ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଜୟନ୍ତୀରେ ତାଙ୍କୁ ନମନ କଲେ ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା
ଭୁବନେଶ୍ୱର, 27 ସେପ୍ଟେମ୍ବର (ହି.ସ.)- ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଜୟନ୍ତୀରେ ତାଙ୍କୁ ନମନ କରିଛନ୍ତି ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା । ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ବିଶିଷ୍ଟ ସାରସ୍ୱତ ସାଧକ
ଗୋପାଳ


ଭୁବନେଶ୍ୱର, 27 ସେପ୍ଟେମ୍ବର (ହି.ସ.)- ଗୋପାଳ ଚନ୍ଦ୍ର

ପ୍ରହରାଜଙ୍କ ଜୟନ୍ତୀରେ ତାଙ୍କୁ ନମନ କରିଛନ୍ତି ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା ।

ସୋସିଆଲ ମିଡିଆ ଏକ୍ସରେ ଏକ

ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ବିଶିଷ୍ଟ ସାରସ୍ୱତ ସାଧକ

ତଥା ଭାଷାବିତ୍ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଜୟନ୍ତୀରେ ଭକ୍ତିପୂତ ପ୍ରଣାମ। ତାଙ୍କ ସଂକଳିତ 'ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ' ଓଡ଼ିଆ ଭାଷାର ଏକ ଅମଳିନ ଆଲୋକବର୍ତ୍ତିକା। ଆମ ମାତୃଭାଷାର ପ୍ରଚାର, ପ୍ରସାର ତଥା ସଂରକ୍ଷଣ ଦିଗରେ ତାଙ୍କର ଏହି ଯୁଗାନ୍ତକାରୀ ସାଧନା

ଚିରକାଳ ଆମ ପାଇଁ ପ୍ରେରଣା ଓ ମାର୍ଗଦର୍ଶକ ହୋଇ ରହିବ।

ବିରୋଧୀ ଦଳ ନେତା ନବୀନ

ପଟ୍ଟନାୟକ କହିଛନ୍ତି ଯେ,ମହାନ ଭାଷାବିତ ତଥା ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷର ରଚୟିତା

ଗୋପାଳଚନ୍ଦ୍ର ପ୍ରହରାଜଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ଓଡ଼ିଆ ଭାଷାର ସୁରକ୍ଷା ଓ

ସମୃଦ୍ଧିରେ ତାଙ୍କର ଅତୁଳନୀୟ ଯୋଗଦାନ ସର୍ବଦା ସ୍ମରଣୀୟ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande