
ଭୁବନେଶ୍ୱର, 27 ସେପ୍ଟେମ୍ବର (ହି.ସ.)- ବିଶ୍ୱ ନଦୀ
ଦିବସର ନଦୀର ଅବଦାନକୁ ସ୍ମରଣ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ନଦୀଗୁଡ଼ିକ
ଓଡ଼ିଶାର ସଂସ୍କୃତି, ଐତିହ୍ୟ ଓ ଜୀବନଧାରାର ଏକ ଅବିଚ୍ଛେଦ୍ୟ ଅଙ୍ଗ । ନଦୀଗୁଡ଼ିକୁ ସ୍ୱଚ୍ଛ, ସ୍ୱାସ୍ଥ୍ୟକର
ଓ ଜୀବନ୍ତ ରଖିବା ସହ ଓଡ଼ିଶାର ଏହି ଜୀବନରେଖାଗୁଡ଼ିକୁ ଆଗାମୀ ପିଢ଼ି ପାଇଁ ସୁରକ୍ଷିତ ରଖିବାର
ସଂକଳ୍ପ ନେବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ
ମାଝୀ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି କହିଛନ୍ତି ଯେ, ନଦୀଗୁଡ଼ିକ ଓଡ଼ିଶାର
ସଂସ୍କୃତି, ଐତିହ୍ୟ
ଓ ଜୀବନଧାରାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ମହାନଦୀ,
ବ୍ରାହ୍ମଣୀ ଓ ବୈତରଣୀଠାରୁ ଆରମ୍ଭ କରି ଋଷିକୁଲ୍ୟା ଓ ତେଲ ନଦୀ
ପର୍ଯ୍ୟନ୍ତ, ଆମ ନଦୀଗୁଡ଼ିକ ଅନେକ ସମୁଦାୟକୁ ପ୍ରତିପାଳିତ କରିବା ସହ ଆମ
ପରମ୍ପରାକୁ ଆକାର ଦେଇଛନ୍ତି। ‘ରିଭର ଫ୍ରଣ୍ଟ ଡେଭଲପମେଣ୍ଟ ପ୍ରକଳ୍ପ’ ଭଳି ପଦକ୍ଷେପ ମାଧ୍ୟମରେ
ଆମେ ନଦୀତଟର ସୁରକ୍ଷା କରିବା ସହ ଆମର ସମୃଦ୍ଧ ନଦୀ ଐତିହ୍ୟକୁ ସଂରକ୍ଷଣ କରିବା ଦିଗରେ କାର୍ଯ୍ୟ
କରୁଛୁ। ବିଶ୍ୱ ନଦୀ ଦିବସ ଅବସରରେ ଆସନ୍ତୁ,
ଆମ ନଦୀଗୁଡ଼ିକୁ ସ୍ୱଚ୍ଛ,
ସ୍ୱାସ୍ଥ୍ୟକର ଓ ଜୀବନ୍ତ ରଖିବା ସହ ଓଡ଼ିଶାର ଏହି ଜୀବନରେଖାଗୁଡ଼ିକୁ
ଆଗାମୀ ପିଢ଼ି ପାଇଁ ସୁରକ୍ଷିତ ରଖିବାର ସଂକଳ୍ପ ନେବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା