ଅବକାରୀ ଚଢ଼ାଉ ବେଳେ କର୍ମଚାରୀଙ୍କୁ ଆକ୍ରମଣ, ୫ ଗିରଫ
ଅବକାରୀ ଚଢ଼ାଉ ବେଳେ କର୍ମଚାରୀଙ୍କୁ ଆକ୍ରମଣ, ୫ ଗିରଫ
ଅବକାରୀ ଚଢ଼ାଉ ବେଳେ କର୍ମଚାରୀଙ୍କୁ ଆକ୍ରମଣ, ୫ ଗିରଫ


ସମ୍ବଲପୁର, ୩୦, ସେପ୍େଟମ୍ବର (ହି.ସ.) - ସମ୍ବଲପୁର ଜିଲ୍ଲା ବାମରା ନିକଟ ସୁନ୍ଦରଗଡ଼ ଜିଲ୍ଲା ଧରୁଆଡ଼ିହି ଥାନା ଅନ୍ତର୍ଗତ ଅଲଙ୍ଗପାଣି, ମାନମୁଣ୍ଡା ଓ ଧୌଳାଖମଣ ଅଂଚଳରେ ଚୋରାମଦ ବିରୋଧୀ ଚଢ଼ାଉ ବେଳେ ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ ଏବଂ ସରକାରୀ ଗାଡ଼ି ଭଙ୍ଗାରୁଜା ଘଟଣା ଘଟିଛି। ପୋଲିସ ଓ ଅବକାରୀ ବିଭାଗର ଏହି ମିଳିତ ଚଢ଼ାଉ ସମୟରେ ଅବକାରୀ ଏସ୍ଆଇ ଫୁଲ ସାହୁଙ୍କୁ ସଂଘବଦ୍ଧ ଭାବେ କିଛି ମଦ ବିକ୍ରେତା ଆକ୍ରମଣ କରିଥିବା ବେଳେ ଘଟଣାରେ ତଦନ୍ତ କରି ପୋଲିସ ଧରୁଆଡ଼ିହି ଥାନା ପୋଲିସ ୫ ଜଣଙ୍କୁ ଗିରଫ କରିଛି।

ଅଳଙ୍ଗପାଣି ଜଙ୍ଗଲରେ ଚଢ଼ାଉ ସମୟରେ କାଠବାଡ଼ି, ପଥର ଓ ଇଟାରେ ଆକ୍ରମଣ ଯୋଗୁଁ ଏସ୍ଆଇ ଫୁଲ ସାହୁଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରେ ବାବୁଲି କିସାନ, ହଳଧର କିସାନ, ବେଣୁଧର କିସାନ ଓ ଭରତ କିସାନଙ୍କ ସମେତ ଅନ୍ୟ ଜଣେ। ସେମାନଙ୍କ ନିକଟରୁ ଓଟି ଜବତ କରାଯାଇଛି।

ଏନେଇ ଧରୁଆଡ଼ିହି ଥାନାରେ ଏକ ମାମଲା ରୁଜୁ ପରେ ଗିରଫ ୫ ଅଭିଯୁକ୍ତଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି। ତେବେ ଏହି ଘଟଣାରେ ଆଉ ୧୩ ଜଣଙ୍କ ସମ୍ପୃକ୍ତି ଥିବା ଏବଂ ସେମାନେ ଫେରାର ହୋଇ ଯାଇଥିବା ମଧ୍ୟ ପୋଲିସ କହିଛି। ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ଧରୁଆଡ଼ିହି ଥାନା ପୋଲିସର ଅଭିଯାନକୁ ଜୋରଦାର କରିଥିବା ଜଣାପଡିଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande