


ସମ୍ବଲପୁର, ୩୦, ସେପ୍ଟେମ୍ବର (ହି.ସ.) ଜିଲ୍ଲା ଅବକାରୀ ବିଭାଗର ବିଫଳତା ଯୋଗୁଁ ଏବେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବଢି ଚାଲିଛି ବେଆଇନ ମଦ ବିକ୍ରି । ରାଜ୍ୟରେ ମଦମୁକ୍ତ ସାମାଜିକ ପରିବେଶ ସୃଷ୍ଟି କରିବା ପାଇଁ ବିଭିନ୍ନ ସମୟରେ ସରକାର ତଥା ଅନେକ ସଂଗଠନ ବିଭିନ୍ନ ଜାଗାରେ ନିଶାମୁକ୍ତ ଭାରତ ଗଠନ ପାଇଁ ସଚେତନତା କାର୍ଯ୍ୟକ୍ରମ କରି ଚାଲୁଥିଲେ ମଧ୍ୟ ନିଶାମୁକ୍ତ ଅଭିଯାନ ବିଫଳ ହେଉଥିବା ଦେଖିବାକୁ ମିଳୁଛି l ସରକାରୀ ନିୟମବଳି କେବଳ କାଗଜ ପତ୍ର ରେ ହିଁ ସୀମିତ ରହିଯାଉଥିବା ଦେଖିବାକୁ ମିଳୁଛି l କେଉଁଠି ମଦ ବିକ୍ରି କୁ ଜୋର ଧରି ମହିଳା ସଂଗଠନ ପ୍ରଶାସନ କୁ ଜୋର ଦେଇ ଅଭିଯୁକ୍ତଙ୍କୁ ଧରାଇଲେ ମଧ୍ୟ ପ୍ରଶାସନ ପକ୍ଷରୁ ଦୋଷୀ ଙ୍କୁ ଖଲାସ କରାଯାଉଛି l ଅନେକ ସ୍ଥାନରେ ଲୋକଙ୍କ ପ୍ରଶାସନ ପ୍ରତି ଆକ୍ରୋଶ ଉଠି ସିଧାସଳଖ ଶୁଣିବାକୁ ମିଳୁଛି ମଦମୁକ୍ତ ଗ୍ରାମ, ସହର, ରାଜ୍ୟ, ଦେଶ ପାଇଁ ପ୍ରଶାସନ ର କୌଣସି ତତ୍ପରତା ନାହିଁ କେବଳ ଲୋକଙ୍କୁ ପ୍ରଶାସନ ଭୂୟାଁ ବୁଲାଉଛି l ଅବକାରୀ ବିଭାଗ,ଜିଲ୍ଲା ପ୍ରଶାସନ, ତଥା ପୋଲିସ ପ୍ରଶାସନ ଏଠି ସିଧାସଲକ ଫେଲ ମାରୁଥିବା ଦେଖିବାକୁ ମିଳୁଛି l
ଏହିପରି ଏକ ଘଟଣା ଦେଖିବାକୁ ମିଳୁଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅଧିନସ୍ତ ଡ଼ିମିରିମୁଣ୍ଡା ଗ୍ରାମପଞ୍ଚାୟତ ରେ l ପଂଚାୟତ ର ବିଭିନ୍ନ ଗ୍ରାମରେ ଘରେ ଘରେ ସହଜ ରେ ଅର୍ଥ ରୋଜଗାର କରିବା ପାଇ ଏବେ ଏଠି ଦେଶୀ ମହୁଲି ମଦ, କୁସୁନା, ରସ ବିକ୍ରି ଏକ ସ୍ୱାଭାବିକ କଥା ହୋଇଗଲାଣି l ଯାହା ଫଳରେ ପଂଚାୟତ ର ଅଧିକରୁ ଅଧିକ ପୁରୁଷ ସମାଜ ଏବେ ମୃତ୍ୟୁ ବରଣ କରୁଥିବା ବେଳେ ଅନେକ କିଡ଼ନୀ, ପେଟ ରୋଗ ଭଳି ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଜୀବନ ହରାଉଥିବା ଦେଖିବାକୁ ମିଳୁଛି l ଡ଼ିମିରିମୁଣ୍ଡା ଗ୍ରାମର ମହିଳା ଙ୍କ ଅଭିଯୋଗ କ୍ରମେ ଏବେ ଡ଼ିମିରି ମୁଣ୍ଡା ଗ୍ରାମ ସହ ବାଲିବୁଡ଼ା,ବାମଣ୍ଡାଗଡ଼, ଲେପେଇକାନି, ତବଲାକଟା ଭଳି ଅନେକ ଗ୍ରାମରେ ଏବେ ମହୁଲି ମଦ ଓ କୁସନା କରବାର ଜୋର ଧରି ଅନେକ ପରିବାର ପାରିବାରିକ ବିଶୃଙ୍ଖଳା ରେ ପରିବାର ଚାରଖାର ହେଉଛି l ଅନେକ ସମୟରେ ପରିବାର ର ପୁରୁଷ ମାନେ ମଦ ଭାଟି ମାନଂକୁ ବସି ଘର, ଚାଷବାଡ଼ି କାର୍ଯ୍ୟ କରୁନାହାନ୍ତି l ନିଶାରେ ଜୁଡୁବୁଡୁ ହୋଇ ଘରକୁ ଆସି ମହିଳା ଓ ଛୁଆ ଙ୍କ ଉପରେ ପଇସା ପାଇଁ ଅତ୍ୟାଚାର କରୁଛନ୍ତି l ଏବେ ଆସ୍ତେ ଆସ୍ତେ ଏହି ଅଞ୍ଚଳର ଯୁବପିଢ଼ି ଏହି ନିଶା ଅଭ୍ୟସ୍ତ ହୋଇ ବିଭିନ୍ନ ସମୟରେ ରାସ୍ତା ଘାଟରେ ଗଣ୍ଡଗୋଲ କରୁଥିବା ବେଳେ ବିଭିନ୍ନ ବାହାରିଆ ଅଞ୍ଚଳରୁ ଆସୁଥିବା ଲୋକେ ଏହି ଭାଟି ମାନଙ୍କରେ ମଦ ପି ଯିବା ଆସିବା କରୁଥିବା ଝିଅ ପିଲା, ସ୍ତ୍ରୀ, ମହିଳାକୁ ଅସଦାଚରଣ ବ୍ୟବହାର କରୁଛନ୍ତି l ଯାହାଫଳରେ ଏବେ ନାରୀ ମହିଳାମାନେ ଏହି ଅଞ୍ଚଳରେ ସୁରକ୍ଷିତ ମନେ କରୁନଥିବା ଅଭିଯୋଗ କରିଛନ୍ତି l ପୁଣି ଡ଼ିମିରିମୁଣ୍ଡା ପଂଚାୟତ ହୋଇଥିବା ବେଳେ ଏଠି ଶିକ୍ଷାନୁଷ୍ଠାନ, ପଞ୍ଚାୟତ କାର୍ଯ୍ୟଳୟ, ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ପୂଜା ପୈଠ ଭଳି ଅନେକ ସ୍ଥାନ ଏଠି ରହୁଥିବା ବେଳେ ଏହି ମଦ ବିକ୍ରେତା ଙ୍କ ଯୋଗୁଁ ଏଠିକାର ପରିବେଶ ବିଶୃଙ୍କିଙ୍ଖଳା ହୋଇବସିଛି l ଏହି ରାସ୍ତା ଦେଇ ପ୍ରତ୍ୟୋକ ଦିନ କଲେଜ ଛାତ୍ର ଛାତ୍ରୀ, ସ୍କୁଲ ପିଲା ପାଠ ପଢିବାକୁ ଯାଉଥିବା ବେଳେ ଏହି ମଦ୍ୟପ ଙ୍କ ଅଭ୍ୟସ୍ତ କ୍ରିୟା କୁ ଦେଖି ସେ ମାନସିକ ଚାପରେ ପଡୁଥିବା ଦେଖିବାକୁ ମିଳୁଛି l
ମହିଳା ମାନଙ୍କ ଦାବି ମଧ୍ୟରେ:-ପଂଚାୟତ ସହ ବିଭିନ୍ନ ଅଞ୍ଚଳରେ ଚାଲିଥିବା ବେଆଇନ ମଦବିକ୍ରି କୁ ତଦନ୍ତ କରାଯାଇ ମଦ ବନ୍ଦ କରାଯାଉ । ପୋଲିସ ଓ ଅବକାରୀ ଙ୍କ ମିଳିତ ଉଦ୍ୟମରେ ଦୋଷୀ ଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ l ମଦବିକ୍ରି ସ୍ଥାନ ଗୁଡିକରେ ନିୟମିତ ପେଟ୍ରୋଲିଙ୍ଗ କରାଯାଇ ଗ୍ରାମବାସୀଙ୍କୁ ନେଇ ମଦମୁକ୍ତ ଗ୍ରାମ ଗଠନ ପାଇଁ ଏକ ଅଭିଯାନ ଆରମ୍ଭ କରାଯାଉ l ସଚେତନତା ଶିବିର ଓ ଆବଶ୍ୟକୀୟ ସହାୟତା ବ୍ୟବସ୍ଥା l ଏହି ଅଭିଯୋଗ ଉପରେ ତୁରନ୍ତ ଗ୍ରହଣ କରଜୁଥିବା ପଦକ୍ଷେପ ସମ୍ପର୍କରେ ମହିଳାଙ୍କୁ ଲିଖିତ ଭାବେ ଅବଗତ କରାଯାଉ l
ଏହାକୁ ନେଇ ଗ୍ରାମର ମହିଳା ମାନେ ଆଜି କୁଚିଣ୍ଡା ଉପ ଜିଲ୍ଲାପାଳ, ଅବକାରୀ ବିଭାଗ,କୁଚିଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ କୁଚିଣ୍ଡା ଥାନା ରେ ଏକ ଲିଖିତ ଅଭିଯୋଗ ଦେଇ ଏହାର ସମଧାନ ପାଇଁ ଉପଜିଲ୍ଲାପାଳ ଙ୍କୁ ଅଭିଯୋଗ ଦେଇଛନ୍ତି l ଅଭିଯୋଗ ପତ୍ର ଦେବା ସମୟରେ ରିଙ୍କି ବେହେରା, ପ୍ରମିଳା କିସାନ,ସୁକାନ୍ତି ଝଙ୍କାର, କୁମଦିନୀ ବାଘ, ତୁଟିଥା କିସାନ, ମମତା ବାଘ, ଜନନୀ ବାଘ ଙ୍କ ସହ ଅନେକ ମହିଳା ଉପସ୍ଥିତ ଥିଲେ l ଏବଂ ଗ୍ରାମବାସୀ ମହିଳା ଙ୍କ ଚେତାବନୀ ଯେ ଆଗାମୀ ଦିନରେ ଯଦି ପ୍ରଶାସନ ଏହି ଅଞ୍ଚଳ ବଳି ନୁହଁ ଓଡିଶା ର ସମସ୍ତ ଅଂଚଳରେ ମଦବିକ୍ରି ବିରୋଧରେ ଯଦି କୌଣସି ପଦକ୍ଷେପ ନ ନିଅନ୍ତି ତାହାହେଳେ ପୁରା ନାରୀ ସମାଜ ରାଜଧାନୀ ରେ ଯାଇ ଆନ୍ଦୋଳନ କରିବାକୁ ପଛଘୁଞ୍ଚା ଦେବେ ନାହିଁ ବୋଲି କହିଛନ୍ତି l
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ