ପୁରୀ ପ୍ରମୋ ରନ ଅନୁଷ୍ଠିତ : ବ୍ଲୁ ଫ୍ଲାଗ ବିଚ ଠାରୁ ତାଜ ବିଚ ପର୍ଯ୍ୟନ୍ତ ୫ କି.ମି. ଧାଇଁଲେ ୫୦୦ରୁ ଉର୍ଦ୍ଧ୍ବ ଧାବକ
ପୁରୀ, ୨୭ ସେପ୍ଟେମ୍ବର (ହି.ସ.)- ପର୍ଯ୍ୟଟନ ବିଭାଗ ପକ୍ଷରୁ ଡିସେମ୍ବର ୧୩ ତାରିଖରେ ଅନୁଷ୍ଠିତ ହେବ ପୁରୀ କୋଷ୍ଟାଲ ବିଚ ମାରାଥନ। ଏଥିରେ ଦେଶ ବିଦେଶରୁ ଧାବକ ଯୋଗ ଦେବେ। ଏହାର ପ୍ରମୋ ରନ ବା ସଚେତନତା ମାରାଥନ ଆଜି ବିଶ୍ବ ପର୍ଯ୍ୟଟନ ଦିବସ ଅବସରରେ ପ୍ରତ୍ୟୁଷରୁ ବ୍ଲୁ ଫ୍ଲାଗ ବିଚ ଠାରୁ ଶୁଭାରମ୍ଭ ହୋଇ
ପୁରୀ ପ୍ରମୋ ରନ ଅନୁଷ୍ଠିତ।


ପୁରୀ ପ୍ରମୋ ରନ ଅନୁଷ୍ଠିତ।


ପୁରୀ, ୨୭ ସେପ୍ଟେମ୍ବର (ହି.ସ.)- ପର୍ଯ୍ୟଟନ ବିଭାଗ ପକ୍ଷରୁ ଡିସେମ୍ବର ୧୩ ତାରିଖରେ ଅନୁଷ୍ଠିତ ହେବ ପୁରୀ କୋଷ୍ଟାଲ ବିଚ ମାରାଥନ। ଏଥିରେ ଦେଶ ବିଦେଶରୁ ଧାବକ ଯୋଗ ଦେବେ। ଏହାର ପ୍ରମୋ ରନ ବା ସଚେତନତା ମାରାଥନ ଆଜି ବିଶ୍ବ ପର୍ଯ୍ୟଟନ ଦିବସ ଅବସରରେ ପ୍ରତ୍ୟୁଷରୁ ବ୍ଲୁ ଫ୍ଲାଗ ବିଚ ଠାରୁ ଶୁଭାରମ୍ଭ ହୋଇଥିଲା। ଏହାକୁ ମୁଖ୍ୟ ଅତିଥି ଭାବେ ପୁରୀ ସାଂସଦ ଡା. ସମ୍ବିତ ପାତ୍ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଓଡିଶାରେ ବେଳାଭୂମି ପର୍ଯ୍ୟଟନର ବ୍ୟାପକ ସୁଯୋଗ ରହିଛି। ଚଳିତ ବର୍ଷ ଠାରୁ ପୁରୀ କୋଷ୍ଟାଲ ବିଚ ମାରାଥନ ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବାରୁ ସମସ୍ତଙ୍କ ମଧ୍ୟରେ ଉତ୍ସାହ ରହିଛି। ଏହି ଚମତ୍କାର ପରିକଳ୍ପନା ପାଇଁ ଡା. ପାତ୍ର ମୁଖ୍ୟମନ୍ତ୍ରୀ ଓ ପର୍ଯ୍ୟଟନ ବିଭାଗ ଦାୟିତ୍ଵରେ ଥିବା ଉପ ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରିଥିଲେ। ପୁରୀ ଆଧ୍ୟାତ୍ମିକ ଓ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେଉଥିବା ସ୍ଥାନ। ପ୍ରଧାନମନ୍ତ୍ରୀ ଯୁବବର୍ଗଙ୍କ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ତେଣୁ ଆମ ଜିଲ୍ଲା ଓ ରାଜ୍ୟର ଯୁବବର୍ଗ ସମସ୍ତ କ୍ଷେତ୍ରରେ ସାମିଲ ହୋଇ ନିଜ ସ୍ବପ୍ନ ଓ ପ୍ରତିଭାକୁ ବିକଶିତ କରିବାକୁ ସାଂସଦ ଡା. ପାତ୍ର ଆହ୍ୱାନ ଦେଇଥିଲେ। ଅଞ୍ଚଳ ଓ ଆର୍ଥିକ ବିକାଶ ପାଇଁ ପର୍ଯ୍ୟଟନ ଏକ ଭଲ ଦିଗ। ତେଣୁ ଆମକୁ ସାମଗ୍ରିକ ସ୍ବଛତା, ସୁରକ୍ଷା, ବ୍ୟବହାରରେ ଉତ୍କୃର୍ଷତା ଓ ପର୍ଯ୍ୟଟକଙ୍କୁ ସମ୍ମାନ ପ୍ରଦର୍ଶନର ଆବଶ୍ୟକତା ରହିଛି। ଏଥିପାଇଁ ଆମେ ସଂକଳ୍ପବଦ୍ଧ ହେବାକୁ ଡା. ପାତ୍ର ଅନୁରୋଧ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ପୁରୀ ମହାନଗର ନିଗମର କମିଶନର ପ୍ରହଲ୍ଲାଦ ନାରାୟଣ ଶର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ଵ ସୁଶୀଲ କୁମାର ପତି, ମହାନଗର ନିଗମର ଯୁଗ୍ମ କମିଶନର ଅଭିମନ୍ୟୁ ବେହେରା, ପର୍ଯ୍ୟଟନ ସହକାରୀ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ, ସୂଚନା ଓ ଲୋକ ସମ୍ପର୍କ ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ରୂପେଶ ରାଉତ, ଦେବସ୍ମିତା ମହାନ୍ତି, ସି ବିଚ ଥାନା ଅଧିକାରୀ ମାନସ ରଞ୍ଜନ ଚକ୍ର ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ। ଏହି ପ୍ରମୋ ରନ ତାଜ ବିଚ ନିକଟରେ ପହଞ୍ଚି ଥିଲା। ଏଥିରେ ୫୦୦ରୁ ଉର୍ଦ୍ଧ୍ବ ଧାବକ ଅଂଶଗ୍ରହଣ କରି ବ୍ଲୁ ଫ୍ଲାଗ ବିଚ ଠାରୁ ତାଜ ବିଚ ପର୍ଯ୍ୟନ୍ତ ଧାଇଁଥିଲେ। ତାଜ ବିଚ ଠାରେ ସାଂସଦ ଡା. ପାତ୍ର ସମସ୍ତଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇବା ସହ ସେମାନଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande