
ସମ୍ବଲପୁର, ୩୦, ସେପ୍ଟେମ୍ବର (ହି.ସ.) ସମ୍ବଲପୁରର ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ ବିଭାଗର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟକୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଓଡ଼ିଶା ଭିଜିଲାନ୍ସ ବିଭାଗ ଗିରଫ କରି ଆଜି ତାଙ୍କୁ ସମ୍ବଲପୁର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଅଦାଲତରେ ହାଜର କରାଯାଇଛି। ତାଙ୍କ ଜଣାଶୁଣା ଆୟ ଉତ୍ସ ତୁଳନାରେ ୨୪୮% ଅଧିକ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।
ଘର ତଲାସୀ ସମୟରେ ନିଜର ଓ ପରିବାର ସଦସ୍ୟଙ୍କ ନାମରେ କୋଟି କୋଟି ଟଙ୍କା ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଥିବା ଜଣାପଡିଛି ।
ଭୁବନେଶ୍ୱର ନନ୍ଦନ ବିହାରରେ ପ୍ରାୟ ୨୯୦୦ ବର୍ଗଫୁଟର ଡୁପ୍ଲେକ୍ସ। ପୁରୀ କୋଣାର୍କ ରାସ୍ତାର ବାଲିଗୁଆଳି ଠାରେ ପ୍ରାୟ ୪୦୦୦ ବର୍ଗଫୁଟର ତିନି ମହଲା କୋଠା।
ବାଲୁଗାଁରେ ପ୍ରାୟ ୪୦୦୦ ବର୍ଗଫୁଟର ଦୁଇ ମହଲା କୋଠା,
ଜଟଣୀ ନିକଟ ବରକୁଦାରେ ପ୍ରାୟ ୨୪୬୦ ବର୍ଗଫୁଟର ଏକ କୋଠା, ସମ୍ବଲପୁର ଧନକଉଡା ସ୍ଥିତ ସନ୍ ସିଟି ଆପାର୍ଟମେଣ୍ଟରେ ପ୍ରାୟ ୨୦୦୦ ବର୍ଗଫୁଟର ୩-ବିଏଚ୍କେ ଫ୍ଲାଟ ଅନ୍ତର୍ଭୁକ୍ତ।ଭୁବନେଶ୍ୱର, ଜଟଣୀ, ସମ୍ବଲପୁର, କୁଚିଣ୍ଡା, ଖୋର୍ଦ୍ଧା, ବୁର୍ଲା ଓ ରେଙ୍ଗାଲି ଅଞ୍ଚଳରେ ୩୦ଟି ମୂଲ୍ୟବାନ ପ୍ଲଟ୍।
୩୦୦ ଗ୍ରାମ ସୁନା ଓ ୬୫.୩୦ ଲକ୍ଷ ଟଙ୍କାର ଜମା। ଏକ ମାରୁତି ଏକ୍ସ୍ଏଲ୍ ୬ ହାଇବ୍ରିଡ୍ ଜେଟା ୪ଟି ଚକିଆ ଓ ୩ଟି ଦୁଇଚକିଆ ଯାନ।
ପ୍ରାୟ ୭.୫ ଲକ୍ଷ ଟଙ୍କାର ଘରୋଇ ସାମଗ୍ରୀ ।
ତଦନ୍ତ, ସମ୍ପତ୍ତିର ତାଲିକା ପ୍ରସ୍ତୁତି ଓ ଆୟ-ବ୍ୟୟର ଯାଞ୍ଚ ପରେ ଉମାକାନ୍ତ ସାମନ୍ତରାୟଙ୍କ ସମ୍ପତ୍ତି ଜଣାଶୁଣା ଆୟ ଉତ୍ସ ତୁଳନାରେ ୨୪୮% ଅଧିକ ବୋଲି ଭିଜିଲାନ୍ସ ବିଭାଗ ସ୍ପଷ୍ଟ କରିଛି। ଏନେଇ ସମ୍ବଲପୁର ଭିଜିଲାନ୍ସ ଥାନାରେ ୩୦/୨୬ ରେ ଏକ ମାମଲା ରୁଜୁ ହୋଇଥିବା ନେଇ ଆଜି ଗଣମାଧ୍ୟମକୁ ସମ୍ବଲପୁର ଭିଜିଲାନ୍ସ ଡିଭିଜନର ଏସ୍ପି ପି.କେ. ଦ୍ୱିବେଦୀ ମୋତିଝରଣ ସ୍ଥିତ ଭିଜିଲାନ୍ସ ଡିଭିଜନ କାର୍ଯ୍ୟାଳୟରେ ସୂଚନା ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ