ସୁସ୍ଥ ହୃଦୟ ସୁସ୍ଥ ଜୀବନର ମୂଳଦୁଆ: ମୁଖ୍ୟମନ୍ତ୍ରୀ ମାଝୀ
ଭୁବନେଶ୍ୱର, ୨୯ ସେପ୍ଟେମ୍ବର (ହି.ସ.)। ବିଶ୍ୱ ହୃଦୟ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ରାଜ୍ୟବାସୀଙ୍କୁ ସୁସ୍ଥ ହୃଦୟ ଓ ଉତ୍ତମ ଜୀବନଶୈଳୀ ଆପଣାଇବା ପାଇଁ ଆହ୍ୱାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମାଝୀ ସାମାଜିକ ଗଣମାଧ୍ୟମରେ ଦେଇଥିବା ବାର୍ତ୍ତା
ମୁଖ୍ୟମନ୍ତ୍ରୀ ମୋହନ ମାଝୀ


ଭୁବନେଶ୍ୱର, ୨୯ ସେପ୍ଟେମ୍ବର (ହି.ସ.)। ବିଶ୍ୱ ହୃଦୟ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ରାଜ୍ୟବାସୀଙ୍କୁ ସୁସ୍ଥ ହୃଦୟ ଓ ଉତ୍ତମ ଜୀବନଶୈଳୀ ଆପଣାଇବା ପାଇଁ ଆହ୍ୱାନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ମାଝୀ ସାମାଜିକ ଗଣମାଧ୍ୟମରେ ଦେଇଥିବା ବାର୍ତ୍ତାରେ କହିଛନ୍ତି ଯେ, ସୁସ୍ଥ ହୃଦୟ ହିଁ ଏକ ନିରୋଗ ଜୀବନ ଓ ସମୃଦ୍ଧ ସମାଜର ମୂଳଦୁଆ। ବିଶ୍ୱ ହୃଦୟ ଦିବସ ଅବସରରେ ସେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇବା ସହ ହୃଦୟର ସୁରକ୍ଷା ପାଇଁ ନିୟମିତ ବ୍ୟାୟାମ, ସନ୍ତୁଳିତ ଆହାର, ଚାପମୁକ୍ତ ଦିନଚର୍ଯ୍ୟା ଏବଂ ସମୟୋଚିତ ସ୍ୱାସ୍ଥ୍ୟ ପରୀକ୍ଷାକୁ ଜୀବନର ଅଂଶ କରିବାକୁ ପରାମର୍ଶ ଦେଇଛନ୍ତି।

ସେ କହିଛନ୍ତି ଯେ, ସମସ୍ତେ ସଚେତନ ହୋଇ ଉତ୍ତମ ଜୀବନଶୈଳୀ ଗ୍ରହଣ କରିବା ସହ ଏକ ନିରୋଗ ଓ ସୁସ୍ଥ ଓଡ଼ିଶା ଗଠନରେ ସାମିଲ ହେବା ଆବଶ୍ୟକ।

ସେହିପରି ସ୍ୱାସ୍ଥ୍ୟମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ତାଙ୍କ ବାର୍ତ୍ତାରେ ‘ସୁସ୍ଥ ହୃଦୟ, ଖୁସିର ଜୀବନ’ର ଆହ୍ୱାନ ଦେଇଛନ୍ତି। ବିଶ୍ୱ ହୃଦୟ ଦିବସରେ ସମସ୍ତେ ହୃଦ୍ରୋଗ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ଓ ସୁସ୍ଥତାକୁ ପ୍ରାଥମିକତା ଦେବା ପାଇଁ ସଂକଳ୍ପ ନେବା ଉଚିତ ବୋଲି ସେ କହିଛନ୍ତି। ସୁସ୍ଥ ହୃଦୟ ହିଁ ସକ୍ରିୟ, ସୁଖୀ ଓ ସନ୍ତୋଷଜନକ ଜୀବନର ମୂଳଦୁଆ ବୋଲି ସେ ଉଲ୍ଲେଖ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande