ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ର ୧୦ ଟି ସାଂଗଠନିକ ଜିଲ୍ଲା ବୈଠ
କେନ୍ଦୁଝର, 30 ସେପ୍ଟେମ୍ବର (ହି.ସ.) ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ର ୧୦ ଟି ସାଂଗଠନିକ ଜିଲ୍ଲା ବୈଠକ ଆଜି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସହରର ହୋଟେଲ ଆର୍ସିଲେକ୍ଟ ଠାରେ ରାଜ୍ୟ ସଭାପତି ଶ୍ରୀ ବାଇଧର ମଲିକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ବିଜେପି ରାଜ୍ୟ ସଂଗଠନ ସାଧାରଣ ସମ୍ପ
St


କେନ୍ଦୁଝର, 30 ସେପ୍ଟେମ୍ବର (ହି.ସ.)

ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ର ୧୦ ଟି ସାଂଗଠନିକ ଜିଲ୍ଲା ବୈଠକ ଆଜି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସହରର ହୋଟେଲ ଆର୍ସିଲେକ୍ଟ ଠାରେ ରାଜ୍ୟ ସଭାପତି ଶ୍ରୀ ବାଇଧର ମଲିକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ବିଜେପି ରାଜ୍ୟ ସଂଗଠନ ସାଧାରଣ ସମ୍ପାଦକ ଶ୍ରୀ ମାନସ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବିଜେପି ର ଡବଲ ଇଞ୍ଜିନ ସରକାର ର ଜନ କଲ୍ଯାଣ କାରୀ ଯୋଜନା ର ଲାଭ ସଠିକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ବକ୍ତା ମାନେରାrajyarajy କହିଥିଲେ। ଅନୁସୂଚିତ ଜାତି କ୍ଷେତ୍ରରେ ବ୍ୟାପକ ଭାବେ ସଂଗଠନ କୁ ମଜବୁତ୍ କରିବା ପାଇଁ ରାଜ୍ୟ ସଭାପତି ଶ୍ରୀ ବାଇଧର ମଲିକ କହିଥିଲେ। ରାଜ୍ୟ ସଂଗଠନ ସାଧାରଣ ସମ୍ପାଦକ ଶ୍ରୀ ମାନସ ମହାନ୍ତି ବିଗତ ଦିନର କାର୍ଯ୍ୟକ୍ରମ ର ସମୀକ୍ଷା କରିବା ସହିତ ଆଗାମୀ କାଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଜେପି କୃଷକ ମୋର୍ଚ୍ଚା ର ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ସଂଗଠନକୁ ସର୍ବ ବ୍ୟାପି ସର୍ବ ସ୍ପର୍ଶି କରିବା ପାଇଁ କାମ କରିବାକୁ ଆହ୍ଵାନ ଦେଇଥିଲେ। ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଆଲୋକ କୁମାର ସେଠୀ କାର୍ଯ୍ୟକ୍ରମ କୁ ସଞ୍ଚାଳନ କରିଥିଲେ। ଅନ୍ୟତମ ସାଧାରଣ ସମ୍ପାଦକ ଚନ୍ଦନ କୁମାର ସ୍ଵରାଜ, ରାଜ୍ୟ ଉପସଭାପତି ଶ୍ରୀ ଶିବ ମଲ୍ଲିକ, କେନ୍ଦୁଝର ଜିଲ୍ଲା ସଭାପତି ଶ୍ରୀ ଶାନ୍ତନୁ କୁମାର ସେଠୀ, ତୃପ୍ତିମୟୀ ଜେନା, ଶାନ୍ତନୁ କୁମାର ସେଠୀ, ପ୍ରମୁଖ ଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଯୋଗଦାନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande