ଆଖଣ୍ଡଳମଣି ଉଚ୍ଚ ବିଦ୍ୟାଳୟରେ ଖୋଲିଲା +୨ କଳା ଶିକ୍ଷାବର୍ଷ, ଆଜିଠାରୁ ନାମଲେଖା ଆରମ୍ଭ
ଭଦ୍ରକ, ୩୦ ସେପ୍ଟେମ୍ବର (ହି.ସ.) - ରାଜ୍ୟ ସରକାରଙ୍କ ପକ୍ଷରୁ ଆରଡିପୀଠରେ ଥିବା ଆଖଣ୍ଡଳମଣି ଉଚ୍ଚ ବିଦ୍ୟାଳୟରେ ଚଳିତ ବର୍ଷ +୨ କଳାର ଶିକ୍ଷାବର୍ଷ ଆରମ୍ଭ ହୋଇଛି। ଏହି ଶିକ୍ଷା ବର୍ଷରେ ଆଜିଠାରୁ(୧/୧୦/୨୦୨୬) ନାମଲେଖା ଆରମ୍ଭ ହେବ। ଏହି ଶିକ୍ଷା୍ୱର୍ଷରେ ରାଜନୀତି ବିଜ୍ଞାନ, ଇତିହାସ, ଅର୍ଥନୀତି, ସ
AKHANDALAMANI COLLEGE NAMA LEKHA


ଭଦ୍ରକ, ୩୦ ସେପ୍ଟେମ୍ବର (ହି.ସ.) - ରାଜ୍ୟ ସରକାରଙ୍କ ପକ୍ଷରୁ ଆରଡିପୀଠରେ ଥିବା ଆଖଣ୍ଡଳମଣି ଉଚ୍ଚ ବିଦ୍ୟାଳୟରେ ଚଳିତ ବର୍ଷ +୨ କଳାର ଶିକ୍ଷାବର୍ଷ ଆରମ୍ଭ ହୋଇଛି। ଏହି ଶିକ୍ଷା ବର୍ଷରେ ଆଜିଠାରୁ(୧/୧୦/୨୦୨୬) ନାମଲେଖା ଆରମ୍ଭ ହେବ। ଏହି ଶିକ୍ଷା୍ୱର୍ଷରେ ରାଜନୀତି ବିଜ୍ଞାନ, ଇତିହାସ, ଅର୍ଥନୀତି, ସାମାଜିକ ବିଜ୍ଞାନ ସହ ଅନ୍ୟାନ୍ୟ ପାଠ୍ୟକ୍ରମ ରହିଛି। ଏଥିରେ ସମସ୍ତ ବର୍ଗର ଛାତ୍ରଛାତ୍ରୀମାନେ ନାମ ଲେଖା ପାଇଁ ଆବେଦନ କରିପାରିବେ। ବହୁବର୍ଷ ହେବ ଆରଡି ପୀଠରେ ଏକ ମହାବିଦ୍ୟାଳୟ ଖୋଲିବା ନିମନ୍ତେ ସ୍ଥାନୀୟ ଜନସାଧାରଣ ବିଭିନ୍ନ ସମୟରେ ରାଜ୍ୟସରକାରଙ୍କ ନିକଟରେ ବହୁବାର ଦାବି କରି ଆସୁଥିଲେ। ଏବେ +୨ ଖୋଲିବା ପରେ ବିଭନ୍ନ ମହଲରୁ ରାଜ୍ୟ ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande