ପାଟଣାଗଡ ବ୍ଲକ୍ ଠାରେ ଗ୍ରାମ ପଂଚାୟତ ବିକାଶ ପାଣ୍ଠି ଓ ପଂଚାୟତ ସ୍ତରୀୟ ଶିଶୁ ସୁରକ୍ଷା ର ଯୋଜନା ପ୍ରସ୍ତୁତି ତାଲିମ
ବଲାଙ୍ଗିର, ୩୦ ସେପ୍ଟେମ୍ବର (ହି.ସ.) - ପାଟଣାଗଡ ବ୍ଲକ୍ ର ମିଶନ ଶକ୍ତି ସମ୍ମିଳନୀ କକ୍ଷଠାରେ ଅରୁଣା,ଆଇ ସି ଡି ଏସ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ,ବଲାଙ୍ଗୀର ର ଆୟୋଜନ କ୍ରମେ ବ୍ଲକ୍ ସ୍ତରୀୟ ଟାସ୍କ ଫୋର୍ସ କମିଟି, ବ୍ଲକ୍ ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ ଓ ଶିଶୁ ସୁରକ୍ଷା ର ଯୋଜନା ପ୍ରସ୍ତୁତ
ପାଟଣାଗଡ ବ୍ଲକ୍ ଠାରେ ଗ୍ରାମ ପଂଚାୟତ  ବିକାଶ ପାଣ୍ଠି  ଓ  ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା ର ଯୋଜନା ପ୍ରସ୍ତୁତି ତାଲିମ। ଅନଟାଏଡ ପାଣ୍ଠି ର ୫ % ଆବଶ୍ୟକ ଯତ୍ନ ଓ ସୁରକ୍ଷା ଶିଶୁ ଙ୍କ ପାଇଁ ପଞ୍ଚାୟତ ଯୋଜନା ପ୍ରସ୍ତୁତି କରି ଖର୍ଚ୍ଚ କରନ୍ତୁ-ବି ଡି ଓ।

ବଲାଙ୍ଗିର, ୩୦ ସେପ୍ଟେମ୍ବର (ହି.ସ.) - ପାଟଣାଗଡ ବ୍ଲକ୍ ର ମିଶନ ଶକ୍ତି ସମ୍ମିଳନୀ କକ୍ଷଠାରେ ଅରୁଣା,ଆଇ ସି ଡି ଏସ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ,ବଲାଙ୍ଗୀର ର ଆୟୋଜନ କ୍ରମେ ବ୍ଲକ୍ ସ୍ତରୀୟ ଟାସ୍କ ଫୋର୍ସ କମିଟି, ବ୍ଲକ୍ ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ ଓ ଶିଶୁ ସୁରକ୍ଷା ର ଯୋଜନା ପ୍ରସ୍ତୁତି କରିବାକୁ ଏକ ତାଲିମ ଅନୁଷ୍ଟିତ କରାଯାଇଛି।ଏହି ତାଲିମ କାର୍ଯ୍ୟକ୍ରମରେ ପାଟଣାଗଡ ବ୍ଲକ୍ ର ଗୋଷ୍ଟି ଉନ୍ନୟନ ଅଧିକାରୀ ସୁମନ ମିଞ୍ଜ କହିଲେ ଶିଶୁ ମାନଙ୍କ ଆବଶ୍ୟକ ଯତ୍ନ ଓ ସୁରକ୍ଷା ଜରୁରୀ କାଳୀନ ଭିତିରେ ଗ୍ରାମ ପଂଚାୟତ ବିକାଶ ପାଣ୍ଠି ରୁ ଶତକଡା ୫ ପ୍ରତିଶତ ସହ ଅର୍ଥ କୁ ସୁନିଶ୍ଚିତ କରିବା ପାଇଁ ସମସ୍ତଙ୍କୁ ଅବଗତ କରିଥିଲେ। ସି ଡି ପି ଓ ଶରତ ଚନ୍ଦ୍ର ସାହୁ କହିଲେ ବାଲ୍ୟ ବିବାହ ବନ୍ଦ କରିବା,ବାଲ୍ୟ ବିବାହ ଅଧିକାରୀ ମାନେ ପଂଚାୟତ ସ୍ତରରେ ବୋର୍ଡ ଲଗାଇବା,ବେଟି ବଚାଓ ବେଟି ପଢ଼ାଓ ଉପରେ ଜଣାଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ସାମାଜିକ କର୍ମୀ ଅରୁଣ ଖୁଆସ ସମସ୍ତଙ୍କୁ ସ୍ୱାଗତ ଜଣାଇ କିଶୋର ନ୍ୟାୟ ଆଇନ୍ ଉପରେ ଶିଶୁ ମାନଙ୍କର ଯତ୍ନ ଓ ସୁରକ୍ଷା ଉପରେ ବିଭିନ୍ନ ପ୍ରକାର ଆଇନ୍ ତଥା ବାଲ୍ୟବିବାହ ନିରୋଧ ଆଇନ, ପୋକ୍ସୋ ଆଇନ୍,ଶିଶୁ ଶ୍ରମିକ ନିରୋଧ ଆଇନ,ପି ସି ପି ଏନ୍ ଡି ଟି ଆଇନ୍ ଉପରେ ଜଣାଇଥିଲେ।ଏହି ଅବସରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ରେ ଅବସ୍ଥିତ ଥିବା ଅରୁଣା ର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତି ତାଲିମ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ କହିବା ସହ ସରପଂଚ ଓ ଇ ଓ ମାନଙ୍କର ଭୂମିକା, ଦାୟିତ୍ୱ ଉପରେ ଜଣାଇଥିଲେ । ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଅନୁସାରେ ମିଶନ ବାତ୍ସଲ୍ୟ ମାର୍ଗଦର୍ଶିକା ୨୦୨୨ ରେ ଗ୍ରାମ ପଂଚାୟତ ବିକାଶ ପାଣ୍ଠି ର ଅନ୍ ଟାଏଡ ପାଣ୍ଠି ର ୫ % ଥିମ୍ ୩ ରେ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଶିଶୁ,ଅନାଥ ଶିଶୁ , ଏଚ୍ ଆଇ ଭି ସଂକ୍ରମିତ ଶିଶୁ,ବାଲ୍ୟ ବିବାହ ଚିହ୍ନଟ, ଦାଦନ ଶ୍ରମିକ ଉଦ୍ଧାର ଶିଶୁ, ଶିଶୁ ଶ୍ରମିକ ପିତୃ ଓ ମାତୃ ହିନ ଶିଶୁ ମାନଙ୍କୁ ଚିହ୍ନଟ କରି ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା ର ଯୋଜନା ପ୍ରସ୍ତୁତି କରିବାକୁ ଗୋଷ୍ଟି ଭିତିକ ଯୋଜନା ଓ ବ୍ୟକ୍ତିଗତ ଯୋଜନା ପ୍ରସ୍ତୁତି କରିବା ପାଇଁ ଏକ ତାଲିମ ପ୍ରଦାନ କରିଥିଲେ। ଚାଇଲ୍ଡ ହେଲ୍ପ ଲାଇନ ର ପ୍ରକଳ୍ପ ସଂଯୋଜକ ସୁବୋଧ ପଧାନ ଉପସ୍ଥିତ ଥିଲେ। ପରିଶେଷରେ ସୁପରଭାଇଜର ମେନକା କୁମୁରା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରି ତାଲିମ୍ କୁ ଶେଷ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

 rajesh pande