତ ଥିଲେ । ବୋଟ୍ରେ ଯାଇ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ବୁଲି ଦେଖିଛନ୍ତି

ମୁଖ୍ୟମନ୍ତ୍ରୀ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande