ଗୁଣି ଗାରେଡି ସନ୍ଦେହରେ ମହିଳାଙ୍କୁ ଉଲଗ୍ନ ଓ ମାଡ଼, ଥାନାରେ ମାମଲା
ଭଦ୍ରକ, ୩୦ ସେପ୍ଟେମ୍ବର (ହି.ସ.) - ଭଦ୍ରକରେ ଗୁଣିଗାରେଡିକୁ ନେଇ ଜଣେ ମହିଳାଙ୍କୁ ଉଲଗ୍ନ କରି ମାଡ ମରାଯିବ ଘଟଣା ସାମନାକୁ ଆସିଛି। ଏଭଳି ଘଟଣା ଗତ ୨୫ ତାରିଖରୁ ଘଟି୍ୱା ପରେ ଏବେ ସାମାଜିକ ଗଣମାଧ୍ୟମରେ ଭିଡିଓ ଭାଇରଲ ହେବା ପରେ ପୋଲିସ ମାମଲା ୠଜୁକରି ତଦନ୍ତ ଆରଂଭ କରିଛି।ମାଡ ଖାଇଥିବା ମହିଳା ଥାନା
ଗୁଣି ଗାରେଡି ସନ୍ଦେହରେ ମହିଳାଙ୍କୁ ଉଲଗ୍ନ ଓ ମାଡ଼, ଥାନାରେ ମାମଲା


ଭଦ୍ରକ, ୩୦ ସେପ୍ଟେମ୍ବର (ହି.ସ.) - ଭଦ୍ରକରେ ଗୁଣିଗାରେଡିକୁ ନେଇ ଜଣେ ମହିଳାଙ୍କୁ ଉଲଗ୍ନ କରି ମାଡ ମରାଯିବ ଘଟଣା ସାମନାକୁ ଆସିଛି। ଏଭଳି ଘଟଣା ଗତ ୨୫ ତାରିଖରୁ ଘଟି୍ୱା ପରେ ଏବେ ସାମାଜିକ ଗଣମାଧ୍ୟମରେ ଭିଡିଓ ଭାଇରଲ ହେବା ପରେ ପୋଲିସ ମାମଲା ୠଜୁକରି ତଦନ୍ତ ଆରଂଭ କରିଛି।ମାଡ ଖାଇଥିବା ମହିଳା ଥାନାରେ କରିଥିବା ଅଭିଯୋଗ ମୂଳେ ତାଙ୍କ ପରିବାରର କିଛି ଲୋକଙ୍କ ସମେତ ପଡୋଶୀ ଘରର ଦୁଇ ଜଣ ମିଶି ତାଙ୍କୁ ଅନ୍ଧ ବିଶ୍ୱାସ ଜନିତ ଗୁଣିଗାରେଡି ସନ୍ଦେହରେ ତାଙ୍କୁ ଶାବଳ ଓ ଲୁହା ରଡ଼ରେ ଅତ୍ୟନ୍ତ ଅମାନୁଷିକ ଭାବେ ଉଲଗ୍ନ କରି ଘରୁ ଘୋଷାଡ଼ି ଘୋଷାଡ଼ି ମରଣାନ୍ତକ ଆକ୍ରମଣ କରିଥିଲେ। ଯାହା ଜଣାଯାଏ ଭଦ୍ରକ ଗ୍ରାମାଞ୍ଚଳ ଅଧିନସ୍ଥ ବାଣିତିଆ ପଂଚାୟତର ମହଲା ସାହିର ଅମର ମହାନ୍ତି, ଶିଶିର ମହାନ୍ତି, ମମତା ମହାନ୍ତି, ଜୟଦେବ ମହାନ୍ତି, ଅନୁପମା ମହାନ୍ତି, ଅର୍ଣ୍ଣପୂର୍ଣ୍ଣା ବେହେରା ଓ ମଞ୍ଜୁଲତା ମହଲା ପ୍ରମୁଖ କାଳିଶ୍ରୀ ନାମକ ଏକ ନାବାଲିକାର ବୟାନ ମୂଳେ ସେହି ପରିବାରର ପ୍ରିୟତମା ମହାନ୍ତି ଙ୍କୁ ଏଭଳି ଆକ୍ରମଣ ଓ ଉଲଗ୍ନ କରିବା ଭଳି ଅପ୍ରିତିକର ପରିସ୍ଥିତିରେ ପକାଇବାକୁ ଭୁଲି ନ ଥିଲେ। ଏବଂ ଏଭଳି ଭିଡିଓ ଭାଇରଲରେ ବହୁ ଦେଖଣାହାରି ସେହି ଦୃଶ୍ୟକୁ ମନଭରି ଦେଖୁଥିଲେ ମଧ୍ୟ ପ୍ରତିବାଦର ସ୍ୱର ଉଠାଇ ନ ଥିଲେ। ଏବେ ୍ୱି ପ୍ରିୟାତମାଙ୍କ ଦେହରେ ମାଡ ମରାର ଚି଼ହ୍ନ ଦେଖିବାକୁ ମିଳିଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

---------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande